www.samajalive.in
Saturday, December 6, 2025
14.1 C
Bhubaneswar

ଆୟୁଷ୍ମାନଙ୍କ ବିନା ନିର୍ମାଣ ହେବ ‘ବଧାଇ ହୋ-୨’: ଏହି ଅଭିନେତାଙ୍କୁ ମିଳିଲା ମୁଖ୍ୟ ଭୂମିକା

ମୁମ୍ବଇ: ୨୦୧୮ରେ ମୁକ୍ତିଲାଭ କରିଥିବା ଆୟୁଷ୍ମାନ ଖୁରାନାଙ୍କ ଅଭିନୀତ ଚଳଚ୍ଚିତ୍ର ‘ବଧାଇ ହୋ’ ଖୁବ୍‍ ଲୋକପ୍ରିୟତା ହାସଲ କରିଥିଲା। କାହାଣୀଠୁ ଆରମ୍ଭ କରି ଅଭିନୟ ପର୍ଯ୍ୟନ୍ତ, ସବୁକିଛି ଅନେକ ପ୍ରଶଂସା ସାଉଁଟିଥିଲା। ଏବେ ଶୁଣିବାକୁ ମିଳୁଛି ଯେ, ଖୁବଶୀଘ୍ର ‘ବଧାଇ ହୋ-୨’ ନିର୍ମାଣ ହେବାକୁ ଯାଉଛି। ହେଲେ ଖାସ୍‍ କଥା ହେଉଛି, ଏଥିରେ ଆୟୁଷ୍ମାନଙ୍କୁ ଦେଖିବାକୁ ମିଳିବ ନାହିଁ। ତାଙ୍କ ସ୍ଥାନରେ ଆଉ ଜଣେ ନାୟକ ମୁଖ୍ୟ ଭୂମିକାରେ ଅଭିନୟ କରିବେ।

ସୂଚନା ଅନୁସାରେ, ‘ବଧାଇ ହୋ-୨’ ନିର୍ମାଣ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଏଥିରେ ଆୟୁଷ୍ମାନଙ୍କ ସ୍ଥାନରେ ରାଜକୁମାର ରାଓ ମୁଖ୍ୟ ଭୂମିକାରେ ନଜର ଆସିବେ। କେବଳ ଏତିକି ନୁହେଁ ଏହାର ନିର୍ଦ୍ଦେଶନା ମଧ୍ୟ ଅମିତ ଶର୍ମା ଦେବେନାହିଁ। ତାଙ୍କ ସ୍ଥାନରେ ଆଉ ଜଣେ ନିର୍ଦ୍ଦେଶକ ଏହାର ନିର୍ଦ୍ଦେଶନା ଭାର ବହନ କରିବେ।

- Advertisement -

ଉଲ୍ଲେଖଯୋଗ୍ୟ, ‘ବଧାଇ ହୋ’ ଆୟୁଷ୍ମାନଙ୍କ କ୍ୟାରିୟରକୁ ଏକ ଭିନ୍ନ ମୋଡ଼ ଦେଇଥିଲା। ଏଥିରେ ତାଙ୍କ ଅଭିନୟ ତ ଉଚ୍ଚକୋଟିର ଥିଲା, ଏହା ସହିତ ଚଳଚ୍ଚିତ୍ରର କାହାଣୀ ଦର୍ଶକଙ୍କୁ ବେଶ୍‍ ପସନ୍ଦ ଆସିଥିଲା। ଏଥିରେ ଆୟୁଷ୍ମାନଙ୍କ ବ୍ୟତୀତ ଗଜରାଜ ରାଓ, ନୀନା ଗୁପ୍ତା ଓ ସୁରେଖା ସିକରୀ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଭିନୟ କରିଥିଲେ। ଏହି ଚଳଚ୍ଚିତ୍ର ଓ ଏହାର କଳାକାରଙ୍କୁ ଅନେକ ପୁରସ୍କାର ମିଳିଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories