www.samajalive.in
Monday, December 15, 2025
27.1 C
Bhubaneswar

କରୋନା ଅପଡେଟସ୍‍ : ୨୪ ଘଣ୍ଟାରେ ୩୮ ମୃତ, ୧୦୭୬ ସଂକ୍ରମିତ

ନୂଆଦିଲ୍ଲୀ : ଦେଶରେ ଗତ ୨୪ ଘଣ୍ଟା ଭିତରେ ଆଉ ୧୦୭୬ ଜଣ ଲୋକ କରୋନା ଭୂତାଣୁରେ ସଂକ୍ରମିତ ହେବା ସହ ମୋଟ୍‍ ସଂକ୍ରମିତ ଲୋକଙ୍କ ସଂଖ୍ୟା ୧୧,୪୩୯କୁ ବୃଦ୍ଧି ପାଇଛି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ କହିଛି ଏପର୍ଯ୍ୟନ୍ତ ୩୦୬ଜଣ ସଂକ୍ରମିତ ବ୍ୟକ୍ତି ଆରୋଗ୍ୟ ଲାଭ କରିସାରିଛନ୍ତି। ଗତ ୨୪ ଘଣ୍ଟା ଭିତରେ ୩୮ ଜଣ ସଂକ୍ରମିତ ବ୍ୟକ୍ତିଙ୍କର ପ୍ରାଣ ହାନି ଘଟିବା ସହ ଦେଶରେ ଏ ଜନିତ ମୃତ୍ୟୁସଂଖ୍ୟା ୩୭୭ରେ ପହଞ୍ଚିଛି।

ଭାରତୀୟ ଡାକ୍ତରୀ ଗବେଷଣା ପରିଷଦ-ଆଇସିଏମ୍‍ଆର୍‍ ଏପର୍ଯ୍ୟନ୍ତ ୨,୪୦,୮୯୩ଟି ନମୁନାର ପରୀକ୍ଷା କରିଛି। ଗତକାଲି ୨୬ ହଜାର ୩୫୧ଟି ନମୁନାର ପରୀକ୍ଷା କରାଯାଇଥିଲା। ଏଗୁଡ଼ିକ ଦେଶର ବିଭିନ୍ନ ସରକାରୀ ଓ ବେସରକାରୀ ପରୀକ୍ଷାଗାରଗୁଡ଼ିକରେ ପରୀକ୍ଷା କରାଯାଇଛି। ଆଇସିଏମ୍‍ଆର୍‍ କରୋନା ଭୂତାଣୁର ପରୀକ୍ଷା ପାଇଁ ପରୀକ୍ଷାଗାର ଗୁଡ଼ିକର ସଂଖ୍ୟା ବୃଦ୍ଧି କରିବାକୁ ଉଦ୍ୟମ ଜାରି ରଖିଛି। ଏଥିପାଇଁ ଉଭୟ ସରକାରୀ ଓ ବେସରକାରୀ ପରୀକ୍ଷାଗାରଗୁଡ଼ିକୁ ଅନୁମତି ଦିଆଯାଉଛି। ଏପର୍ଯ୍ୟନ୍ତ ୧୭୧ଟି ସରକାରୀ ଗବେଷଣାଗାର, ତିନୋଟି ଭୂତାଣୁ ସଂଗ୍ରହ କେନ୍ଦ୍ର ଓ ୭୩ଟି ବେସରକାରୀ ପରୀକ୍ଷାଗାରକୁ କୋଭିଡ୍‍-୧୯ଭୂତାଣୁର ପରୀକ୍ଷା ପାଇଁ ଅନୁମତି ପ୍ରଦାନ କରାଯାଇଛି।

Hot this week

ମେସିଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଦିଲ୍ଲୀରେ ପ୍ରବଳ ମାତ୍ରାରେ ପ୍ରଦୂଷଣ ଯୋଗୁଁ...

ବିଶିଷ୍ଟ ଦନ୍ତ ଚିକିତ୍ସକ ପ୍ରୋଫେସର ଡକ୍ଟର ସୁଶାନ୍ତ ମହାନ୍ତି ISPPD ଅଧ୍ୟକ୍ଷ ଭାବେ ନିର୍ବାଚିତ

ଭୁବନେଶ୍ୱର: ଇଣ୍ଡିଆନ୍‌ ସୋସାଇଟି ଅଫ୍‌ ପେଡୋଡଣ୍ଟିକ୍ସ ଏଣ୍ଡ ପ୍ରିଭେନ୍ଟିଭ୍‌ ଡେଣ୍ଟିଷ୍ଟ୍ରି (ISPPD)...

ମଣ୍ଡେଇ ସାଂସ୍କୃତିକ ମଞ୍ଚରେ ବାଘ-ଛେଳି ଛକାପଞ୍ଝା

ନବରଙ୍ଗପୁର: ସାଂସ୍କୃତିକ ମଞ୍ଚ ପାଲଟିଲା ରାଜନୈତିକ ମଞ୍ଚ । ଲକ୍ଷାଧିକ ଦର୍ଶକ...

ମୁଖ୍ୟ ସୂଚନା ଆୟୁକ୍ତ ଭାବେ ଶପଥ ନେଲେ ରାଜ କୁମାର ଗୋୟଲ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ ଭାରତୀୟ ପ୍ରଶାସନିକ ଅଧିକାରୀ ରାଜ...

ମଙ୍ଗଳ ଗୋଚର: ୩ରାଶିରେ ଅର୍ଥ ବର୍ଷା, ବିଳାସପୂର୍ଣ୍ଣ ଜୀବନ ମିଳିବ

ଜ୍ୟୋତିଷ ଶାସ୍ତ୍ରରେ ମଙ୍ଗଳ ଗ୍ରହକୁ ସାହସ, ଶକ୍ତି, ଦକ୍ଷତା, କ୍ରୋଧ, ଉତ୍ସାହ,...

Related Articles

Popular Categories