www.samajalive.in
Saturday, December 6, 2025
16.1 C
Bhubaneswar

‘କରୋନା’- ଏବେ ବିଶ୍ଵ ପାଇଁ ବିପଦ ନାହିଁ: ଡବ୍ଲ୍ୟୁଏଚ୍‌ଓ

ବେଜିଂ: ଚୀନରୁ ବ୍ୟାପିଥିବା କରୋନା ଭାଇରସକୁ ନେଇ ସାରା ବିଶ୍ଵ ଚିନ୍ତିତ ହୋଇପଡ଼ିଛି। ବିଶେଷ କରି ୟୁରୋପ ଏବଂ ଏସିଆ ଦେଶଗୁଡ଼ିକରେ ଏହାର ପ୍ରଭାବ ଦେଖିବାକୁ ମିଳିଲାଣି। ବର୍ତ୍ତମାନ ସୁଦ୍ଧା କରୋନା ଭାଇରସ ବିଶ୍ଵର ୧୦ରୁ ଅଧିକ ଦେଶକୁ ବ୍ୟାପି ସାରିଛି। ଏହି ଦେଶଗୁଡ଼ିକ ମଧ୍ୟରେ ରହିଛନ୍ତି ଅଷ୍ଟ୍ରେଲିଆ, ନେପାଳ, ଥାଇଲାଣ୍ଡ, ଆମେରିକା, ତାଇୱାନ, ଜାପାନ, ଦକ୍ଷିଣ କୋରିଆ, ଭିଏତନାମ, ସିଙ୍ଗାପୁର, ହଂକଂ, ଫ୍ରାନ୍ସ ଏବଂ ମକାଉ। ଏହା ବ୍ୟତୀତ ବ୍ରିଟେନ ଏବଂ ଭାରତରେ ସନ୍ଦିଗ୍ଧ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି।

କେବଳ ଚୀନରେ ଏହି ଭୂତାଣୁ ଯୋଗୁ ୪୧ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୯୨୬ ଆକ୍ରାନ୍ତ ହୋଇଛନ୍ତି। ଅନ୍ୟାନ୍ୟ ଦେଶଗୁଡ଼ିକରେ ପ୍ରାୟ ୨୬ ଆକ୍ରାନ୍ତଙ୍କ ଚିକିତ୍ସା ଚାଲିଛି। ଏହା ସତ୍ବେ ବିଶ୍ଵ ସ୍ବାସ୍ଥ୍ୟ ସଂଗଠନ(ଡବ୍ଲ୍ୟୁଏଚ୍‌ଓ) ବିଶ୍ଵ ପାଇଁ ଏହାର ବିପଦ ନାହିଁ ବୋଲି କହିଛନ୍ତି। କରୋନା ଭାଇରସକୁ ନେଇ ସାରା ବିଶ୍ଵ ପାଇଁ ଜରୁରିକାଳୀନ ପରିସ୍ଥିତି ଘୋଷଣା କରିବାକୁ ଡବ୍ଲ୍ୟୁଏଚଓ ମନା କରିଦେଇଛି। ବର୍ତ୍ତମାନ କେବଳ ଚୀନ ପାଇଁ ଜରୁରିକାଳୀନ ସ୍ଥିତି ଘୋଷଣା ହୋଇଛି। ଡବ୍ଲ୍ୟୁଏଚ୍‌ଓର ଅଧିକାରୀମାନଙ୍କ କହିବା ଅନୁସାରେ, ଏବେ ସୁଦ୍ଧା ସ୍ପଷ୍ଟ ହୋଇନାହିଁ ଯେ ଏହି ନୂଆ ଭୂତାଣୁ କେତେ ବିପଜ୍ଜନକ। ଏହା ନ ଜାଣି ବିଶ୍ଵ ପାଇଁ ଏହାକୁ ଚିନ୍ତାଜନକ ପରିସ୍ଥିତି କୁହାଯାଇ ପାରିବ ନାହିଁ।

Hot this week

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

Related Articles

Popular Categories