www.samajalive.in
Sunday, December 14, 2025
18.1 C
Bhubaneswar

ଘଟଗାଁରେ କଂଗ୍ରେସର ମିଶ୍ରଣ ପର୍ବ

ପାଟଣା : ଢେଙ୍କିକୋଟ ନିକଟସ୍ଥ ସାନ୍ତରାପୁର ଗ୍ରାମରେ ଘଟଗାଁ ବ୍ଲକ୍ କଂଗ୍ରେସ ପକ୍ଷରୁ ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇ ଯାଇଛି। ବ୍ଲକ କଂଗ୍ରେସ ସଭାପତି ପ୍ରଭାକର ନାୟକଙ୍କ ନେତୃତ୍ୱରେ କଂଗ୍ରେସର ନୀତି ଓ ଆଦର୍ଶରେ ଅନୁପ୍ରାଣିତ ହୋଇ ସାନ୍ତରାପୁର ପଞ୍ଚାୟତର ତୋଟା ସାହିରେ ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇ ଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ସର୍ବଶ୍ରୀ ବିଦ୍ୟାଧର ଗିରି , ଭୋଳେଶ୍ୱର ନାୟକ , ପ୍ରସନ୍ନ ନାୟକ , ନୟନ ପାତ୍ର , ବନବିହାରୀ ପାତ୍ର , ରୁଲିଆ ମହାନ୍ତ , ଦୁର୍ୟ୍ୟୋଧନ ନାୟକ , ସନ୍ଦୀପ ନାୟକ , ଉଦୟ କୁମାର ନାୟକ ,ଚିତ୍ରସେନ ମାନସିଂହ , ଲେମ୍ବୁଧର ପାତ୍ର , ସୁଢ଼ଳ ମହାନ୍ତ , ଅନିରୁଦ୍ଧ ଦଳେଇ ପ୍ରମୁଖ କଂଗ୍ରେସ ରେ ସାମିଲ ହୋଇଥିଲେ। ବୈଠକ ରେ କଂଗ୍ରେସ ନେତା ନରହରି ନାୟକ ଓ ରୁଦ୍ର ନାରାୟଣ ସିଂହ ପ୍ରମୁଖ ଉପସ୍ଥିତ ଥିଲେ। ଆଗାମୀ ଦିନରେ କଂଗ୍ରେସ କୁ ଅଧିକ ମଜବୁତ୍ କରିବାକୁ କର୍ମୀମାନେ ଶପଥ ନେଇଥିଲେ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories