www.samajalive.in
Thursday, December 11, 2025
18.1 C
Bhubaneswar

କଥା ବଦଳାଇଲେ ସରକାର : କରୋନା ମୃତକଙ୍କ ପରିବାରକୁ ମିଳିବନି ସହାୟତା

ନୂଆଦିଲ୍ଲୀ : କରୋନ ଭାଇରସର ସଂକ୍ରମଣରେ ମୃତ୍ୟୁ ବରଣ କରିଥିବା ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କାର ସହାୟତା ରାଶି ଦେବାପାଇଁ ଶନିବାର କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ ଘୋଷଣା କରାଯାଇଥିଲା। ତେବେ ସରାକର ନେଇଥିବା ନିଷ୍ପତ୍ତିକୁ ଶେଷରେ ପ୍ରତ୍ୟାହାର କରିଛନ୍ତି। କରୋନାରେ ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କାର ସହାୟତା ରାଶି ମିଳିବନି ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି। ଭାରତ ସରକାରଙ୍କ ଯୁଗ୍ମ ସଚିବ ସଞ୍ଜୀବ କୁମାର ଜିନ୍ଦଲ ଏକ ବିଜ୍ଞପ୍ତି ପ୍ରକାଶ କରି ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ବର୍ତ୍ତମାନ କରୋନା ଭାଇରସର ଚିକିତ୍ସା ପାଇଁ ଖର୍ଚ୍ଚ ରାଜ୍ୟ ବିପର୍ଯ୍ୟୟ ମୁକାବିଲା ପାଣ୍ଠି ଅଧୀନରେ ଦିଆଯିବ। ଏହାର ଅର୍ଥ ହେଉଛି ଯେ, ବର୍ତ୍ତମାନ ଯଦି କେହି କରୋନା ଭାଇରସ୍ ଦ୍ୱାରା ଆକ୍ରାନ୍ତ ହୁଅନ୍ତି, ତେବେ ସରକାର ଆଇସୋଲେସନ୍ ଏବଂ ପରୀକ୍ଷା ଠାରୁ ଆରମ୍ଭ କରି ଚିକିତ୍ସା ପର୍ଯ୍ୟନ୍ତ ଖର୍ଚ୍ଚ ଦେବେ। ରାଜ୍ୟ ବିପର୍ଯ୍ୟୟ ମୁକାବିଲା ପାଣ୍ଠିରୁ ମଧ୍ୟ ଅର୍ଥ ଦେବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେବେ।

ବର୍ତ୍ତମାନ ସୁଦ୍ଧା ଭାରତରେ ୮୫ ଜଣ କରୋନାରେ ଆକ୍ରାନ୍ତ ଥିବା ବେଳେ ୨ ଜଣ କରୋନାରେ ମୃତ୍ୟୁବରଣ କରିଛନ୍ତି। ଭାରତରେ ୭୩ ଜଣ କରୋନା ଆକ୍ରାନ୍ତ ମେଡିକାଲରେ ଚିକିତ୍ସାଧୀନ ଥିବା ଜଣାପଡିଛି। ଏହାରି ମଧ୍ୟରେ କରୋନାକୁ ବିଜ୍ଞାପିତ ବିପର୍ଯ୍ୟୟ ଘୋଷଣା କରିଛନ୍ତି କେନ୍ଦ୍ର ସରକାର।

- Advertisement -

 

 

Hot this week

୨୧୪ ରନ କଲେ ଜିତିବ ଭାରତ

ସମାଜଲାଇଭ ଡେସ୍କ: ୨ୟ ଟି-୨୦​‌ରେ ଭାରତକୁ ୨୧୪ ରନର ବିଜୟ ଲକ୍ଷ୍ୟ...

ନାଗରିକତା ପାଇଥିବା ସମସ୍ତଙ୍କୁ ମିଳିବ ସରକାରୀ ସୁବିଧା , ୩୫ ଜଣଙ୍କୁ ନାଗରିକତା ପ୍ରମାଣ ପତ୍ର

ଭୁବନେଶ୍ୱର :ଜନଗଣନା ନିର୍ଦ୍ଦେଶାଳୟ ଓଡ଼ିଶା ଓ ଗୃହ ମନ୍ତ୍ରାଳୟ ଭାରତ ସରକାରଙ୍କ...

ହତ୍ୟାପରେ ପଡୋଶୀଙ୍କ ରକ୍ତ ପିଇଥିଲେ ଏହି ମହିଳା- ୫୦ ବର୍ଷ କାରା ଦଣ୍ଡାଦେଶ

ନ୍ୟୁୟର୍କ- ଆମେରିକାର ଜଣେ ମହିଳା ତାଙ୍କ ପଡୋଶୀଙ୍କୁ ରାଗରେ ହତ୍ୟା କରିଥିଲେ...

୨୦ ବର୍ଷ ପରେ ନୂଆ ଜୀବନ ପାଇଲେ ବିଶ୍ଵଭୂଷଣ

ଭୁବନେଶ୍ୱର: ଯୁବ ଅବସ୍ଥାରେ ଅଣ୍ଟା ଭାଙ୍ଗିପଡ଼ିଥିଲା। ୮୦ ବର୍ଷର ବୃଦ୍ଧ ପରି...

ହାତୀ ଆକ୍ରମଣରେ ମହିଳାଙ୍କ ମୃତ୍ୟୁ

କଣ୍ଟାବାଞ୍ଜି: ବଲାଙ୍ଗୀର ଜିଲ୍ଲା ତୁରେକେଲା ଥାନା ବଡବାଙ୍କୀ ପଞ୍ଚାୟତ ସାନବାଙ୍କି ଗ୍ରାମରେ...

Related Articles

Popular Categories