www.samajalive.in
Monday, December 8, 2025
16.1 C
Bhubaneswar

ଆମକୁ କରୋନା ସହ ଆହୁରି ୧୫୫ ଦିନ ଯାଏଁ ଲଢିବାକୁ ପଡିବ : ସୁବ୍ରତ ବାଗଚୀ

ଭୁବନେଶ୍ବର : ସମଗ୍ର ବିଶ୍ବର ୧୬୭ ଦେଶକୁ ବ୍ୟାପି ସାରିଥିବା ମହାମାରୀ କରୋନାକୁ ମୁକାବିଲା କରିବାକୁ ଆହୁରି ୧୫୫ ଦିନ ସମୟ ଲାଗିବ। ଏଣୁ ଆମକୁ ସେତେବେଳ ଯାଏଁ ସତର୍କତା ଏବଂ ସଚେତନତା ବଜାଇ ରଖିବାକୁ ପଡିବ ବୋଲି କହିଛନ୍ତି ରାଜ୍ୟ ସରକାରଙ୍କ ପ୍ରମୁଖ ମୁଖପାତ୍ର ସୁବ୍ରତ ବାଗଚୀ। ରାଜ୍ୟ ସରକାରଙ୍କ ପକ୍ଷରୁ କରୋନା ସଚେତନତା ପାଇଁ ଗଠନ କରାଯାଇଥିବା ଟିମ୍ ପକ୍ଷରୁ ଗୀତଗୋବିନ୍ଦ ସଦନଠାରେ କରାଯାଇଥିବା ସାମ୍ବାଦିକ ସମ୍ମିଳନୀରେ ସୁବ୍ରତ ବାଗଚୀ କହିଥିଲେ ଆମକୁ କରୋନା ମହାମାରୀ ସହ ଲଢିବାକୁ ପଡିବ। ଗତକାଲି କରୋନା ୧୬୨ ଟି ଦେଶକୁ ବ୍ୟାପିଥିବା ବେଳେ ଆଜି ତାହା ୧୬୭ ଦେଶରେ ପହଞ୍ଚିଛି। ଏଣୁ ଏହାର ବ୍ୟାପ୍ତିକୁ ଦେଖି ଆମକୁ ସତର୍କ ହେବା ଆବଶ୍ୟକ। କରୋନାରେ ବର୍ତ୍ତମାନ ସୁଦ୍ଧା ୮ ହଜାର ୨୨୫ ଜଣଙ୍କ ମୃତ୍ୟୁ ହୋଇ ସାରିଥିବା ବେଳେ ପ୍ରାୟ ୧ ଲକ୍ଷ ୯୯ ହଜାରରୁ ଅଧିକ ଆକ୍ରାନ୍ତ ହୋଇଥିବା କହିଛନ୍ତି ବାଗଚୀ। ଭାରତରେ ବର୍ତ୍ତମାନ ସୁଦ୍ଧା କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୪୮ରେ ପହଞ୍ଚିଛି।

