www.samajalive.in
Saturday, December 13, 2025
27.1 C
Bhubaneswar

ମହଙ୍ଗା ହେଲା ମୋବାଇଲ୍ ଫୋନ୍, ୧୨ ରୁ ୧୮ ପ୍ରତିଶତକୁ ବୃଦ୍ଧି ହେଲା ଜିଏସଟି

ନୂଆଦିଲ୍ଲୀ : ଏଣିକି ମୋବାଇଲ୍ ଫୋନ କିଣିବା ମହଙ୍ଗା ହେବ। ଶନିବାର ଜିଏସଟି ପରିଷଦ ବୈଠକରେ ମୋବାଇଲ୍ ଫୋନ ଉପରେ ଜିଏସଟି ୧୨ ରୁ ୧୮ ପ୍ରତିଶତକୁ ବୃଦ୍ଧି କରିବାକୁ ନିଷ୍ପତ୍ତି ନିଆଯାଇଛି। ଆଜି ବସିଥିବା ଜିଏସଟି ପରିଷଦ ବୈଠକରେ ମୋବାଇଲ ଫୋନ ଓ ମୋବାଇଲ ଫୋନ ଯନ୍ତ୍ରାଂଶ ଉପରେ ଲାଗୁ ଜିଏସଟି ହାରକୁ ୧୨ ପ୍ରତିଶତରୁ ୧୮ ପ୍ରତିଶତକୁ ବୃଦ୍ଧି କରା ଯାଇଥିବା ସୂଚନା ଦେଇଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ।

- Advertisement -

ପୂର୍ବରୁ  ମୋବାଇଲ୍ ଫୋନ ମହଙ୍ଗା ହେବା ସମ୍ବାବନା ରହିଥିଲା। ଏଣୁ କ୍ୟାଟ୍ ଏବଂ ଅଲ୍ ଇଣ୍ଡିଆ ମୋବାଇଲ୍ ରିଟେଲର୍ ଆସୋସିଏସନ୍ (AIMRA) ପ୍ରଧାନମନ୍ତ୍ରୀ ଏବଂ ଅର୍ଥମନ୍ତ୍ରୀଙ୍କୁ ଚିଠି ଲେଖି ମୋବାଇଲ୍ ଫୋନ ଉପରେ ଜିଏସଟି ବୃଦ୍ଧି ନକରିବାକୁ ଦାବି କରିଥିଲେ। ସଂସ୍ଥା ଗୁଡିକ ଚିଠିରେ ଯୁକ୍ତି ଦର୍ଶାଇଥିଲେ ଯେ ମୋବାଇଲ ଫୋନରେ ଜିଏସଟି ବଢାଇବା ଫଳରେ ଗ୍ରାହକଙ୍କ ବ୍ୟତୀତ ଖୁଚୁରା ବ୍ୟବସାୟୀମାନଙ୍କୁ ଏହା ଅଧିକ ପ୍ରଭାବିତ କରିବ।

ଏଥି ସହିତ ଆଜିର ଜିଏସଟି ପରିଷଦ ବୈଠକ ପରେ  ଅର୍ଥମନ୍ତ୍ରୀ କହିଛନ୍ତି ଯେ ଦିଆସିଲି ଉପରେ ୧୨ ପ୍ରତିଶତ ଜିଏସଟି ଲାଗୁ ହେବ । ଅନ୍ୟପକ୍ଷରେ ୨୦୧୮-୧୯ ପାଇଁ ବାର୍ଷିକ ଜିଏସଟି ରିଟର୍ଣ୍ଣ ଫାଇଲ କରିବାର ଶେଷ ତାରିଖକୁ ଜୁନ ୩୦ ପର୍ୟ୍ୟନ୍ତ ବୃଦ୍ଧି କରାଯାଇଛି । ଏହି ଶେଷ ତାରିଖ ପରେ ଜିଏସଟି ଫାଇଲ କଲେ ଟିକସ ପରିମାଣ ଉପରେ ସୁଧ ଲାଗୁ ହେବ । ତେବେ ବାର୍ଷିକ ଟର୍ଣ୍ଣଓଭର ୧ କୋଟିରୁ କମ ଥିଲେ, ଲେଟ ଫି ବା ବିଳମ୍ବ ଶୁଳ୍କ ଲାଗୁ ହେବ ନାହିଁ ।

Hot this week

ସିମ୍ ବାଇଣ୍ଡିଂ କ’ଣ? ଯାହାକୁ ନେଇ ଚିନ୍ତାରେ ହ୍ୱାଟସଆପ, ସ୍ନାପଚ୍ୟାଟ ଏବଂ ଟେଲିଗ୍ରାମ କମ୍ପାନୀ

ନୂଆଦିଲ୍ଲୀ : ଦୂରସଞ୍ଚାର ବିଭାଗ ହ୍ୱାଟ୍ସଆପ୍, ଟେଲିଗ୍ରାମ୍, ସିଗନାଲ୍ ଏବଂ ସ୍ନାପଚାଟ୍...

କ୍ଷମା ମାଗିଲେ ମମତା

ସମାଜ ଲାଇଭ ଡ଼େସ୍କ : ମେସିଙ୍କ ଗସ୍ତ ପରେ କଲକାତା ସଲ୍ଟ...

ଆଜି ଭୁବନେଶ୍ୱର ଆସୁଛନ୍ତି ଅକ୍ଷୟ କୁମାର

ଭୁବନେଶ୍ୱର :ବଲିଉଡର ଖିଲାଡୀ ଷ୍ଟାର ଅକ୍ଷୟ କୁମାର ଆଜି ଓଡ଼ିଶା ଆସୁଛନ୍ତି...

କିସ୍‌ରେ କେମିତି ହେଲା ଛାତ୍ର ଙ୍କ ମୃତ୍ୟୁ ? ସାଂଘାତିକ ଅଭିଯୋଗ ଆଣିଲେ ପରିବାର…

କେନ୍ଦୁଝର: ଭୁବନେଶ୍ଵର କିସ୍‌ରେ ଆଦିବାସୀ ଛାତ୍ରର ମୃତ୍ୟୁ ନେଇ କେନ୍ଦୁଝର ଜିଲାପାଳଙ୍କ...

ମହାନଦୀକୁ ହତ୍ୟା ଷଡ଼ଯନ୍ତ୍ର ଚାଲିଛି- ପ୍ରସନ୍ନ

ଭୁବନେଶ୍ୱର: ମହାନଦୀ ପ୍ରସଙ୍ଗର ବିରୋଧୀଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟଙ୍କ ବଡ ବୟାନ...

Related Articles

Popular Categories