ଭୁବନେଶ୍ଵର: ଆଜି ରାଜ୍ୟରେ ପୁଣି ୧୧୮ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଆଜି ସୁସ୍ଥ ହୋଇଥିବା କରୋନା ଆକ୍ରାନ୍ତଙ୍କୁ ମିଶାଇ ମୋଟ ଆରୋଗ୍ୟ ସଂଖ୍ୟା ୩୩୬୮୦୯କୁ ବୃଦ୍ଧି ପାଇଛି। ଆଜି କଟକ ଜିଲାରୁ ସର୍ବାଧିକ ୨୬ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସେହିପରି ସୁନ୍ଦରଗଡ଼ ୧୬, ଖୋର୍ଦ୍ଧା ୧୪, ସମ୍ବଲପୁର ୧୦, ମୟୂରଭଞ୍ଜ ୮, ନୂଆପଡ଼ା ୬, ଗଞ୍ଜାମ ୫, ବାଲେଶ୍ଵର ୪, କୋରାପୁଟ ୪, ଭଦ୍ରକ ୩, ଜଗତସିଂହପୁର ୩, ଯାଜପୁର ୩, ପୁରୀ ୩, ଷ୍ଟେଟ୍ପୁଲ ୩, ବଲାଙ୍ଗିର ୨, ଝାରସୁଗୁଡ଼ା ୨ ସମେତ ଅନୁଗୁଳ, ବରଗଡ଼, କଳାହାଣ୍ଡି, ରାୟଗଡ଼ାରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ବୋଲି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ଦିଆଯାଇଛି।
ଆଜି ରାଜ୍ୟରେ ପୁଣି ସୁସ୍ଥ ହେଲେ ୧୧୮ କରୋନା ଆକ୍ରାନ୍ତ, ମୋଟ ଆରୋଗ୍ୟ ସଂଖ୍ୟା ୩୩୬୮୦୯କୁ ବୃଦ୍ଧି
Popular Categories



