www.samajalive.in
Sunday, December 14, 2025
19.1 C
Bhubaneswar

କରୋନା ଭୂତାଣୁର ନୂଆ ନାମ ‘ଏନ୍‌ସିପି’

ବେଜିଂ : ମହାମାରୀ କରୋନା ଭୂତାଣୁ ସଂକ୍ରମଣଜନିତ ମୃତ୍ୟୁ ସଂଖ୍ୟା ଶନିବାର ୭୨୩ରେ ପହଞ୍ଚିଛି। ଏଥିସହିତ ସଂକ୍ରମିତଙ୍କ ସଂଖ୍ୟା ପାଖାପାଖି ୩୪ହଜାର ୫୪୭ ହୋଇଛି। ଗତ ୨୪ଘଣ୍ଟା ମଧ୍ୟରେ ୪ହଜାର ନୂଆ ସଂକ୍ରମଣ ଖବର ମିଳିଛି। ସାରା ବିଶ୍ବରେ ସଂକ୍ରମିତଙ୍କ ସଂଖ୍ୟା ୩୪ହଜାର ୮୦୦ରୁ ଅଧିକ ବୋଲି କୁହାଯାଉଛି। ଜନତାଙ୍କ ମଧ୍ୟରେ ଘନିଷ୍ଠତା କାରଣରୁ ୩ଲକ୍ଷ ୪୫ହଜାର ସଂକ୍ରମଣ ହୋଇଥିବା ସରକାରୀ ଭାବେ କୁହାଯାଉଛି। ଇତିମଧ୍ୟରେ ୨୬,୭୦୨ ସୁସ୍ଥ ହୋଇ ଡାକ୍ତରଖାନାରୁ ଫେରିଥିବାବେଳେ ୧ଲକ୍ଷ ୮୯ହଜାର ଚିକିତ୍ସାଧୀନ ଥିବା ପ୍ରକାଶ। ଅପରପକ୍ଷରେ ଉହାନ୍‌ରେ ଜଣେ ୬୦ବର୍ଷୀୟ ଆମେରିକା ନାଗରିକଙ୍କ ମୃତ୍ୟୁ ହୋଇଛି। ଏହାକୁ ଚୀନ୍‌ରେ ପ୍ରଥମ ବିଦେଶୀ ନାଗରିକଙ୍କ ମୃତ୍ୟୁ ଭାବେ ପରିଗଣିତ କରାଯାଇଛି। ଫ୍ରାନ୍ସରେ ନୂଆ ୫ ସଂକ୍ରମିତ ହେବା ପରେ ଏହି ସଂଖ୍ୟା ଦେଶରେ ୧୧ରେ ପହଞ୍ଚିଛି। ସେହିଭଳି ଥାଇଲାଣ୍ଡରେ ଅଧିକ ୭ଜଣ ସଂକ୍ରମିତଙ୍କୁ ଚିହ୍ନଟ କରାଯିବା ପରେ ଏହି ସଂଖ୍ୟା ୩୨ ଛୁଇଁଛି। ଜଣେ ଜାପାନ ନାଗରିକଙ୍କର ମଧ୍ୟ ଉହାନ୍‌ରେ ମୃତ୍ୟୁ ହୋଇଥିବା ସେଠାକାର ସରକାର କହିଛନ୍ତି।

ଏହି ପରିପ୍ରେକ୍ଷୀରେ ଚୀନ୍‌ ସ୍ବାସ୍ଥ୍ୟ ବିଭାଗ (ନ୍ୟାସନାଲ ହେଲ୍ଥ କମିସନ) ପକ୍ଷରୁ ଏହି ଭୂତାଣୁ ସଂକ୍ରମଣକୁ ଏନ୍‌ସିପି ବା ‘ନଭେଲ କରୋନାଭାଇରସ୍‌ ନିମୋନିଆ’ ନାମ ଦିଆଯାଇଛି। ଆନ୍ତର୍ଜାତିକ ବିଧିବ୍ୟବସ୍ଥା ଅନୁସାରେ ଇଣ୍ଟରନ୍ୟାସନାଲ କମିଟି ଅନ୍‌ ଟାକ୍ସୋନମି ଅଫ ଭାଇରସ୍‌ ନିଷ୍ପତ୍ତିକ୍ରମେ ଏହି ନାମକରଣ କରାଯାଇଛି।

