କରୋନା ସଚେତନ ରଥକୁ ଭୂଇଁପୁରରେ ସ୍ୱାଗତ୍ୱ
ଝୁମ୍ପୁରା: ବର୍ତ୍ତମାନ କରୋନାର ତୃତୀୟ ଲହର ଚାଲିଥିବା ବେଳେ ଜନସାଧାରଣ କରୋନା ନିୟମକୁ କିପରି ପାଳନ କରିବେ ସେଥିପାଇଁ ସରକାରଙ୍କ ପକ୍ଷରୁ ପ୍ରତିପଞ୍ଚାୟତର ମୁଖ୍ୟାଳୟକୁ କରୋନା ସଚେତନା ରଥ ପ୍ରେରଣ କରିଛନ୍ତି। ଗୁରୁବାର ଚମ୍ପୁଆ ଉପଖଣ୍ଡ ଭୂଇଁପୁର ପଞ୍ଚାୟତରେ ପୂର୍ବାହ୍ନରେ କରୋନା ସଚେତନା ରଥ ପହଞ୍ଚିଥିଲା। କରୋନା ସଚେତନ ରଥକୁ ଏହି ପଞ୍ଚାୟତର ସରପରଞ୍ଚ କମଳାକାନ୍ତ ନାଏକ ସ୍ୱାଗତ୍ୱ କରିଥିଲେ।
ଅନ୍ୟମାନଙ୍କ ମଧ୍ୟରେ ଜିଆରଏସ୍ ମଦନ ମହାନ୍ତ, ଅଙ୍ଗନବାଡି କର୍ମୀ ସବିତା ମହାନ୍ତ, ଜ୍ୟୋସ୍ନାରାଣୀ ସେଠୀ, ସାମାଜିକ କର୍ମୀ ଧ୍ୟାନ ସେଠୀଙ୍କ ସମେତ ଭୂଇଁପୁର ଗ୍ରାମ ପଞ୍ଚାୟତର ବିଭିନ୍ନ ଗ୍ରାମର ମହିଳା ସ୍ୱୟଂ ସହାୟକ ଗୋଷ୍ଠିର ସଦସ୍ୟା ମାନେ କରୋନା ସଚେତନା ରଥକୁ ସ୍ୱାଗତ୍ୱ କରିବା ସହିତ ଧୂପ ଦ୍ୱୀପ ଦେଇ ବନ୍ଦାପନା କରିଥିଲେ। କରୋନା ସଚେତନତା ରଥ କରୋନା ରୋଗକୁ କିପରି ପ୍ରତି ହତ କରିହେବ ଏହା ସୂଚନା ଦେଉଛି। ଏହା ସହିତ କରୋନା ଲକ୍ଷଣ ଦେଖାଦେଲେ କିପରି ସାବଧାନତା ଅବଲମ୍ବନ କରିବେ, ସାମାଜିକ ଦୂରତା କିପରି ବଜାଇ ରଖିବେ, କୋଭିଡ ଟୀକା ସମସ୍ତ ଜନସାଧାରଣ ନେବାକୁ ପରାମର୍ଶ ଦେଉଥିବା ଜଣାପଡ଼ିଛି।
Comments are closed.