www.samajalive.in
Saturday, December 6, 2025
26.1 C
Bhubaneswar

୧୦ରୁ ଅଧିକ ଦେଶକୁ ବ୍ୟାପିଲାଣି ‘କରୋନା’, ଚୀନରେ ମୃତ୍ୟୁ ସଂଖ୍ୟା ୪୧କୁ ବୃଦ୍ଧି

ବେଜିଂ: ଭୟଙ୍କର ‘କରୋନା’ ଭାଇରସ ବିଶ୍ଵର ୧୦ରୁ ଅଧିକ ଦେଶକୁ ବ୍ୟାପି ସାରିଲାଣି। ଆଗକୁ ଆହୁରି ଅଧିକ ଦେଶକୁ ଏହା ବ୍ୟାପିବା ଆଶଙ୍କା ପ୍ରକାଶ ପାଇଛି। କେତେକ ଦେଶରେ ସନ୍ଦିଗ୍ଧ ଆକ୍ରାନ୍ତଙ୍କ ବିଷୟରେ ମଧ୍ୟ ସୂଚନା ମିଳିଛି। ଏଥିରେ ଭାରତରେ ୨ ସନ୍ଦିଗ୍ଧ ରହିଛନ୍ତି, ଯିଏକି ଏଥିରେ ଆକ୍ରାନ୍ତ ହୋଇଥିବା ଅନୁମାନ କରାଯାଉଛି। ଫ୍ରାନ୍ସ ଏବଂ ୟୁରୋପରେ ମଧ୍ୟ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

କରୋନା ଭୂତାଣୁ ବ୍ୟାପିବା ଉପରେ ରୋକ୍‌ ଲଗାଇବା ପାଇଁ ଚୀନ ନିଜର ୧୫ ସହରର ସାଢ଼େ ୪ କୋଟି ନାଗରିକଙ୍କ କୌଣସି ସ୍ଥାନକୁ ଯାତ୍ରା ଉପରେ ପ୍ରତିବନ୍ଧକ ଲଗାଇଛି। ବର୍ତ୍ତମାନ ସୁଦ୍ଧା ଦେଶରେ ୪୧ ଜଣଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ଏହାବ୍ୟତୀତ ୯୨୬ ଜଣ ଏଥିରେ ଆକ୍ରାନ୍ତ ହୋଇଛନ୍ତି। ଆକ୍ରାନ୍ତଙ୍କ ସଂଖ୍ୟା ୪ ହଜାରରୁ ଅଧିକ ହୋଇପାରେ ବୋଲି ତେ​ବେ ଲଣ୍ଡନ ଏବଂ ଆମେରିକୀୟ ବିଶେଷଜ୍ଞମାନଙ୍କ କହିଛନ୍ତି। ଶୁକ୍ରବାର ସନ୍ଧ୍ୟା ସୁଦ୍ଧା ଚୀନର ୧୫ ସହର ଉପରେ କଟକଣା ଲାଗୁ ହୋଇଛି, ଯେଉଁଠାରୁ କୌଣସି ନାଗରିକ ଅନ୍ୟତ୍ର ଯାତ୍ରା କରିପାରିବେ ନାହିଁ ବୋଲି ନିର୍ଦେଶ ଦିଆଯାଇଛି।

- Advertisement -

ଏଠାରେ ବସ୍‌, ଟ୍ରେନ, ନୌକାଠାରୁ ଆରମ୍ଭ କରି ସମସ୍ତ ଯାତାୟାତ ବ୍ୟବସ୍ଥା ବନ୍ଦ କରିଦିଆଯାଇଛି। ତେବେ ୧କୋଟ ୧୨ ଲକ୍ଷ ଜନସଂଖ୍ୟା ବିଶିଷ୍ଟ ହୁବଇ ରାଜ୍ୟର ପ୍ରମୁଖ ସହର ବୁହାନ ସବୁଠାରୁ ଅଧିକ ପ୍ରଭାବିତ ହୋଇଛି। ଅଧିକାଂଶ ସହରରେ ଖାଦ୍ୟ ପଦାର୍ଥ ଏବଂ ଔଷଧ ବ୍ୟତୀତ ଅନ୍ୟ ସମସ୍ତ ଦୋକାନ, ବ୍ୟବସାୟିକ ପ୍ରତିଷ୍ଠାନ ବନ୍ଦ ରହିଛି।

Hot this week

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

Related Articles

Popular Categories