ଓଡିଶାରେ ବର୍ତ୍ତମାନ ସୁଦ୍ଧା ୪୭ ଜଣଙ୍କ କରୋନା ଟେଷ୍ଟ କରାଯାଇଥିଲା। ସେଥି ମଧ୍ୟରୁ ୪୬ ଜଣଙ୍କର କରୋନା ନେଗେଟିଭ ଆସିଥିବା ବେଳେ  ଜଣଙ୍କର କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ । କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଓଡିଶାର କରୋନା ଆକ୍ରାନ୍ତଙ୍କ ପରିସ୍ଥିତି ବର୍ତ୍ତମାନ ଠିକ ରହିଛି ବୋଲି କହିଛନ୍ତି ସୁବ୍ରତ ବାଗଚୀ। ଗତକାଲି ୧୨ ଟି ରକ୍ତ ନମୁନା କରୋନା ଟେଷ୍ଟ ପାଇଁ ପଠାଯାଇଥିଲା। ସେଥିରୁ ସମସ୍ତ ରକ୍ତ ନମୁନା ନେଗେଟିଭ ଆସିଛି। ଆଜି ଆଉ ୬ ଟି ରକ୍ତ ନମୁନା ଟେଷ୍ଟ ପାଇଁ ପଠାଯାଇଛି। ରାଜ୍ୟ ସରକାରଙ୍କ ପକ୍ଷରୁ ବିଦେଶ ଫେରନ୍ତାଙ୍କ ପାଇଁ ଜାରି କରାଯାଇଥିବା ଗାଇଡଲାଇନକୁ ବଡ ସଫଳତା ମିଳିଛି। ଲୋକମାନେ ବିଦେଶ ଫେରିବା ପରେ ୱେବସାଇଟ ଏବଂ ଟୋଲ୍ ଫ୍ରି ନମ୍ବରରେ ମାଧ୍ୟମରେ ସରକାରଙ୍କୁ ସୋମନଙ୍କର ସମ୍ପୁର୍ଣ୍ଣ ତଥ୍ୟ ଦେଉଛନ୍ତି। ଆଜି ରାଜ୍ୟ ସରକାରଙ୍କ ଏହି ଗାଇଡଲାଇନକୁ ମାନି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜ ଭଉଣୀ ଗିତା ମେହେଟ୍ଟା ବିଦେଶରୁ ଓଡିଶା ଫେରିବା ପରେ ୱେବସାଇଟ ମାଧ୍ୟମରେ ରେଜିଷ୍ଟ୍ରେସନ  କରିଛନ୍ତି।

- Advertisement -

ଏହାସହ ୧୦୪ ନମ୍ବରକୁ ୨୪ ଘଣ୍ଟା ମଧ୍ୟରେ ୫ ହଜାରରୁ ଅଧିକ ଥର କଲ୍ ଆସୁଛି। ଏବେ ସୁଦ୍ଧା ଅନଲାଇନରେ ବାହାରୁ ଆସିଥିବା ନେଇ ୨୧୩୧ରୁ ଅଧିକ ଲୋକ ପଞ୍ଜୀକରଣ କରିଛନ୍ତି । ୮୦ଟି ଦେଶରୁ ଆସିଥିବା ଲୋକ ପଞ୍ଜୀକରଣ କରିଛନ୍ତି । ସାମାଜିକ ଦୂରତା ବଜାୟ ରଖିବା ଉପରେ ଗୁରୁତ୍ୱ ଦେବା ପାଇଁ ପରାମର୍ଶ ଦିଆଯାଇଛି ଦେଇଛନ୍ତି ରାଜ୍ୟ ସରକାର ।

ଏହି ଅବସରରେ ସୁବ୍ରତ ବାଗଚୀ ମହାପ୍ରଭୁ ଜଗନ୍ନାଥଙ୍କୁ ୧୪ ଦିନ ଯାଏ ଅଣସର ରଖିବା ଏବଂ ଆମେ ହାଡଫୁଟି ସମୟରେ ମଧ୍ୟ ୧୪ ଦିନ ଘରେ ବନ୍ଦ ରହିବା କଥା ଉଦାହରଣ ଦେଇଥିଲେ। ବାଗଚୀ କହିଥିଲେ ମହାପ୍ରଭୁଙ୍କ ସ୍ନାନ ଯାତ୍ରା ପରେ ମହାପ୍ରଭୁ ଯେପରି ଥଣ୍ଡା ଜ୍ବରରେ ଆକ୍ରାନ୍ତ ହୋଇ ୧୪ ଦିନ ଯାଏ ଅଣସରଘରେ ରୁହନ୍ତି ଆମେ ଥଣ୍ଡା କିମ୍ବା ଏହାର କୌଣସି ଲକ୍ଷଣ ଦେଖାଦେଲେ ୧୪ ଦିନ ଯାଏ କ୍ୱାରେଣ୍ଟାଇନରେ ରହିବା ଉଚିତ ବୋଲି କହିଛନ୍ତି ସୁବ୍ରତ ବାଗଚୀ ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories