www.samajalive.in
Sunday, December 14, 2025
19.1 C
Bhubaneswar

ଅସ୍ତ୍ରବିରତି ଉଲଂଘନର ମୁକାବିଲା : ନିର୍ମାଣ ହେବ ୧୨୫ ଗୋଷ୍ଠୀ ବଙ୍କର

ଶ୍ରୀନଗର : କାଶ୍ମୀର ଉପତ୍ୟକାରେ ଅସ୍ତ୍ରବିରତି ଉଲଂଘନ ସମୟରେ ସାଧାରଣ ଲୋକଙ୍କୁ ସୁରକ୍ଷା ପ୍ରଦାନ ପାଇଁ ଗୋଷ୍ଠୀ ବଙ୍କର ନିର୍ମାଣ କରାଯିବ। ପ୍ରଶାସନ ୧୨୫ଟି ଗୋଷ୍ଠୀ ବଙ୍କର ନିର୍ମାଣ ପାଇଁ ମଞ୍ଜୁରୀ ଦେଇଛି। ପାକିସ୍ତାନ ପକ୍ଷରୁ ଅସ୍ତ୍ରବିରତି ଉଲଂଘନ ହେଲେ ଏହି ବଙ୍କର ଗୁଡିକରେ ସାଧାରଣ ଲୋକେ ଆଶ୍ରୟ ନେଇପାରିବେ। ଉତ୍ତର-କାଶ୍ମୀରର କୁପୱାଡା ଓ ବାରମୁଲ୍ଲା ଜିଲ୍ଲାରେ ଏହି ବଙ୍କରଗୁଡିକ ନିର୍ମାଣ ହେବ। ନିୟନ୍ତ୍ରଣ ରେଖା ନିକଟରେ ଏହି ଜିଲ୍ଲାଗୁଡିକର ଅବସ୍ଥିତି ଥିବାରୁ ଏହି ବଙ୍କର ନିର୍ମାଣ ଆବଶ୍ୟକତା ରହିଛି।
କାଶ୍ମୀର ଡିଭିଜନର କମିଶନର ବସୀର ଅହମ୍ମଦ ଖାଁ କହିଛନ୍ତି, ସୀମା ଆରପଟୁ ଗୁଳିଗୋଳା ବର୍ଷଣ ହେତୁ ଏହି ଅଞ୍ଚଳରେ ବଙ୍କର ନିର୍ମାଣ କରାଯିବ।
ଏଥିରେ ୨୫କୋଟି ଟଙ୍କା ବ୍ୟୟ ହେବ। ପୂର୍ବରୁ ବାନ୍ଦିପୁରା ଜିଲ୍ଲା ପାଇଁ ବଙ୍କର ନିର୍ମାଣକୁ ମଞ୍ଜୁରୀ ମିଳିଥିଲା।

Hot this week

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

Related Articles

Popular Categories