www.samajalive.in
Sunday, December 14, 2025
19.1 C
Bhubaneswar

ଦେଶରେ କରୋନା ଭୂତାଣୁ ସଂକ୍ରମଣ ସ୍ଥିତି ନିୟନ୍ତ୍ରଣାଧିନ : ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ

ନୂଆଦିଲ୍ଲୀ : କରୋନା ଭୂତାଣୁ ବ୍ୟାପିବା ପରେ ପରେ ଦେଶର ୩୨ଟି ରାଜ୍ୟ ସହିତ କେତେକ କେନ୍ଦ୍ରଶାସିତ ଅଞ୍ଚଳର ପ୍ରାୟ ୯,୪୦୦ରୁ ଅଧିକ ଲୋକଙ୍କୁ ଗୋଷ୍ଠୀ ପର୍ଯ୍ୟବେକ୍ଷଣରେ ରଖାଯାଇଛି ବୋଲି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ହଂକଂ ଏବଂ ଚୀନରୁ ଆସୁଥିବା ସମସ୍ତ ବିମାନ ସହିତ ସିଙ୍ଗାପୁର ଏବଂ ଥାଇଲାଣ୍ଡରୁ ଆସୁଥିବା ସମସ୍ତ ବିମାନ ଯାତ୍ରୀଙ୍କ ଉପରେ ସତର୍କ ଦୃଷ୍ଟି ରଖାଯାଇଛି। ସମ୍ପ୍ରତି ୨୧ଟି ବିମାନ ବନ୍ଦର, ଆର୍ନ୍ତଜାତୀୟ ସାମୁଦ୍ରିକ ବନ୍ଦର ଏବଂ ସୀମା ପାରହୋଇ ଆସୁଥିବା ସମସ୍ତ ଯାତ୍ରୀଙ୍କ ସ୍ୱାସ୍ଥ୍ୟ ଉପରେ ତୀକ୍ଷ୍ମ ନଜର ରଖାଯାଇଛି। ବର୍ତ୍ତମାନ ସୁଦ୍ଧା ୨୧ଟି ବିମାନ ବନ୍ଦରର ୧୮୧୮ଟି ବିମାନରେ ଆସିଥିବା ଅନ୍ୟୁନ ୧ଲକ୍ଷ ୯୭ହଜାର ଯାତ୍ରୀମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି।


କରୋନା ଭୂତାଣୁର ମୁକାବିଲା କରିବା ପାଇଁ ରାଜ୍ୟଗୁଡିକ ସମେତ ଅନ୍ୟାନ୍ୟ କେନ୍ଦ୍ରଶାସିତ ଅଞ୍ଚଳଗୁଡିକୁ ସମସ୍ତ ସମ୍ଭାବ୍ୟ ସାହାଯ୍ୟ ଯୋଗାଇ ଦିଆଯାଇଛି ବୋଲି ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। ବର୍ତ୍ତମାନ ସୁଦ୍ଧା ୧୫୧୦ଟି କରୋନା ଭୂତାଣୁର ନମୁନା ପରୀକ୍ଷା ହୋଇଥିବାବେଳେ ତନ୍ମଧ୍ୟରୁ ୧୫୦୭ଟି ନମୁନା ନେଗେଟିଭ ବାହାରିଥିବାବେଳେ କେରଳ ଅବଶିଷ୍ଟ ୩ଟି ପଜେଟିଭ ବାହାରିଥିବାର ଜଣାପଡିଛି। ଏ ନେଇ ପରିସ୍ଥିତିର ଯୁଦ୍ଧକାଳୀନ ଭିତ୍ତିରେ ମୁକାବିଲା କରାଯାଉଛି। ତେବେ ଯେକୌଣସି ପ୍ରକାର ସମ୍ଭାବ୍ୟ ପରିସ୍ଥିତିର ମୁକାବିଲା କରିବା ପାଇଁ ସମସ୍ତ ରାଜ୍ୟଗୁଡିକ ସେମାନଙ୍କର ର‍୍ୟାପିଡ ରେସପନ୍‍ ଦଳକୁ ସଜାଗ କରାଯାଇଥିବା ଜଣାପଡିଛି।

Hot this week

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

Related Articles

Popular Categories