www.samajalive.in
Sunday, December 14, 2025
16.1 C
Bhubaneswar

ଭାରତରେ ସମୂହ ସଂକ୍ରମଣ ଆରମ୍ଭ ହୋଇଯାଇଛି; ଆଇସିଏମଆର ରିପୋର୍ଟରୁ ମିଳୁଛି ଇସାରା !

ନୂଆଦିଲ୍ଲୀ: କିଛି ସପ୍ତାହ ତଳେ ଭାରତୀୟ ଚିକିତ୍ସା ଗବେଷଣା ପରିଷଦ(ଆଇସିଏମଆର) କରୋନା ଭୂତାଣୁର ସମୂହ ସଂକ୍ରମଣ ଯାଞ୍ଚ କରିଥିଲା। ଏକ କମ୍ୟୁନିଟିରୁ ନମୁନା ସଂଗ୍ରହ କରି ପରୀକ୍ଷା କରିବା ପରେ ସେସବୁ ନେଗେଟିଭ ଆସିଥିଲା। ଫଳରେ ଦେଶରେ ସମୂହ ସଂକ୍ରମଣ ହୋଇ ନ ଥିବା ସେତେବେଳେ ଆଇସିଏମଆର କହିଥିଲା। କିନ୍ତୁ ସଦ୍ୟ ପ୍ରକାଶିତ ରିପୋର୍ଟରେ ଦେଶରେ କରୋନା ଭୂତାଣୁ ତୃତୀୟ ପର୍ଯ୍ୟାୟରେ ପହଞ୍ଚିଥିବା ବା ସମୂହ ସଂକ୍ରମଣ ଆରମ୍ଭ ହୋଇଯାଇଥିବା ଇସାରା କରିଛି। ଦେଶର କିଛି କ୍ଲଷ୍ଟରରେ ଏପରି ସ୍ଥିତି ରହିଥିବା ରିପୋର୍ଟରୁ ଜଣାପଡ଼ିଛି।

ଗତ ଫେବୃୟାରୀରୁ ଏପ୍ରିଲ ୨ ପର୍ଯ୍ୟନ୍ତ ଆଇସିଏମଆର ୫୯୧୧ କରୋନା ସନ୍ଦିଗ୍ଧଙ୍କ ସିଭିୟର ଆକ୍ୟୁଟ ରେସ୍ପିରେଟୋରି ଇଲନେସ(ଏସଏଆରଆଇ) ପରୀକ୍ଷା କରାଇଥିଲା। ସେଥିରୁ ୧୦୪ ଅର୍ଥାତ ୧.୮ ପ୍ରତିଶତ କରୋନା ପଜିଟିଭ ଆସିଛି। ୧୫ଟି ରାଜ୍ୟର ୩୬ ସହରରୁ ଏହି ନମୁନା ସଂଗ୍ରହ କରାଯାଇ ପରୀକ୍ଷା କରାଯାଇଥିଲା।

- Advertisement -

ଯେଉଁ ରାଜ୍ୟରେ ୧ ପ୍ରତିଶତରୁ ଅଧିକ ଏସଏଆରଆଇ ମାମଲା ରହିଛି ସେଗୁଡ଼ିକ ହେଲା ଗୁଜରାଟ(୭୯୨ରୁ ୧୩ ପଜିଟିଭ) ୧.୬ ପ୍ରତିଶତ, ତାମିଲନାଡୁ (୫୭୭ରୁ ୫ ପଜିଟିଭ) ୦.୯ %, ମହାରାଷ୍ଟ୍ର (୫୫୩ରୁ ୨୧ ପଜିଟିଭ) ୩.୮% ଏବଂ କେରଳ (୫୦୨ରୁ ୧ ପଜିଟିଭ) ୦.୨%। ଆଇସିଏମଆର ଏହାର ରିପୋର୍ଟରେ ପରାମର୍ଶ ଦେଇ କହିଛି ଯେ, ଏସବୁ ରାଜ୍ୟ ଏବଂ ଜିଲା ଉପରେ ସରକାର ସବୁଠୁ ଅଧିକ ଧ୍ୟାନ ଦେବା ଆବଶ୍ୟକ। କରୋନା ଭୂତାଣୁ ବ୍ୟାପୁଥିବାରୁ ଏସବୁ ଅଞ୍ଚଳକୁ ସର୍ବୋଚ୍ଚ ପ୍ରାଥମିକତା ଦେବା ଉଚିତ।

ଏହି ୫୯୧୧ ମାମଲାରୁ ମାତ୍ର ୨ଟି ପଜିଟିଭ କେସ୍‌ ଏପରି ରହିଛି ଯେଉଁଥିରୁ ଜଣେ ରୋଗୀ ଅନ୍ୟ ଜଣେ କରୋନା ସଂକ୍ରମିତଙ୍କ ସହିତ ସିଧା ସମ୍ପର୍କରେ ଆସିଥିଲେ। ୨ଟି ଆକ୍ରାନ୍ତ ବିଦେଶ ଯାତ୍ରା କରିଥିଲେ। ୫୯ ପଜିଟିଭଙ୍କର କୌଣସି ବିଦେଶ ଯାତ୍ରା ଇତିହାସ ନ ଥିଲା। ଅର୍ଥାତ ଏମାନେ ସମସ୍ତେ ଦେଶ ଭିତରେ ସଂକ୍ରମିତ ହୋଇଛନ୍ତି। ୧୪ ମାର୍ଚ୍ଚରେ ଆଇସିଏମଆରର ପ୍ରଥମ ରିପୋର୍ଟରେ କୁହାଯାଇଥିଲା ଯେ, ସେତେବେଳେ ଯେଉଁ ଲୋକମାନଙ୍କର କରୋନା ପରୀକ୍ଷା କରାଯାଇଥିଲା ସେଥିରୁ କାହାର ବି ଏସଏଆରଆଇ ଟେଷ୍ଟରେ ପଜିଟିଭ ଆସି ନ ଥିଲା। ଏହା ପରେ ମାର୍ଚ୍ଚ ୧୫ରୁ ୨୧ ମଧ୍ୟରେ ହୋଇଥିବା ପରୀକ୍ଷାରେ ୧୦୬ ଜଣଙ୍କ ମଧ୍ୟରୁ ୨ଟି ଏସଏଆରଆଇ ପଜିଟିଭ ଆସିଥିଲା। ପରେ ମାର୍ଚ୍ଚ ୨୨ରୁ ୨୮ ମଧ୍ୟରେ ହୋଇଥିବା ପରୀକ୍ଷାରୁ ୨୮୭୭ ଜଣଙ୍କ ମଧ୍ୟରୁ ୪୮ ଜଣ ଏସଏଆରଆଇ ପଜିଟିଭ ବାହାରିଥିଲେ।

ଆଇସିଏମଆର ୨ୟ ରିପୋର୍ଟରେ ସ୍ପଷ୍ଟ ଭାବେ କୁହାଯାଇଛି ଯେ, ମାର୍ଚ୍ଚ ୧୪ ପୂର୍ବରୁ ଏସଏଆରଆଇ ଟେଷ୍ଟ ରିପୋର୍ଟରେ ଆକ୍ରାନ୍ତଙ୍କ ସଂଖ୍ୟା ଶୂନ ଥିଲା। କିନ୍ତୁ ଏହା ବୃଦ୍ଧି ପାଇଁ ଏପ୍ରିଲ ୨ ସୁଦ୍ଧା ୨.୬%ରେ ପହଞ୍ଚିଛି।

 

ଇନପୁଟ: ଆଜତକ୍‌

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories