www.samajalive.in
Saturday, December 6, 2025
16.1 C
Bhubaneswar

ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୦କୁ ବୃଦ୍ଧି : କେରଳରେ ଗୋଟିଏ ପରିବାରର ୫, ଚେନ୍ନାଇରେ ଜଣେ

ନୂଆଦିଲ୍ଲୀ : ବିଶ୍ବରେ ମହାମାରୀ ରୂପ ନେଇଥିବା କରୋନା ଭାଇରସ୍ ଲୋକଙ୍କୁ ଆତଙ୍କିତ କରିଛି। ରିପୋର୍ଟ ଅନୁଯାୟୀ, କରୋନା ଭାଇରସରେ ସାରା ବିଶ୍ବରେ  ୩୫୦୯ରୁ ଅଧିକ ମୃତ୍ୟୁବରଣ କରିଥିବା ବେଳେ ଏକାଧିକ ଲୋକ ଆକ୍ରାନ୍ତ ହୋଇଛନ୍ତି। ସେହିପରି ଏବେ ଭାରତରେ କରୋନ ଆକ୍ରାନ୍ତଙ୍କ ସଂଖ୍ୟା ୪୦କୁ ବୃଦ୍ଧି ହୋଇଛି। ରବିବାର ଦିନ ଅନ୍ୟ ୬ଟି ମାମଲା ସାମ୍ନାକୁ ଆସିଛି। କେରଳରେ ଗୋଟିଏ ପରିବାରର ୫ ଜଣଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ୍ ଆସିଥିବା ବେଳେ ଚେନ୍ନାଇରେ ଜଣେ ରୋଗୀ ଆକ୍ରାନ୍ତ ହୋଇଥିବା ଜଣାପଡିଛି।

କେରଳ ସ୍ୱାସ୍ଥ୍ୟମନ୍ତ୍ରୀ କେ.କେ ଶୈଳଜା କହିଛନ୍ତି ଯେ, କରୋନା ଆକ୍ରାନ୍ତଙ୍କୁ ଆଇସୋଲେଟଏଡ ୱାର୍ଡରେ ରଖାଯାଇଛି। ଆକ୍ରାନ୍ତ ହୋଇଥିବା ଗୋଟିଏ ପରିବାରର ତିନିଜଣ ସଦସ୍ୟ ଇଟାଲୀରୁ ଫେରିଛନ୍ତି। ତେଣୁ ସେମାନଙ୍କ ସହ ଯୋଗାଯୋଗରେ ଥିବା ଅନ୍ୟ ଦୁଇ ସମ୍ପର୍କୀୟଙ୍କୁ ସଂକ୍ରମିତ ହୋଇଛି।

- Advertisement -


ତାମିଲନାଡୁର ସ୍ୱାସ୍ଥ୍ୟ ସଚିବ ବିଲା ରାଜେଶ କହିଛନ୍ତି ଯେ, ଫେବୃଆରୀ ୨୮ରେ ଜଣେ ଯାତ୍ରୀ ମସ୍କାଟରୁ ଆସିଥିଲେ। ମାର୍ଚ୍ଚ ୪ରେ ଜ୍ୱର ହେବା ପରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତାଙ୍କ ସ୍ବାବ୍ ନମୁନା ପରୀକ୍ଷାରୁ ପଜିଟିଭ୍ ବାହାରିଛି। ଆକ୍ରାନ୍ତଙ୍କ ପରିବାରର ଲୋକଙ୍କୁ ମଧ୍ୟ ନଜରରେ ରଖାଯାଇଛି। ସେ ଆହୁରି କହିଛନ୍ତି ଯେ, ବିଦେଶରୁ ଆସୁଥିବା ସମସ୍ତ ଯାତ୍ରୀଙ୍କ ଯାଞ୍ଚ କରାଯାଉଛି। ଆମେ ସରକାରଙ୍କ ସମସ୍ତ ନିର୍ଦ୍ଦେଶ ପାଳନ କରୁଛୁ। ଏନେଇ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି।

Hot this week

ଇତ​ରେ ଦେଲେ ଉପଦେଶ…

ନର୍ମଦା ନଦୀର ତୀର ଦେଶରେ ଏକ ବିଶାଳ ବଟବୃକ୍ଷ କାହିଁ କେଉଁ...

ସମ୍ପାଦକୀୟ: ଇଣ୍ଡିଗୋ ସଂକଟ

ଭାରତୀୟ ବିମାନ ସେବା ଇତିହାସରେ ନିକଟ ଅତୀତରେ ଘଟିଥିବା ସବୁଠାରୁ ବଡ଼...

ଗୋପବନ୍ଧୁ ଐତିହ୍ୟର ବାହକ

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କୁ ଶେଷ ଜୀବନରେ ମହାନ ବର୍ଷୀୟାନ ପୁରୁଷ...

ଆତଙ୍କବାଦ ବିରୋଧରେ ସାଲିସ ବିହୀନ ଲଢ଼େଇ: ବିଶ୍ବ ସମୁଦାୟକୁ ଭାରତ-ରୁଷ୍‌ର ମିଳିତ ଆହ୍ବାନ

ନୂଆଦିଲ୍ଲୀ: ଆତଙ୍କବାଦ ବିରୋଧରେ ସାଲିସ୍ ବିହୀନ ଲଢେଇ ପାଇଁ ବିଶ୍ବ ସମୁଦାୟକୁ...

ସ୍ବାମୀ ଓ ଗର୍ଭବତୀ ସ୍ତ୍ରୀ ମୃତ; ବର୍ତ୍ତିଲା ୩ ବର୍ଷର ଶିଶୁ

ଦିଗପହଣ୍ଡି: ଗଞ୍ଜାମ ଜିଲାର ଦିଗପହଣ୍ଡି-ବ୍ରହ୍ମପୁର ରାସ୍ତାର ମାଁ କୁରେଇଶୁଣୀ ମନ୍ଦିର ନିକଟରେ...

Related Articles

Popular Categories