www.samajalive.in
Saturday, December 6, 2025
26.1 C
Bhubaneswar

ସ୍ୱାସ୍ଥ୍ୟ ପାଇଁ ଉପକାରୀ ଚୁଡ଼ା

ବହୁ ଲୋକଙ୍କ ମତରେ ଜଳଖିଆରେ ଚୁଡ଼ାରେ ପ୍ରସ୍ତୁତ ଖାଦ୍ୟ ଖାଇବା ସ୍ୱାସ୍ଥ୍ୟ ଲାଭଦାୟକ । ମାତ୍ର କେବଳ ଏହା ସତ୍ୟ ନୁହେଁ। ଚୁଡ଼ାରେ ଏଭଳି ବହୁ ପୋଷକ ତତ୍ତ୍ୱ ରହିଛି, ଯାହା ଶରୀରକୁ ସୁସ୍ଥ ରଖିବା ପାଇଁ ସାହାଯ୍ୟ କରିଥାଏ। ଜାଣନ୍ତୁ ବିଶେଷଜ୍ଞଙ୍କ ମତରେ ଚୁଡ଼ାର ଉପକାରୀ ଗୁଣ ବିଷୟରେ…….
– ଚୁଡ଼ାରେ ଭରପୁର ମାତ୍ରାରେ ଆଇରନ ରହିଛି। ଏହାକୁ ଖାଇବା ଦ୍ୱାରା ଶରୀରରେ ରୋଗପ୍ରତିରୋଧକ ଶକ୍ତି ଓ ହିମୋଗ୍ଲୋବିନର ମାତ୍ରା ବୃଦ୍ଧି ପାଇଥାଏ।
– ଚୁଡ଼ା ଉପମା ପ୍ରସ୍ତୁତ କରି ଖାଇବା ଦ୍ୱାରା ଏଥିରେ ବିଭିନ୍ନ ପ୍ରକାର ପରିବା ଯେପରି ଗାଜର, ବିନସ୍‍ , ବିଟ୍‍, ମଟର ଛୁଇଁ, ଆଦିର ପ୍ରୟୋଗ ହେବା ଦ୍ୱାରା ଏଥିରେ ବହୁ ପରିମାଣରେ ଖଣିଜ, ଭିଟାମିନ, ଫାଇବର ମିଳିଥାଏ। ଯାହା ସ୍ୱାସ୍ଥ୍ୟ ପାଇଁ ଖୁବ ଉପକାରୀ।
– ଚୁଡ଼ା ଉପମାରେ ଶୁଖିଲା ଖୁଆ, ଅଣ୍ଡା, ସୋୟାବିନ ପକାଇ ପ୍ରସ୍ତୁତ କରାଗଲେ ଏଥିରୁ ଭିଟାମିନ ସହ ପ୍ରୋଟିନ ମଧ୍ୟ ପ୍ରଚୁର ପରିମାଣରେ ମିଳିଥାଏ।
– ଚୁଡ଼ାରେ କାର୍ବୋହାଇଡ଼୍ରେଡ଼ ଥିବାରୁ ଏହା ଶରୀରକୁ ଆବଶ୍ୟକ ପରିମାଣରେ ଶକ୍ତି ଯୋଗାଇଥାଏ। ଏହାସହ ବିଭିନ୍ନ ରୋଗ ସହ ଲଢିବା ପାଇଁ ସାହାଯ୍ୟ କରିଥାଏ।
– ଚୁଡ଼ା ଖାଇବା ଦ୍ୱାରା ପେଟ ଜନିତ ବହୁ ସମସ୍ୟା ଦୂର ହୋଇଥାଏ।
– ଚୁଡ଼ା ଖାଇବା ଦ୍ୱାରା ଏହା ସହଜରେ ହଜମ ହୋଇଥାଏ।
– କେବଳ ଜଳଖିଆ ନୁହେଁ ଏହାକୁ ଅନ୍ୟ ସମୟରେ ମଧ୍ୟ ଖାଇପାରିବେ। ଏହା ଶରୀରକୁ ଯଥେଷ୍ଟ ପରିମାଣରେ ଫାଇବର, ପ୍ରୋଟିନ ଓ କ୍ୟାଲୋରୀ ଯୋଗାଇଥାଏ।

Hot this week

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

Related Articles

Popular Categories