www.samajalive.in
Saturday, December 13, 2025
14.1 C
Bhubaneswar

କରୋନା ଭାଇରସ୍ : ଆଇପିଏଲ୍ ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ

– ୩ ମେ ପର୍ଯ୍ୟନ୍ତ ଲକଡ଼ାଉନ୍ ବୃଦ୍ଧି ହେତୁ ଆଇପିଏଲ୍ ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ ରଖାଗଲା।
– ବର୍ତ୍ତମାନ ଇଣ୍ଡିଆନ୍ ପ୍ରିମିୟର ଲିଗ୍ ୨୦୨୦ର ଭବିଷ୍ୟତ ଉପରେ ପ୍ରଶ୍ନ ଚିହ୍ନ।
ନୂଆଦିଲ୍ଲୀ : କରୋନା ଭୂତାଣୁ ମହାମାରୀ ହେତୁ ଆଇପିଏଲ ୨୦୨୦କୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ ରଖାଗଲା। ବିଶ୍ୱର ସବୁଠୁ ଦାମୀ କ୍ରିକେଟ୍ ଲିଗକୁ ସ୍ଥଗିତ ରଖିବାକୁ ବିସିସିଆଇ ପକ୍ଷରୁ ବୁଧବାର ଘୋଷଣା କରାଯାଇଛି। ୨୯ ମାର୍ଚ୍ଚରୁ ୨୪ ମେ ପର୍ୟ୍ୟନ୍ତ ହେବାକୁ ଥିବା ଏହି ଟୁର୍ଣ୍ଣାମେଣ୍ଟ ପାଇଁ ବୋର୍ଡର କୌଣସି ନୂତନ ଯୋଜନା ନଥିବା ଜଣାପଡ଼ିଛି ।
ମଙ୍ଗଳବାର ସନ୍ଧ୍ୟାରେ ଏକ ବୈଠକରେ ଚଳିତ ବର୍ଷ ଆଇପିଏଲକୁ ନେଇ ଆଲୋଚନା ହୋଇଥିଲା। ଯେଉଁଥିରେ ବିସିସିଆଇର ବରିଷ୍ଠ ଅଧିକାରୀ ସୌରଭ ଗାଙ୍ଗୁଲି (ଅଧ୍ୟକ୍ଷ), ଜୟ ଶାହା (ସଚିବ), ବ୍ରିଜେଶ ପଟେଲ (ଆଇପିଏଲ ଅଧ୍ୟକ୍ଷ), ଅରୁଣ ଧୁମଲ (କୋଷାଧ୍ୟକ୍ଷ) ଏବଂ ହେମାଙ୍ଗ ଆମିନ (ଆଇପିଏଲ ମୁଖ୍ୟ କାର୍ୟ୍ୟନିର୍ବାହୀ ଅଧିକାରୀ) ଉପସ୍ଥିତ ଥିଲେ। ଏହାପୂର୍ବରୁ, କୋଭିଡ -୧୯ ମହାମାରୀ ହେତୁ ଚାଲିଥିବା ଲକଡାଉନ୍ ଯୋଗୁଁ ଆଇପିଏଲକୁ ୧୫ ଏପ୍ରିଲ ଏବଂ ପରେ ୩ ମେ ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଥିଲା।

Hot this week

ଛତିଶା ନିଯୋଗ ବୈଠକରେ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି: ଜାନୁଆରୀ ୩ରେ ଦୁର୍ଲଭ ସୁନାବେଶ

ପୁରୀ: ଚଳିତ ମାସ ୧୬ରୁ ଜାନୁଆରୀ ୧୩ ପର୍ଯ୍ୟନ୍ତ ଶ୍ରୀମନ୍ଦିରରେ ହେବାକୁ...

ପ୍ରତିଶ୍ରୁତି ପରେ ଶିକ୍ଷକ ଆନ୍ଦୋଳନ ସ୍ଥଗିତ

ଭୁବନେଶ୍ବର : ଓଡ଼ିଶା ସ୍କୁଲ କଲେଜ ଶିକ୍ଷକ ଓ କର୍ମଚାରୀ ସମନ୍ବୟ...

ଜୁନାଗଡ଼-ପାଣ୍ଡୁରଙ୍ଗାପୁରମ୍‌ ନୂତନ ରେଳପଥ ମଞ୍ଜୁରୀକୁ ୯ବର୍ଷ, ସରୁନି ଜମି ଅଧିଗ୍ରହଣ

ନବରଙ୍ଗପୁର: ପଛୁଆ ଓ ଆଦିବାସୀ ଅଧ୍ୟୁଷିତ ଓଡ଼ିଶା ସହ ଛତିଶଗଡ଼ ଏବଂ...

ଜାନୁଆରୀ ୩୦ରୁ ଅନଶନରେ ବସିବେ ଆନ୍ନା

ମୁମ୍ବଇ: ବିଶିଷ୍ଟ ଗାନ୍ଧୀବାଦୀ ନେତା ତଥା ସମାଜସେବୀ ଆନ୍ନା ହଜାରେ ଜାନୁଆରୀ...

“ବଳଦଙ୍କୁ ଖାଇଗଲା ବୋଲି, ବାଘକୁ ବିଷ ଦେଇ ମାରିଦେଲି”

ବଣାଇ : ତିନି ବଳଦ ଜଙ୍ଗଲକୁ ଚରିବାକୁ ଯାଇ ଆଉ ଫେରି...

Related Articles

Popular Categories