www.samajalive.in
Saturday, December 6, 2025
14.1 C
Bhubaneswar

କ୍ରିକେଟ ଖେଳରୁ ଡେଇଁଲା କରୋନା, କଳାହାଣ୍ଡିରୁ କଟକ ସ୍ଥାନାନ୍ତର ହେଲେ ଆକ୍ରାନ୍ତ

ଭବାନୀପାଟଣା: ସଚେତନତା ଅଭାବରୁ କଳାହାଣ୍ଡି ଜିଲା ଗୋଲାମୁଣ୍ଡା ବ୍ଲକ ଖମାରହଳଦୀ ଅଞ୍ଚଳରେ କରୋନା ଭୂତାଣୁ ଜଣକଠାରୁ ଅନ୍ୟ ଜଣଙ୍କୁ ବ୍ୟାପିଛି। ବିଦେଶ ଫେରନ୍ତା ଯୁବକ ହୋମ କ୍ବାରେଣ୍ଟାଇନରେ ନ ରହି ଗାଁରେ କ୍ରିକେଟ ଖେଳିବାରୁ ତାଙ୍କଠାରୁ ଅନ୍ୟ ଜଣେ ଯୁବକଙ୍କୁ ଏହି ଭୂତାଣୁ ଡେଇଁଛି। ନୂଆ ଚିହ୍ନଟ ହୋଇଥିବା ଜଣେ କରୋନା ଆକ୍ରାନ୍ତଙ୍କୁ ଶୁକ୍ରବାର କଟକ ସ୍ଥାନାନ୍ତର କରାଯାଇଛି। ତାଙ୍କୁ କଟକ ସ୍ଥିତ ଅଶ୍ବିନୀ ହସ୍ପିଟାଲରେ ଆଇସୋଲେଶନରେ ରଖି ଚିକିତ୍ସା କରାଯିବ।

ସୂଚନା ଅନୁସାରେ, ଗତ ୪ ତାରିଖ ଦିନ ଉକ୍ତ ଅଞ୍ଚଳର ଜଣେ ବିଦେଶ ଫେରନ୍ତା ୨୯ ବର୍ଷ ଯୁବକଙ୍କ ରକ୍ତ ଓ ସ୍ୱାବ ନମୁନା  ପରୀକ୍ଷାରେ କରୋନା ପଜିଟିଭ ବାହାରିଥିଲା । ଉକ୍ତ ଯୁବକ ତାର ଗ୍ରାମରେ ସାଙ୍ଗ ମାନଙ୍କ ସହିତ ମିଶି କରି କ୍ରିକେଟ ଖେଳିଥିଲା । କରୋନା ଆକ୍ରାନ୍ତ ଯୁବକ ସଂସ୍ପର୍ଶରେ ଆସିଥିବା ୩୯ ଜଣଙ୍କ ରକ୍ତ ସ୍ୱାବ ପରୀକ୍ଷଣ ପାଇଁ ଭୁବନେଶ୍ୱର ପଠାଯାଇଥିଲା । ସେଥିମଧ୍ୟରୁ ଗତ ୯ ତାରିଖ ଦିନ ୩୫ ଜଣଙ୍କ ପରୀକ୍ଷା ରିପୋର୍ଟ ନେଗେଟିଭ ବାହାରି ଥିଲା । ବାକି ୪ ଜଣଙ୍କ ମଧ୍ୟରୁ ଗତ ୯ ତାରିଖ ରାତିରେ ୨୦ ବର୍ଷର ଯୁବକଙ୍କ ନମୁନା କରୋନା ପଜିଟିଭ୍ ବାହିରିଥିବା ରିପୋର୍ଟ ଆସିଥିଲା। ଆଜି ୧୦ ତାରିଖ ଦିନ ଜିଲା ସ୍ୱାସ୍ଥ୍ୟ ବିଭାଗ କଡା ସୁରକ୍ଷାରେ ନୂତନ ପଜିଟିଭ୍ ବାହାରିଥିବା ୨୦ ବର୍ଷୀୟ ଯୁବକକୁ ଏକ ସ୍ୱତନ୍ତ୍ର ଆମ୍ବୁଲାନ୍ସରେ କଟକ ସ୍ଥିତ ଅଶ୍ୱିନୀ ହସ୍ପିଟାଲକୁ ପଠାଇଛି । ଅନ୍ୟ ୩ ଜଣଙ୍କ ରକ୍ତ ଓ ସ୍ୱାବ ନମୁନା ରିପୋର୍ଟ ଆସି ନ ଥିବା ସିଡ଼ିଏମ୍ଓ ଜଗୁଲାଲ ଅଗ୍ରୱାଲ ପ୍ରକାଶ କରିଛନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories