www.samajalive.in
Saturday, December 6, 2025
23.1 C
Bhubaneswar

ପରିଚୟ ଲୁଚାଇ ଏକ ଗାଁରେ କ୍ୱାରେଣ୍ଟାଇନ୍ ରେ ରହିଛନ୍ତି ଏହି ଅଭିନେତ୍ରୀ !  

ଟିଭି ଅଭିନେତ୍ରୀ ରତନ ରାଜପୁତ କରୋନା ଭୟରେ ଏକ ଗାଁରେ କ୍ୱାରେଣ୍ଟାଇନ୍ ରେ ରହିଛନ୍ତି। ସୋସିଆଲ ମିଡିଆରେ ସେ ପ୍ରଶଂସକମାନଙ୍କୁ ଜଣାଉଛନ୍ତି ଯେ, ସେ ସେଠାରେ କିପରି ସମୟ ବିତାଉଛନ୍ତି। କିନ୍ତୁ ତଥାପି ସମସ୍ତଙ୍କ ମନରେ ଏକ ପ୍ରଶ୍ନ ଅଛି ଯେ ରତନ ସେଠାରେ କିପରି ପହଞ୍ଚିଲେ, ସେ ବର୍ତ୍ତମାନ କେଉଁଠାରେ ଅଛନ୍ତି?

ରତନ ରାଜପୁତଙ୍କ ସୂଚନା ଅନୁଯାୟୀ, ସେ ବର୍ତ୍ତମାନ ବିହାରର ଏକ ଗାଁରେ ଅଛନ୍ତି। କୌଣସି ଏକ କାମରେ ସେ ସେଠାକୁ ଯାଇଥିଲେ। କିନ୍ତୁ ଦେଶରେ ଲକଡାଉନ୍ ହେବା କାରଣରୁ ସେ ସେହି ଗାଁରେ ଅଟକି ଯାଇଛନ୍ତି। ରତନ ଏହା ମଧ୍ୟ କହିଛନ୍ତି ଯେ, ତାଙ୍କ ଘର ବିହାରରେ, କିନ୍ତୁ କରୋନା ସଂକ୍ରମଣ କାରଣରୁ ହେତୁ ସେ ସେଠାକୁ ଯାଉନାହାଁନ୍ତି।

- Advertisement -

ତେବେ ଆସନ୍ତୁ ଜାଣିବା ରତନଙ୍କ କ୍ୱାରେଣ୍ଟାଇନ୍ ଜୀବନ ଶୈଳୀ ବିଷୟରେ। ଖାଇବା ଠାରୁ ଆରମ୍ଭ କରି ପୋଷାକ ଧୋଇବା ପର୍ୟ୍ୟନ୍ତ, ରତନ ନିଜେ ସମସ୍ତ କାର୍ୟ୍ୟ କରୁଛନ୍ତି। ଏନେଇ ରତନ ନିଜେ ଇନଷ୍ଟାଗ୍ରାମରେ ପ୍ରଶଂସକଙ୍କୁ ଜଣାଇଛନ୍ତି।

ଏହାପୂର୍ବରୁ ରତନ ରାଜପୁତ ଭିଡିଓ ମାଧ୍ୟମରେ ତାଙ୍କ ବାଥରୁମର ସ୍ଥିତି ଦେଖାଇଥିଲେ। ବାଥରୁମରେ କୌଣସି କବାଟ କିମ୍ବା ଝରକା ନଥିଲା। କବାଟ ସ୍ଥାନରେ ଏକ କପଡା ଝୁଲୁଥିଲା ଜ୍ଝ

ରତନ ରାଜପୁତ ଫସି ରହିଥିବା ଗାଁରେ ସଚେତନତା ଅଭିଯାନ ଚଳାଉଛନ୍ତି। ଘରେ ରହିବା ପାଇଁ ସେ ନିରନ୍ତର ସମସ୍ତଙ୍କୁ ନିବେଦନ କରୁଛନ୍ତି।

Hot this week

ଚାଷୀଙ୍କ ଦାବି ନେଇ କଳାହାଣ୍ଡିରୁ ଭୁବନେଶ୍ୱର ସାଇକେଲ ଯାତ୍ରା

ବୋଲଗଡ: ଚାଷୀଙ୍କ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଅଣ୍ଟା ଭିଡ଼ିଛି କଳାହାଣ୍ଡି...

ନିଖୋଜ ମହିଳାଙ୍କ ମୁଣ୍ଡବିହୀନ ଶବ ମିଳିବା ଘଟଣାରେ ବଢିଲା ଉତ୍ତେଜନା

କୋରୁକୋଣ୍ଡା : ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ରାଖେଲଗୁଡା ଗାଁରେ ନିଖୋଜ...

ଏହି ଗୁଣ ଥିବା ମହିଳାଙ୍କୁ ମିଳେ ଲକ୍ଷ୍ମୀଙ୍କ ଆଶୀର୍ବାଦ: ଘର ହୁଏ ସ୍ୱର୍ଗ

ଚାଣକ୍ୟ ନୀତି: ନୀତି, ଜ୍ଞାନ ଓ ଜୀବନ ପ୍ରବନ୍ଧର ମହାନ ପଣ୍ଡିତ...

ଦୁଇ ବାଇକ୍‌ ଆରୋହୀଙ୍କ ମୁଣ୍ଡରେ ଚଢିଗଲା ଟ୍ରଲର

ବଣାଇ: ୧୪୩ ନମ୍ବର ଜାତୀୟ ରାଜପଥର ଗମଲେଇ ଛକ ନିକଟରେ ମର୍ମନ୍ତୁଦ...

ବିଜେପିରେ ମିଶିବେ ବିଜେଡିର ଦୁଇ ନେତା !

ଭୁବନେଶ୍ଵର: ବିଜେଡିର ଦୁଇ ନେତା ବିଜେପିରେ ମିଶିବାକୁ ଯାଉଛନ୍ତି। ପୂର୍ବତନ ମନ୍ତ୍ରୀ...

Related Articles

Popular Categories