www.samajalive.in
Monday, December 15, 2025
16.1 C
Bhubaneswar

ଭୁବନେଶ୍ଵରରୁ ଆଉ ୪୯ କରୋନା ଆକ୍ରାନ୍ତ ଚିହ୍ନଟ : କ୍ବାରେଣ୍ଟାଇନ୍‌ରୁ ୩୪, ଲୋକାଲ୍‌ କେସ୍‌ ୧୫

ଭୁବନେଶ୍ବର : ଦିନକୁ ଦିନ ରାଜଧାନୀରେ ବୃଦ୍ଧି ପାଇବାରେ ଲାଗିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ଭୁବନେଶ୍ବର ମହାନଗର ନିଗମ ଅଞ୍ଚଳରୁ ସୋମବାର ଆଉ ୪୯ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାପଡିଛି। ୪୯ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟାଇନ୍‌ କେନ୍ଦ୍ରରୁ ୩୪ ଜଣ ରହିଥିବାବେଳେ ଲୋକାଲ୍‌ କେସ୍‌ ୧୫ଜଣ ରହିଛନ୍ତି। ଏଥିସହିତ ଭୁବନେଶ୍ୱରରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨୩୧କୁ ବୃଦ୍ଧି ପାଇଥିବାବେଳେ ୫୭୬ ଜଣ ଆରୋଗ୍ୟ ଲାଭ କରି ଘରକୁ ଫେରିଛନ୍ତି । ୧୧ ଜଣ କରୋନାରେ ପ୍ରାଣ ହରାଇଛନ୍ତି ଏବଂ ୫୪୨ଟି ସକ୍ରିୟ କେସ୍ ରହିଛି।

ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ସ୍ଥାନୀୟ ସଂକ୍ରମିତମାନେ ହେଲେ ବରମୁଣ୍ଡାର ୮ ବର୍ଷର ବାଳକ, ଗଙ୍ଗନଗରର ୩୩ ବର୍ଷୀୟ ବ୍ୟକ୍ତି, ଖାରବେଳ ନଗରର ୬୦ ବର୍ଷୀୟ ବୃଦ୍ଧ, ଏକ ସରକାରୀ କାର୍ଯ୍ୟାଳୟର ୩୮ ବର୍ଷୀୟ କର୍ମଚାରୀ, ୟୁନିଟ୍-୩ର ୫୬ ବର୍ଷୀୟ ବ୍ୟକ୍ତି, ବିଜେବି ନଗରର ୪୦ ବର୍ଷୀୟ ବ୍ୟକ୍ତି । ସେହିପରି ନୟାପଲ୍ଲୀ ନୂଆସାହିର ୬୦ ବର୍ଷୀୟ ବୃଦ୍ଧ, ଟଙ୍କପାଣି ରୋଡର ୫୧ ବର୍ଷୀୟ , ପୋଖରୀପୁଟର ୨୦ ବର୍ଷର ଯୁବକ, ଲକ୍ଷ୍ମୀସାଗରର ୨୪ ବର୍ଷୀୟ ଯୁବକ, ଖଣ୍ଡଗିରିର ୪୬ ବର୍ଷୀୟ, ନୟାପଲ୍ଲୀରେ ଜଣେ ୩୫ ବର୍ଷୀୟ ଯୁବକ, ଭରତପୁରର ୩୭ ବର୍ଷୀୟ ବ୍ୟକ୍ତି ଓ ଖଣ୍ଡଗିରି ପ୍ଲାଜାର ୬୯ ବର୍ଷୀୟ ବ୍ୟକ୍ତି ।

- Advertisement -

Hot this week

ପ୍ରେମରେ ବିଫଳ ପ୍ରେମିକର ଉନ୍ମତକାଣ୍ଡ: ପ୍ରେମିକା ସହ ନିଜ ବେକ କାଟିଦେଲା

ଫୁଲବାଣୀ: ପ୍ରେମରେ ବିଫଳ ହେବାପରେ ପ୍ରେମିକ ଘଟାଇଛି ଉନ୍ମତ୍ତକାଣ୍ଡ। ଛୁରିରେ ପ୍ରେମିକା...

ନାବାଳିକା ଝିଅକୁ ମା’ର ବଳି ଉଦ୍ୟମ !

ଜୟପୁର: କୋରାପୁଟ ଜିଲା ଜୟପୁର ଜଳସେଚନ କଲୋନୀ ତଳି ଅଞ୍ଚଳରେ ନାବାଳିକା...

ଆଜି ବି ୬,୭୦୪ ଗାଁକୁ ରାସ୍ତା ନାହିଁ

ଭୁବନେଶ୍ବର: ଦେଶ ସ୍ବାଧୀନତାର ୭୭ବର୍ଷ ପରେ ବି ରାଜ୍ୟର ୬,୭୦୪ଟି ଗାଁକୁ...

ପଶ୍ଚିମ ଓଡ଼ିଶାରେ ପ୍ରଫେସର ସଙ୍କଟ

ସମ୍ବଲପୁର: ପଶ୍ଚିମ ଓଡ଼ିଶାର ଅଧିକାଂଶ ବିଶ୍ବବିଦ୍ୟାଳୟରେ ପ୍ରଫେସର ପଦ ଖାଲି ପଡ଼ିଛି।...

ମଧ୍ୟସ୍ଥତା ହିଁ ନ୍ୟାୟ ପ୍ରଣାଳୀର ସରଳ ବିକଳ୍ପ : ପ୍ରଧାନ ବିଚାରପତି

କଟକ: ବିଚାରାଧୀନ ମାମଲା, ବଢ଼ୁଥିବା ମକଦ୍ଦମା ଖର୍ଚ୍ଚ ଏବଂ ସମୟ ବ୍ୟୟ-ଏହି...

Related Articles

Popular Categories