ଏସସିବିକୁ ମିଳିଲା ୧୫ ଭେଣ୍ଟିଲେଟର

ଭୁବନେଶ୍ବର : କୋଭିଡ଼ ୧୯ର ସଫଳ ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଶ୍ରୀରାମଚନ୍ଦ୍ର ମେଡ଼ିକାଲ କଲେଜ ଓ ହସ୍ପିଟାଲକୁ ୧୫ଟି ଭେଣ୍ଟିଲେଟର ଯୋଗାଇଦିଆଯାଇଛି। ଚଣ୍ଡିଗଡ଼ର ଏକ କମ୍ପାନୀକୁ ଗତ ୨୦ତାରିଖରେ ଓଡ଼ିଶା ରାଜ୍ୟ ଔଷଧ ନିଗମ ଏଥିପାଇଁ କ୍ରୟଦେଶ ପ୍ରଦାନ କରିଥିଲେ। ରାଜ୍ୟ ଔଷଧ ନିଗମର ପ୍ରତ୍ୟକ୍ଷ ତତ୍ତ୍ବାବଧାନ ଏବଂ ବ୍ୟକ୍ତିଗତ ଯୋଗାଯୋଗ ଦ୍ବାରା ଆଜି ଚଣ୍ଡିଗଡ଼ରୁ ୧୫ଟି ଭେଣ୍ଟିଲେଟର ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡ଼ିକାଲ କଲେଜରେ ‌ପହଞ୍ଚିଛି ବୋଲି ସ୍ବାସ୍ଥ୍ୟ ବିଭାଗ ସୂତ୍ରରୁ ସୂଚନା ମିଳିଛି।

Comments are closed.