www.samajalive.in
Sunday, December 7, 2025
13.1 C
Bhubaneswar

କରୋନା ଭୂତାଣୁ ପରୀକ୍ଷା ପାଇଁ ଦୁଇ ଭାରତୀୟ କିଟ୍‌କୁ ଅନୁମୋଦନ

ନୂଆଦିଲ୍ଲୀ : କରୋନା ଭୂତାଣୁ ପରୀକ୍ଷା ପାଇଁ ଭାରତରେ ପ୍ରସ୍ତୁତ ଦୁଇଟି ଯନ୍ତ୍ର (କିଟ୍‌)କୁ ଅନୁମୋଦନ ମିଳିଛି। ଯୁଦ୍ଧକାଳୀନ ଭିତ୍ତିରେ ଓ ଅଧିକ ପରିମାଣରେ ଏହାର ପ୍ରସ୍ତୁତି ପାଇଁ ଭାରତୀୟ ଭେଷଜ ଗବେଷଣା ପରିଷଦ (ଆଇସିଏମ୍‌ଆର) ସୋମବାର ସମ୍ପୃକ୍ତ ଦୁଇଟି ପ୍ରସ୍ତୁତକାରୀ କମ୍ପାନୀକୁ ଅନୁମୋଦନ ଦେଇଛନ୍ତି। ଏହାକୁ ବ୍ୟବସାୟିକ ଭାବେ ଅନୁମୋଦିତ ଲାବରେଟୋରୀକୁ ଯୋଗାଇ ଦିଆଯିବ ବୋଲି ସୂଚନା ଦିଆଯାଇଛି। ଏହି କିଟ୍‌କୁ ଆମେରିକୀୟ କିମ୍ବା ୟୁରୋପୀୟ ରାଷ୍ଟ୍ରଗୁଡ଼ିକ ସ୍ବୀକୃତି ଦେଇ ନ ଥିଲେ ମଧ୍ୟ ଆଇସିଏମ୍‌ଆର ତଥା ନ୍ୟାସନାଲ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ ଭାଇରୋଲୋଜି ବ୍ୟବହାର କରୁଛନ୍ତି ବୋଲି କହିଛନ୍ତି ଆଇସିଏମ୍‌ଆର ମହାନିର୍ଦେଶକ ଡାକ୍ତର ବଳରାମ ଭାର୍ଗବ। ଏହି ଦୁଇଟି କିଟ୍‌ ଭାରତୀୟ କମ୍ପାନୀ ଅଲଟୋନା ଡାଇଗ୍ନୋଷ୍ଟିକ୍ସ ଓ ମାଇ ଲାବ୍‌ ଦ୍ବାନା ପ୍ରସ୍ତୁତ। ମୋଟ ୯ଟି କିଟ୍‌କୁ ପରୀକ୍ଷା ପାଇଁ ନିଆଯାଇଥିଲେ ମଧ୍ୟ ଉକ୍ତ ଦୁଇଟି ଯୋଗ୍ୟ ବିବେଚିତ ହୋଇଥିବା ଭାର୍ଗବ କହିଛନ୍ତି।
ଏଥିସହିତ ଆମେରିକାରୁ ଆମଦାନି ହେଉଥିବା ଅନ୍ୟ ଗୋଟିଏ କିଟ୍‌କୁ ଦେଶର ସମସ୍ତ ଅନୁମୋଦିତ ଲାବରେଟୋରୀକୁ ପ୍ରଦାନ କରାଯିବାକୁ ନିଷ୍ପତ୍ତି ହୋଇଛି ବୋଲି ଭାର୍ଗବ କହିଛନ୍ତି। ଭାରତରେ ଆଇସିଏମ୍‌ଆରର ୧୧୧ଟି ପରୀକ୍ଷାଗାର (ଲବରେଟୋରୀ) ରହିଛି। ଏଠାରେ କରୋନା ଭୂତାରୁ ପରୀକ୍ଷା ଚାଲିଛି। ଏଗୁଡ଼ିକ ଦୈନିକ ୧୦ହଜାର ନମୁନା ପରୀକ୍ଷା କରିବାର କ୍ଷମତା ରଖିଛନ୍ତି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories