www.samajalive.in
Monday, December 15, 2025
15.1 C
Bhubaneswar

ବଢ଼ିଲା କରୋନା ଲେଉଟାଣି ଭୟ, ନିୟମ କଡ଼ାକଡ଼ି ନିର୍ଦେଶ

ଭୁବନେଶ୍ୱର: କରୋନା ମହାମାରୀ ଏବେ ମହାରାଷ୍ଟ୍ର ଭଳି ବିଭିନ୍ନ ରାଜ୍ୟରେ ଲେଉଟିବା ଆରମ୍ଭ କରିଛି। ଏହାକୁ ନେଇ ଲୋକେ ଭୟଭୀତ ହେଲେଣି। ଜନସାଧାରଣଙ୍କ ସଚେତନତା ଅଭାବ ଏବଂ ପ୍ରଶାସନିକ ଅଧିକାରୀଙ୍କ କୋହଳ ମନୋଭାବ ଯୋଗୁଁ ପରିସ୍ଥିତି ଏଭଳି ସୃଷ୍ଟି ହୋଇଛି। ଓଡ଼ିଶାରେ ମଧ୍ୟ କରୋନା କଟକଣା କୋହଳ ହେଉଥିବା ପରିଲକ୍ଷିତ ହେଉଛି। ଏହାଦ୍ବାରା ରାଜ୍ୟରେ ପୁନର୍ବାର ମହାମାରୀ ବ୍ୟାପିବାର ଆଶଙ୍କା ରହିଛି। ଏହାକୁ ଦୃଷ୍ଟିରେ ରଖି ସବୁ ଜିଲାପାଳ ଓ ମହାନଗର ନିଗମ କମିସନରଙ୍କ ସହିତ ସବୁ ସ୍ବାସ୍ଥ୍ୟ ଅଧିକାରୀଙ୍କୁ ସରକାରଙ୍କ ପକ୍ଷରୁ ତାଗିଦା କରାଯାଇଛି।

ଶୁକ୍ରବାର ସ୍ବାସ୍ଥ୍ୟବିଭାଗ ଅତିରିକ୍ତ ମୁଖ୍ୟଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ସବୁ ଜିଲାପାଳ, ମହାନଗର ନିଗମ କମିସନରଙ୍କୁ ପତ୍ର ଲେଖି ଦର୍ଶାଇଛନ୍ତି ଯେ କୌଣସି ପରିସ୍ଥିତିରେ ବି ରାଜ୍ୟରେ କୋଭିଡ଼ ମାର୍ଗଦର୍ଶିକା ଉଲ୍ଲଘଂନ ହେବାକୁ ଦିଆଯିବ ନାହିଁ। ଜିଲାସ୍ତରରେ ଏବଂ ସହରାଞ୍ଚଳରେ ଯେଭଳି କୋଭିଡ଼ ମାର୍ଗଦର୍ଶିକାର ଠିକଣାେର ଅନୁପାଳନ ହୁଏ ସେଥିପ୍ରତି ସତର୍କ ରୁହ। ଆବଶ୍ୟକ ସଂଖ୍ୟକ ନମୁନା ପରୀକ୍ଷା କରାଅ। ଜନଗହଳିପୂର୍ଣ୍ଣ ସ୍ଥାନ ଓ ବିଭିନ୍ନ ସାମାଜିକ କାର୍ୟ୍ୟକ୍ରମରେ ଲୋକେ ଯେଭଳି କରୋନା କଟକଣା ପାଳନ କରନ୍ତି ସେଥିନେଇ ଦୃଷ୍ଟି ଦେବାକୁ ଶ୍ରୀ ମହାପାତ୍ର ଦର୍ଶାଇଛନ୍ତି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories