www.samajalive.in
Monday, December 15, 2025
27.1 C
Bhubaneswar

ଭିମସାରରେ କରୋନା ସନ୍ଦିଗ୍ଧ

ବୁର୍ଲା : ବୁର୍ଲା ଭିମସାରରେ ପୁଣି ଜଣେ କରୋନା ସନ୍ଦିଗ୍ଧ ଭର୍ତ୍ତି ହୋଇଛନ୍ତି। ତାଙ୍କ ଘର ସୋନପୁର ଡୁଙ୍ଗୁରିପାଲି ଅଞ୍ଚଳରେ ବୋଲି ଜଣାପଡିଛି। ସେ ଜଣେ ବ୍ୟଵସାୟୀ। ନିକଟରେ ସେ ଦୁବାଇକୁ ଯାଇ ଫେରି ଆସିଥିଲେ। ଗତକାଲି ସେ ବୁର୍ଲା ଭିମସାର କରୋନା ନୋଡ଼ାଲ ସେଣ୍ଟରରେ ସନ୍ଦଗ୍ଧ ଭାବେ ଭର୍ତ୍ତି ହୋଇଛନ୍ତି। ଏନେଇ ଭିମସାରର ନୋଡ଼ାଲ ସେଣ୍ଟରର ଯୋନାଲ ମୁଖ୍ୟ ସହଯୋଗୀ ପ୍ରଫେସର ଡ଼ାକ୍ତର ସୁଦର୍ଶନ ପୋଥାଲ ସୂଚନା ଦେଇଛନ୍ତି ।

ସୂଚନାଯୋଗ୍ୟ, ମଙ୍ଗଳବାର ପାରାଦୀପ ବନ୍ଦରରୁ ଦୁଇ ଜଣ କରୋନା ସନ୍ଦିଗ୍ଧ ଦମ୍ପତ୍ତିଙ୍କୁ ଚିହ୍ନଟ କରାଯାଇଥିଲା। ସିଙ୍ଗାପୁରରୁ ପାରାଦୀପ ବନ୍ଦରକୁ ଆସିଥିବା ସେନଷ୍ଟାର ନାମକ ଜାହାଜର କର୍ମଚାରୀ ତଥା ସେକେଣ୍ଡ ଇଞ୍ଜିନିୟର ଓ ତାଙ୍କ ପତ୍ନୀଙ୍କ ସ୍ବାସ୍ଥ୍ୟ ପରୀକ୍ଷା ସମୟରେ ଥଣ୍ଡା ଓ ଜ୍ବର ଥିବା ଜଣାପଡ଼ିଥିଲା। ବିଶେଷ କରି ସେମାନଙ୍କ ଶରୀରରେ ଉଚ୍ଚ ତାପମାତ୍ରା ଥିବା ପରିଲକ୍ଷିତ ହୋଇଥିଲା। ଏସବୁ ଲକ୍ଷଣ ଦେଖି କରୋନା ସନ୍ଦେହରେ ଦମ୍ପତ୍ତିଙ୍କୁ ତୁରନ୍ତ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା।

Hot this week

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

ମେସିଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଦିଲ୍ଲୀରେ ପ୍ରବଳ ମାତ୍ରାରେ ପ୍ରଦୂଷଣ ଯୋଗୁଁ...

ବିଶିଷ୍ଟ ଦନ୍ତ ଚିକିତ୍ସକ ପ୍ରୋଫେସର ଡକ୍ଟର ସୁଶାନ୍ତ ମହାନ୍ତି ISPPD ଅଧ୍ୟକ୍ଷ ଭାବେ ନିର୍ବାଚିତ

ଭୁବନେଶ୍ୱର: ଇଣ୍ଡିଆନ୍‌ ସୋସାଇଟି ଅଫ୍‌ ପେଡୋଡଣ୍ଟିକ୍ସ ଏଣ୍ଡ ପ୍ରିଭେନ୍ଟିଭ୍‌ ଡେଣ୍ଟିଷ୍ଟ୍ରି (ISPPD)...

ମଣ୍ଡେଇ ସାଂସ୍କୃତିକ ମଞ୍ଚରେ ବାଘ-ଛେଳି ଛକାପଞ୍ଝା

ନବରଙ୍ଗପୁର: ସାଂସ୍କୃତିକ ମଞ୍ଚ ପାଲଟିଲା ରାଜନୈତିକ ମଞ୍ଚ । ଲକ୍ଷାଧିକ ଦର୍ଶକ...

ମୁଖ୍ୟ ସୂଚନା ଆୟୁକ୍ତ ଭାବେ ଶପଥ ନେଲେ ରାଜ କୁମାର ଗୋୟଲ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ ଭାରତୀୟ ପ୍ରଶାସନିକ ଅଧିକାରୀ ରାଜ...

Related Articles

Popular Categories