www.samajalive.in
Saturday, December 6, 2025
16.1 C
Bhubaneswar

କରୋନା ଅପଡେଟ୍‍ : ଭାରତରେ ବଢିଚାଲିଛି ମୃତ୍ୟୁ ସଂଖ୍ୟା, ୧୨ ଘଣ୍ଟାରେ ୩୦ ମୃତ,୫୪୭ ନୂଆ ଆକ୍ରାନ୍ତ

ନୂଆଦିଲ୍ଲୀ : ଭାରତରେ କାୟା ବିସ୍ତାର କରିଚାଲିଛି ମହାମାରୀ କରୋନା । ଏହି ଭାଇରସ ସଂକ୍ରମଣକୁ ରୋକିବା ପାଇଁ ସମଗ୍ର ଦେଶ ଲକ୍‍ ଡାଉନ୍‍ ହୋଇଥିଲେ ମଧ୍ୟ କରୋନା ସଂକ୍ରମିତ ରୋଗୀଙ୍କ ସଂଖ୍ୟା ଦେଶରେ ହୁ ହୁ ହୋଇ ବଢିଚାଲିଛି। ଗତ ୧୨ ଘଣ୍ଟା ମଧ୍ୟରେ ଦେଶରେ ମହାମାରୀ କରୋନାରେ ୩୦ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫୪୭ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ରିପୋର୍ଟ ଅନୁସାରେ ବର୍ତ୍ତମାନ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୬୪୧୨ରେ ପହଞ୍ଚିଛି। ଏମାନଙ୍କ ମଧ୍ୟରୁ ୫୭୦୯ ଜଣ କରୋନା ସଂକ୍ରମିତ ସକ୍ରିୟ ରହିଥିବା ବେଳେ ୫୦୪ ଜଣ ସୁସ୍ଥ ହୋଇଛନ୍ତି ଏବଂ ୧୯୯ ଜଣଙ୍କର କରୋନାରେ ମୃତ୍ୟୁ ଘଟିଛି।

ଦେଶରେ କରୋନା ଭାଇରସ୍‍ରେ ମୃତ୍ୟୁ ବରଣ କରିଥିବା ୧୯୯ ଜଣଙ୍କ ମଧ୍ୟରେ ଆନ୍ଧ୍ରପ୍ରଦେଶରେ ୪ ଜଣ, ବିହାରରେ ୧ଜଣ, ଦିଲ୍ଲୀରେ ୧୨ ଜଣ, ଗୁଜରାଟରେ ୧୭ ଜଣ, ହରିୟାଣାରେ ୩ ଜଣ, ହିମାଚଳ ପ୍ରଦେଶରେ ୧ଜଣ, ଜମ୍ମୁ ଓ କଶ୍ମୀରରେ ୪ ଜଣ, ଝାଡ଼ଖଣ୍ଡରେ ୧ଜଣ କର୍ଣ୍ଣାଟକରେ ୫ ଜଣ, କେରଳରେ ୨ଜଣ, ମଧ୍ୟପ୍ରଦେଶରେ ୧୬ ଜଣ, ମହାରାଷ୍ଟ୍ରରେ ୯୭ ଜଣ, ଓଡ଼ିଶାରେ ୧ଜଣ, ପଞ୍ଜାବରେ ୮ ଜଣ, ରାଜସ୍ଥାନରେ ୩ ଜଣ, ତାମିଲନାଡୁରେ ୮ ଜଣ, ତେଲେଙ୍ଗାନାରେ ୭ ଜଣ, ଉତ୍ତରପ୍ରଦେଶରେ ୪ ଜଣ ଏବଂ ପଶ୍ଚମବଙ୍ଗରେ ୫ ଜଣ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ରିପୋର୍ଟରୁ ଜଣା ପଡିଛି।

Hot this week

ପଦ୍ମଭୂଷଣ ଡ. ରାଧାନାଥ ରଥଙ୍କ ୧୨୯ ତମ ଜୟନ୍ତୀ: ସେମାନଙ୍କ ଦୃଷ୍ଟିରେ ବାବୁଜୀ

ପ୍ରେରଣାର ଉତ୍ସ ଡକ୍ଟର ରଥ ଦୀର୍ଘକାଳ ଧରି ଓଡ଼ିଶାର ସାଧାରଣ ଜୀବନ ସହିତ...

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

Related Articles

Popular Categories