ବ୍ୟାଙ୍କକ୍ : ଥାଇଲାଣ୍ଡର ଉତ୍ତର-ପୂର୍ବଞ୍ଚଳ ସହର ନାଖୋନ୍ ରାଚାସୀମାଠାରେ ଶନିବାର ଜଣେ ସୈନିକ ଆଖିବୁଜା ଗୁଳିମାରି ୧୭ ସାଧାରଣ ନାଗରିକଙ୍କୁ ହତ୍ୟା କରିଛି। ଅନେକ ଆହତ ହୋଇଥିବାରୁ ମୃତ୍ୟୁ ସଂଖ୍ୟା ବଢ଼ିବାର ଆଶଙ୍କା ରହିଛି। ଏହି ହତ୍ୟାକାଣ୍ଡର କାରଣ ସ୍ପଷ୍ଟ ହୋଇ ନାହିଁ। ସମ୍ପୃକ୍ତ ସୈନିକର ନାମ ଜାକ୍ରାପନ୍ଥ ଥୋମା ଓ ସେ କାର୍ରେ ଆସି ଏକ ସପିଂ ମଲ୍ ନିକଟରେ ଏଭଳି କାଣ୍ଡ ଭିଆଇଥିଲା। ହତ୍ୟାକାଣ୍ଡବେଳେ ଗୁଳି ବନ୍ଦ କରିବ କି ନାହିଁ ବୋଲି ପଚାରିଥିବା ବୋଲି ପୁଲିସ କହିଛି। ଏହି ହତ୍ୟାକାଣ୍ଡର ଭିଡିଓ ସେ ସାମାଜିକ ଗଣମାଧ୍ୟମରେ ପ୍ରସାର କରିଛି। ଏଭଳି ହତ୍ୟାକାଣ୍ଡ ଥାଇଲାଣ୍ଡରେ ବିରଳ ବୋଲି ପୁଲିସ କହିଛି। ସପିଂ ମଲ୍ ନିକଟରେ ଗୁଳି ଚଳାଇବା ପୂର୍ବରୁ ସେ ଏକ ଘରକୁ ଯାଇ ସେଠାରେ ଦୁଇ ଜଣଙ୍କୁ ହତ୍ୟା କରିଥିଲା। ସେନାଶିବର ନିକଟରେ ଗୁଳି ଚଳାଇଥିଲେ ମଧ୍ୟ କେହି ମୃତାହତ ହୋଇ ନାହାନ୍ତି।
Popular Categories



