www.samajalive.in
Saturday, December 6, 2025
16.1 C
Bhubaneswar

ପ୍ରବେଶପଥ ବନ୍ଦ କରି ଗାଁ ଠାରୁ ସହର ସବୁଠି ଜମିଛି ତାସ୍‌ଖେଳ

ପୁରୀ : ଗାଁଠୁ ସହର ଜମିଛି ତାସଖେଳ। କେତେକ ସ୍ଥାନରେ ଜନ୍ତାଳ ସମେତ ଭୋଜି ହେଉଥିବା ଦେଖିବାକୁ ମିଳିଛି। ଲକ୍‌ଡାଉନ କଟକଣା ଯୋଗୁଁ କାମଧନ୍ଦା ବନ୍ଦ ହୋଇଥିବାରୁ ସକାଳୁ ରାତିଯାଏ ଲୋକେ ତାସଖେଳରେ ମାତିଛନ୍ତି। ଅନ୍ୟ ଅଞ୍ଚଳ ଲୋକଙ୍କ ପ୍ରବେଶ ସମ୍ପୂର୍ଣ୍ଣ ବନ୍ଦ କରାଯାଇଛି। ଏଥିପାଇଁ ଗାଁମୁଣ୍ଡରେ ଗଛ ପକାଯାଇ ରାସ୍ତା ବନ୍ଦ କରାଯାଇଛି। କେତେକ ଗାଁକୋଠ ଘଣ୍ଟାବାଡେଇ ହୁଲିଆ ଜାରି କରିଛନ୍ତି। ଦେଶ ତଥା ରାଜ୍ୟ ବାହାରୁ ଫେରିଥିବା ବ୍ୟକ୍ତିଙ୍କୁ ଗାଁରେ ପୁରାଇ ନଦେବାକୁ ଗ୍ରାମ କମିଟି ନିର୍ଦେଶନାମା ଜାରି କରିଛି। ରେସନକାର୍ଡ ଥିବା ପରିବାରକୁ ସରକାର ୩ମାସର ଚାଉଳ ସମେତ ୧୦୦୦ଟଙ୍କା ଲେଖାଏ ଯୋଗାଇ ଦେଇଛନ୍ତି। ନିର୍ମାଣ ଶ୍ରମିକଙ୍କୁ ୧୫ଶହ ଟଙ୍କା ଲେଖାଏ ଦିଆଯାଉଛି। ଏହାଛଡା ବିଧବା, ବାର୍ଦ୍ଧକ୍ୟ, ଭିନ୍ନକ୍ଷମ ଭତ୍ତା ପ୍ରଦାନ କରାଯାଇଛି। ତେବେ ଅନ୍ୟ ଦୁଆରେ କାମକରି ଏବଂ ଛୋଟ ଦୋକାନଟିଏ କରି ପରିବାର ପୋଷୁଥିବା ଲୋକଙ୍କ ଦୁର୍ଦଶା ଦେଖିବାକୁ ମିଳିଛି। ଖାଉଟିକାର୍ଡ ନଥିବା ଗରିବ ଲୋକଙ୍କ ଚଳିବା କଷ୍ଟସାଧ୍ୟ ହୋଇପଡିଛି। କେବଳ ଗାଁ ନୁହେଁ, ସହରାଞ୍ଚଳର ଝୁମ୍ପୁଡିବସ୍ତି ସମେତ କେତେକ ସାହିରେ ଲୋକେ ତାସଖେଳୁଥିବା ଦେଖିବାକୁ ମିଳିଛି। ଏଥିଯୋଗୁଁ ସାମାଜିକ ଦୂରତ୍ବ କଟକଣା ଖୋଲାଖୋଲି ଉଲ୍ଲଙ୍ଘନ କରାଯାଉଛି। ରେସନକାର୍ଡ ନଥିବା ଏବଂ ବାର୍ଦ୍ଧକ୍ୟଭତ୍ତା କିମ୍ବା ନିର୍ମାଣ ଶ୍ରମିକ ଯୋଜନାରେ ସାମିଲ ହୋଇନଥିବା ଗରିବ ଲୋକଙ୍କୁ ରାଜ୍ୟ ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର ସହାୟତା ଯୋଗାଇ ଦିଆଯିବାକୁ ଦାବି ହେଉଛି

Hot this week

ଇତ​ରେ ଦେଲେ ଉପଦେଶ…

ନର୍ମଦା ନଦୀର ତୀର ଦେଶରେ ଏକ ବିଶାଳ ବଟବୃକ୍ଷ କାହିଁ କେଉଁ...

ସମ୍ପାଦକୀୟ: ଇଣ୍ଡିଗୋ ସଂକଟ

ଭାରତୀୟ ବିମାନ ସେବା ଇତିହାସରେ ନିକଟ ଅତୀତରେ ଘଟିଥିବା ସବୁଠାରୁ ବଡ଼...

ଗୋପବନ୍ଧୁ ଐତିହ୍ୟର ବାହକ

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କୁ ଶେଷ ଜୀବନରେ ମହାନ ବର୍ଷୀୟାନ ପୁରୁଷ...

ଆତଙ୍କବାଦ ବିରୋଧରେ ସାଲିସ ବିହୀନ ଲଢ଼େଇ: ବିଶ୍ବ ସମୁଦାୟକୁ ଭାରତ-ରୁଷ୍‌ର ମିଳିତ ଆହ୍ବାନ

ନୂଆଦିଲ୍ଲୀ: ଆତଙ୍କବାଦ ବିରୋଧରେ ସାଲିସ୍ ବିହୀନ ଲଢେଇ ପାଇଁ ବିଶ୍ବ ସମୁଦାୟକୁ...

ସ୍ବାମୀ ଓ ଗର୍ଭବତୀ ସ୍ତ୍ରୀ ମୃତ; ବର୍ତ୍ତିଲା ୩ ବର୍ଷର ଶିଶୁ

ଦିଗପହଣ୍ଡି: ଗଞ୍ଜାମ ଜିଲାର ଦିଗପହଣ୍ଡି-ବ୍ରହ୍ମପୁର ରାସ୍ତାର ମାଁ କୁରେଇଶୁଣୀ ମନ୍ଦିର ନିକଟରେ...

Related Articles

Popular Categories