- Advertisement -

କରୋନା ମୁକାବିଲା ପାଇଁ ଚୀନ୍‌କୁ ସାହାଯ୍ୟ ଯୋଗାଇ ଦେବାକୁ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ପକ୍ଷରୁ ନିବେଦନ କରାଯିବା ପରେ ଆମେରିକା ପକ୍ଷରୁ ଶନିବାର ୧୦୦ନିୟୁତ ଡଲାର ଯୋଗାଇ ଦିଆଯାଇଛି। ଆମେରିକା ବୈଦେଶିକ ମନ୍ତ୍ରୀ ମାଇକ ପମ୍ପିଓ ଏହି ପରିପ୍ରେକ୍ଷୀରେ ବିଶ୍ବ ସମୁଦାୟକୁ ସହଯୋଗର ହାତ ବଢ଼ାଇବା ପାଇଁ ନିବେଦନ କରିଛନ୍ତି। ଅର୍ଥ ବ୍ୟତୀତ ଆବଶ୍ୟକ ଅନ୍ୟାନ୍ୟ ଉପାୟରେ ଆମେରିକା ସମସ୍ତ ସହଯୋଗ କରିବ ବୋଲି ପମ୍ପିଓ ଭରସା ଦେଇଛନ୍ତି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଚୀନ୍‌ ପ୍ରତିପକ୍ଷ ସି ଜିନ୍‌ପିଙ୍ଗ୍‌ଙ୍କ ସହ କଥା ହୋଇ ମୁକାବିଲା ପଦକ୍ଷେପକୁ ପ୍ରଶଂସା କରିଛନ୍ତି। ଚୀନ୍‌ରେ ସମ୍ପ୍ରତି ପ୍ରତିିଷେଧକ ବ୍ୟବସ୍ଥା ସ୍ବରୂପ ବ୍ୟବହୃତ ମୁଖା ବା ମାସ୍କ, ଗ୍ଲୋବ୍ସ ଇତ୍ୟାଦିର ଘୋର ଅଭାବ ପରିଲକ୍ଷିତ ହେଉଛି। ମୁଖା ଚାହିଦା ୧୦୦ଗୁଣ ବୃଦ୍ଧିପାଇଛି। ଏଭଳି ସାମଗ୍ରୀ ପ୍ରସ୍ତୁତକାରୀ କମ୍ପାନୀ ବନ୍ଦ ହୋଇଯାଇଥିବାରୁ ସମସ୍ୟା ଜଟିଳ ହୋଇଛି। ଦେଶର ଅର୍ଥନୈତିକ ରାଜଧାନୀ ସାଙ୍ଘାଇସ୍ଥିତ ଏକ କମ୍ପାନୀ ସ୍ବତନ୍ତ୍ର ଭାବେ ବୈଦେଶିକ ସହାୟତାକ୍ରମେ ଏହାର ଉତ୍ପାଦନ ଆରମ୍ଭ କରିଛି।

ଜାପାନୀ ଜାହାଜରେ ୨୦୦ ଭାରତୀୟ

ଜାପାନୀ ଜାହାଜରେ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାବେଳେ ଏଥିରେ ୨୦୦ ଭାରତୀୟ ରହିଥିବା ସୂଚନା ମିଳିଛି। ଏହି ଜାହାଜରେ ମୋଟ ୩୭୦୦ ଯାତ୍ରୀ ଅଛନ୍ତି ଏବଂ ସେମାନଙ୍କ ମଧ୍ୟରୁ ୬୪ଜଣ ସଂକ୍ରମିତ ହୋଇଥିବାବେଳେ କୌଣସି ଭାରତୀୟ ସଂକ୍ରମିତ ହୋଇ ନ ଥିବା ପ୍ରକାଶ। ଜଣେ ବଙ୍ଗୀୟ ଯାତ୍ରୀ ଭାରତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଏ ସମ୍ପର୍କରେ ଅବଗତ କରିଛନ୍ତି। ସେହିଭଳି ହୁବେଇରେ ୧୫ କେରଳୀ ଛାତ୍ରଛାତ୍ରୀ ଅଟକି ରହିଥିବା ଜଣାପଡ଼ିଛି। ସେମାନଙ୍କୁ ଭାରତ ଫେରାଇ ଆଣିବା ବ୍ୟବସ୍ଥା କରାଯାଉଛି।

Hot this week

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

under19 ଏସିଆ କପ୍ ରେ ଭାରତଠୁ ହାରିଲା ପାକିସ୍ତାନ, ବୋଲିଂରେ କମାଲ ଦେଖାଇଲେ ବୈଭବ ସୂର୍ଯ୍ୟବଂଶୀ

ସମାଜ ନ୍ୟୁଜ ଡେସ୍କ- ପୁଣି ଭାରତଠାରୁ ହାରିଲା ପାକିସ୍ତାନ । under-19...

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

Related Articles

Popular Categories