www.samajalive.in
Sunday, December 7, 2025
14.1 C
Bhubaneswar

ଦ୍ରୁତ ହେଉଛି କରୋନାର ଦ୍ବିତୀୟ ଲହର, ବିନା କାମରେ ଘରୁ ବାହାରନ୍ତୁ ନାହିଁ: ସତର୍କ କଲେ ଏମ୍ସ ନିର୍ଦେଶକ ଡ଼. ଗୁଲେରିଆ

ଦେଶର କେତେକ ସ୍ଥାନରେ କରୋନାର ଦ୍ବିତୀୟ ଲହର ତୀବ୍ର ହେବାରେ ଲାଗିଛି । ସାମାଜିକ ଦୂରତା ପାଳନ ନ କରିବା, ମାସ୍କ ପିନ୍ଧିବା କ୍ଷେତ୍ରରେ ଢ଼ିଲା ମନୋଭାବ ପୋଷଣ କରିବା ଯୋଗୁଁ ଏହି ସ୍ଥିତି ପହଞ୍ଚିଛି। ଦିଲ୍ଲୀ ଏହାର ପ୍ରକୃଷ୍ଟ ଉଦାହରଣ  ବୋଲି କହିଛନ୍ତି ଦିଲ୍ଲୀ ଏମ୍ସ ନିର୍ଦେଶକ ଡ଼. ଗୁଲେରିଆ । ତେବେ ସେ କରୋନାର ତୃତୀୟ ଲହର ନେଇ ହେଉଥିବା ଚର୍ଚାକୁ ଅସ୍ବୀକାର କରିଛନ୍ତି । କରୋନାର ତୃତୀୟ ଲହର ଆସିନାହିଁ, ବରଂ ଦ୍ବିତୀୟ ଲହର ଅଧିକ ଦ୍ରୁତଗତିରେ ବୃଦ୍ଧି ପାଉଛି ବୋଲି ଡ଼. ଗୁଲେରିଆ ସୂଚନା ଦେବା ସହ ବିନା କାମରେ ଘରୁ ନ ବାହାରିବାକୁ ପରାମର୍ଶ ଦେଇଛନ୍ତି ।

ସେ କହିଛନ୍ତି ପ୍ରଦୂଷଣ ଓ କରୋନା ଭୂତାଣୁ ଉଭୟ ଫୁସଫୁସକୁ ପ୍ରଭାବିତ କରିଥାଏ । କରୋନା ଭୂତାଣୁ ଏଯାଏ ଶେଷ ହୋଇ ନାହିଁ ଓ ପ୍ରଦୂଷଣ ବଢ଼ିବାରେ ଲାଗିଛି । ତେଣୁ ନିଜକୁ ସୁରକ୍ଷିତ ରଖିବା ନିମନ୍ତେ ମାସ୍କ ପିନ୍ଧିବା ଓ ସାମାଜିକ ଦୂରତା ବଜାୟ ରଖିବା ଆବଶ୍ୟକ ବୋଲି ସେ କହିଛନ୍ତି । ଯଦି ଲୋକମାନେ ସତର୍କ ନ ହୁଅନ୍ତି ଓ କରୋନା ସଂକ୍ରାନ୍ତ ନିୟମର ଅନୁପାଳନ ନ କରନ୍ତି ତେବେ ଅଧିକ ସଂକ୍ରମଣ ଆଗକୁ ଘଟିବ ବୋଲି ସେ ସତର୍କ କରାଇ ଦେଇଛନ୍ତି ।  ଯୁବକମାନେ ଏହି ଜୀବାଣୁ ପ୍ରତି ଅସାବଧାନତା ଅବଲମ୍ବନ କରୁଛନ୍ତି। ସେମାନେ ଭାବୁଛନ୍ତି ସାମାନ୍ୟ ସଂକ୍ରମଣ ହେବ ଏବଂ ଆମକୁ କିଛି କରିବାର ଆବଶ୍ୟକତା ନାହିଁ । ଏହି ଧାରଣାକୁ ଭୁଲ । ଯୁବକମାନେ ଭୂତାଣୁ ନେଇ ଘରକୁ ନେଉଛନ୍ତି ଏବଂ ବୟସ୍କ ଲୋକମାନେ ଏଥିରେ ପ୍ରଭାବିତ ହେଉଛନ୍ତି ବୋଲି ସେ କହିଛନ୍ତି ।

- Advertisement -

ଟୀକା ପ୍ରସଙ୍ଗରେ ସେ କହିଛନ୍ତି ଯେ କେବଳ ଟୀକା ନୁହେଁ, କରୋନା ରୋକିବା ଲାଗି କିଛି ଔଷଧ ଆସିବା ଆବଶ୍ୟକ । ଅନେକ ସ୍ବାଇନ ଫ୍ଲୁ ଓ ଅନ୍ୟ ସାଧାରଣ ଫ୍ଲୁ ଟିକା କରୋନା ରୋକିବାକୁ ସକ୍ଷମ ବୋଲି ଯାହା ଦାବି କରୁଛନ୍ତି ତାହା ଭୁଲ । ସ୍ବାଇନ ଫ୍ଲୁ ବିରୋଧରେ ଟୀକା ପ୍ରଭାବଶାଳୀ ସାବ୍ୟସ୍ତ ହୋଇଛି, ମାତ୍ର କରୋନା ବିପକ୍ଷରେ ନୁହେଁ । କରୋନାକୁ ରୋକିବା ପାଇଁ ନିୟମିତ ହାତ ଧୋଇବା, ସାମାଜିକ ଦୂରତା ଅନୁପାଳନ କରିବା ଓ ମାସ୍କ ପିନ୍ଧିବା ବର୍ତମାନ ସମୟରେ ସବୁଠାରୁ ବଡ଼ ପଦକ୍ଷେପ ବୋଲି ଡ଼ା. ଗୁଲେରିଆ ମତ ଦେଇଛନ୍ତି ।

ଦୀପାବଳୀ ସମୟରେ ଯଥାସମ୍ଭବ ସତର୍କ ରହିବାକୁ ଗୁଲେରିଆ ମଧ୍ୟ ପରାମର୍ଶ ଦେଇଛନ୍ତି । ଏ ବର୍ଷ ସ୍ବାସ୍ଥ୍ୟ ପାଇଁ ଗୁରୁତ୍ଵପୂର୍ଣ୍ଣ । ଆଗାମୀ ଦିନରେ ଭଲ ଭାବରେ ଦୀପାବଳି ପାଳନ କରିବା ପାଇଁ ଏ ବର୍ଷ ଦୀପାବଳିରେ ସତର୍କ ରହିବାର ଆବଶ୍ୟକତା ରହିଛି । ସାମାନ୍ୟ ସଂକ୍ରମିତ ହୋଇଥିବା ଓ ସୁସ୍ଥ ହୋଇଥିବା ଲୋକମାନେ ଅସତର୍କ ରହିଲେ ପୁନର୍ବାର ସଂକ୍ରମିତ ହୋଇ ପାରନ୍ତି ବୋଲି ଡ଼ା. ଗୁଲେରିଆ କହିଛନ୍ତି ।

Hot this week

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

Related Articles

Popular Categories