www.samajalive.in
Saturday, December 6, 2025
26.1 C
Bhubaneswar

ପୋଲିସ ଭ୍ୟାନ – ଟ୍ରକ୍ ମୁହାଁମୁହିଁ ଧକ୍କା, ୫ ପୋଲିସ କର୍ମଚାରୀ ଓ ଡ୍ରାଇଭର ହେଲପର ଗୁରୁତର

ଯାଜପୁର: ଗୋଟିଏ ପଟେ ଲକ ଡାଉନକୁ ସଫଳ କରିବା ପାଇଁ ପୋଲିସ କର୍ମଚାରୀମାନେ ଦିନ ରାତି ଏକ କରିଥିବା ବେଳେ ଏହି ସମୟରେ ଏକ ଦୁଃଖଦ ଘଟଣା ଘଟିଛି। ଯାଜପୁର ଜିଲ୍ଲା ୧୬ନଂ ଜାତୀୟ ରାଜପଥର ବ୍ରାହ୍ମଣୀ ବ୍ରିଜ୍ ନିକଟରେ ଏକ ପୋଲିସ ଭ୍ୟାନ ସହ ଟ୍ରକ ମୁହାଁମୁହିଁ ଧକ୍କା ହେବା ଫଳରେ ସେଥିରେ ଥିବା ୫ଜଣ ପୋଲିସ କର୍ମଚାରୀ ଓ ଉଭୟ ଗାଡିର ଡ୍ରାଇଭର ଓ ହେଲପର ଗୁରୁତର ଭାବେ ଆହତ ହୋଇଛନ୍ତି।

ସୂଚନା ମୁତାବକ, କଟକ ଚୈାଦ୍ୱାରରୁ କଏଦୀକୁ ନେଇ ଏହି ପୋଲିସ ଭ୍ୟାନ ବାଲେଶ୍ୱର ଅଭିମୁଖେ ଯାଉଥିଲା। ଜିଲ୍ଲାରେ ସଟ ଡାଉନ ଜାରି ହୋଇଥିବା ବେଳେ ରାସ୍ତା ଖାଲି ଥିବା ସତ୍ୱେ ବିପରିତ ଦିଗରୁ ଆସୁଥିବା ଏକ ଟ୍ରକ ସହ ମୁହାଁମୁହିଁ ଧକ୍କା ହୋଇଥିଲା। ଫଳରେ ପୋଲିସ ଭ୍ୟାନରେ ଜଣେ ମହିଳା ପୋଲିସ କର୍ମଚାରୀଙ୍କ ସମେତ ୫ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି। ଉଭୟ ଗାଡିର ଡ୍ରାଇଭର ଓ ଟ୍ରକ ହେଲପର ମଧ୍ୟ ଆହତ ହୋଇଛନ୍ତି। ଦୁର୍ଘଟଣା ପରେ ଧର୍ମଶାଳା ପୋଲିସ ଆହତମାନଙ୍କୁ ଉଦ୍ଧାର କରି ଧର୍ମଶାଳା ଡାକ୍ତରଖାନାରେ ଭର୍ତ୍ତି କରିଥିଲା। ସେଠାରେ ତାଙ୍କର ପ୍ରାଥମିକ ଚିକିତ୍ସା କରାଯିବା ପରେ ଅବସ୍ଥା ଗୁରୁତର ଥିବାରୁ ୩ଟି ଆମ୍ବୁଲାନ୍ସ ଯୋଗେ ସେମାନଙ୍କୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ତେବେ ରାସ୍ତା ଖାଲି ଥିବା ବେଳେ କେଉଁ ପରିସ୍ଥିତିରେ ଏହି ଦୁର୍ଘଟଣା ଘଟିଲା କାରଣ ସ୍ପଷ୍ଟ ଜଣାପଡିନାହିଁ।

Hot this week

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

Related Articles

Popular Categories