www.samajalive.in
Monday, December 8, 2025
24.1 C
Bhubaneswar

ସାମାଜିକ ଦୁରତ୍ୱ ନ ମାନିଲେ ଦୋକାନୀଙ୍କ ଉପରେ ହେବ କାର୍ଯ୍ୟାନୁଷ୍ଠାନ

ରାଉରକେଲା: ସାମାଜିକ ଦୁରତ୍ୱକୁ ସୁନିଶ୍ଚିତ କରିବା ଲାଗି ଆଜି ରାଉରକେଲା ସହରର ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନୀ, ବିକ୍ରେତା ଓ ବ୍ୟବସାୟିକ ପ୍ରତିଷ୍ଠାନର ପରିଚାଳକ ତଥା ମାଲିକମାନଙ୍କୁ ରାଉରକେଲା ମହାନଗର ନିଗମ ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଛି। ନିର୍ଦ୍ଧାରିତ ସମୟରେ ସେମାନେ ନିଜର ବ୍ୟବସାୟ କେନ୍ଦ୍ର ଖୋଲା ରଖିବା ଓ ପରିଚାଳନା କରିବା ସମୟରେ ମାର୍ଗଦର୍ଶିକାରେ ଦିଆଯାଇଥିବା ନିର୍ଦ୍ଦେଶାବଳୀର ସୁଚାରୁ ରୂପେ ପାଳନ କରିବା ସହ ସାମାଜିକ ଦୂରତା ବଜାୟ ରଖିବା ଦିଗରେ ଯତ୍ନବାନ ହେବେI ଏହା ସହିତ ତାଙ୍କ ବ୍ୟବସାୟିକ ପ୍ରତିଷ୍ଠାନକୁ ଆସୁଥିବା ବ୍ୟକ୍ତିମାନଙ୍କ ସହିତ ସାମାଜିକ ଦୂରତ୍ୱ ରଖି ବ୍ୟବସାୟ କରିବେI ଏହାର କୌଣସି ଖିଲାପ କିମ୍ବା ଅବମାନନା କଲେ ଆଇନ ଅନୁଯାୟୀ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ସହିତ ଖିଲାପକାରୀଙ୍କର ଦୋକାନ/ବ୍ୟବସାୟ ପ୍ରତିଷ୍ଠାନକୁ ସିଲ କରାଯିବ ଓ ଖିଲାପକାରୀଙ୍କ ବିରୁଦ୍ଧରେ ଆଇନମତେ ମୋକଦ୍ଦମା ରୁଜ୍ଜୁ କରାଯିବ ବୋଲି ମହାନଗର ନିଗମ ପକ୍ଷରୁ ଏକ ବିଜ୍ଞପ୍ତି ଜାରି ହୋଇଛି।

Hot this week

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

ପିଆଜ ଚୋପାର ଚମତ୍କାରୀ ଗୁଣ …

ନୂଆଦିଲ୍ଲୀ : ଆଜିକାଲି ସମୟରେ ସମସ୍ତେ ନିଜର ତ୍ଵଚାକୁ ନେଇ ଖୁବ୍...

ମୋ ପୁଅ ବୋହୁଙ୍କ ପାଖରେ କେହି ଅଟକି ନଥିଲେ କି ପାଣି ଦେଇ ନଥିଲେ

ସମାଜ ଲାଇଭ ଡ଼େସ୍କ : ଗତ ସପ୍ତାହରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଘଟିଥିବା...

ପୁଟିନଙ୍କ ପରେ ଦିଲ୍ଲୀ ଆସିବେ ଜେଲେନସ୍କି!

ସମାଜ ଡିଜିଟାଲ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସଫଳ ଦିଲ୍ଲୀ...

Related Articles

Popular Categories