www.samajalive.in
Sunday, December 14, 2025
19.1 C
Bhubaneswar

କୃପାଜଳରେ ଜାତୀୟ କର୍ମଶାଳା

ପିପିଲି : ରାଜଧାନୀ ଭୁବନେଶ୍ୱର ଉପକଣ୍ଠ କୌଶଲ୍ୟାଗଙ୍ଗ ସ୍ଥିତ କୃପାଜଳ ଗୃପ୍‍ ଅଫ୍‍ ଇନ୍‍ଷ୍ଟିଚ୍ୟୁସନ୍ସର ସ୍ୱାମୀ ବିବେକାନନ୍ଦ ହଲ୍‍ରେ କୃପାଜଳ ଇଞ୍ଜିନିୟରିଂ କଲେଜ ଓ ଟାଟା କନ୍‍ସଲ୍‍ଟାନ୍ସି ସର୍ଭିସେସ୍‍ର ମିଳିତ ଆନୁକୂଲ୍ୟରେ ‘ଫ୍ୟୁଚର ଆଉଟ୍‍ଲୁକ୍‍ ଫର ଇମରଜିଂ ଟେକ୍‍ନୋଲଜି’ଶୀର୍ଷକ ଏକ ଜାତୀୟ କର୍ମଶାଳା ରବିବାର ଅନୁଷ୍ଠିତ ହୋଇଯାଇଛି।

ଟିସିଏସ୍‍ର କଂଟ୍ରି ହେଡ୍‍ ଗୋପାଳକୃଷ୍ଣ ଜିଏସ୍‍ଏସ୍‍ ଏହି କର୍ମଶାଳାକୁ ଉଦ୍‍ଘାଟନ କରିବା ଅବସରରେ ଛାତ୍ରଛାତ୍ରୀମାନଙ୍କୁ କହିଥିଲେ ଯେ, ଆସନ୍ତା ଆର୍ଥିକ ବର୍ଷରେ ୨୩ଲକ୍ଷରୁ ଅଧିକ ବିଟେକ୍‍ ଛାତ୍ରଛାତ୍ରୀ ଭାରତ ଏବଂ ଭାରତ ବାହାରେ ‘ଆର୍ଟିଫିସିଆଲ୍‍ ଇଣ୍ଟେଲିଜେନ୍‍ସ’ର ଜ୍ଞାନକୌଶଳର ଅଭିବୃଦ୍ଧି ନିମନ୍ତେ ନିଯୁକ୍ତି ସୁଯୋଗ ପାଇପାରିବେ। କୃପାଜଳ ଗୃପ୍‍ ଅଫ୍‍ ଇନ୍‍ଷ୍ଟିଚ୍ୟୁସନ୍ସର ଚେୟାରମ୍ୟାନ୍‍ ଡ଼ଃ ଭବାନୀ ଚରଣ ରଥ ଏହି କର୍ମଶାଳାରେ ଅଧ୍ୟକ୍ଷତା କରି କଂପୁଟରର ଆଡ୍‍ଭାନ୍ସ ଟେକ୍‍ନୋଲଜି ଦ୍ୱାରା କିପରି ମାନବସମାଜର ହିତ ହେବା ସହ ଶିଳ୍ପ କ୍ଷେତ୍ରରେ ଉନ୍ନତି ତଥା ଯୁଦ୍ଧ କ୍ଷେତ୍ରରେ ଡ୍ରୋନ୍‍ ମାଧ୍ୟମରେ ଯୁଦ୍ଧ ଆଦି କାର୍ଯ୍ୟ କରାଯାଇପାରୁଛି ସେ ସଂପର୍କରେ ଆଲୋକପାତ କରିଥିଲେ। କଲେଜର ଡାଇରେକ୍ଟର ବିଭୂତି ଭୂଷଣ ରଥ ଉପସ୍ଥିତ ଛାତ୍ରଛାତ୍ରୀମାନଙ୍କୁ ସେମିନାରର ଉପଯୋଗିତା ସଂପର୍କରେ ଅବଗତ କରାଇବା ସହ ଶେଷବର୍ଷର ବିଟେକ୍‍ ଛାତ୍ରଛାତ୍ରୀଙ୍କୁ ସେମାନଙ୍କ ପ୍ଲେସମେଣ୍ଟ ପାଇଁ ଶୁଭେଚ୍ଛା ଜଣାଇଥିଲେ। ଏହି ଅବସରରେ ଶ୍ରୀଗୋପାଳକୃଷ୍ଣଙ୍କୁ ଡ଼ଃ ରଥ କୃପାଜଳ ସମ୍ମାନରେ ସଂବର୍ଦ୍ଧିତ କରିଥିଲେ। କଲେଜର ଅଧ୍ୟକ୍ଷ ଡ଼ଃ ନିରଞ୍ଜନ ମିଶ୍ର ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ପ୍ରଫେସର ରବିନ୍ଦ୍ର କୁମାର ମଲ୍ଲ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ।

Hot this week

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

Related Articles

Popular Categories