www.samajalive.in
Sunday, December 7, 2025
23.1 C
Bhubaneswar

କରୋନା ବିପତ୍ତି : ବିଳମ୍ବିତ ହେବ ରଥଯାତ୍ରା ପ୍ରସ୍ତୁତି

ପୁରୀ : କରୋନା ବିପତ୍ତି ଯୋଗୁଁ ଏଥର ବିଳମ୍ବିତ ହେବ ରଥଯାତ୍ରା ପ୍ରସ୍ତୁତି। କରୋନା ପ୍ରତିଷେଧକ ବ୍ୟବସ୍ଥାରେ ଅଧିକାଂଶ ଅଫିସର ବ୍ୟସ୍ତଥିବାରୁ ନଳାସଫା ଓ ରାସ୍ତା ମରାମତି ବାଧାପ୍ରାପ୍ତ ହେବା ସମ୍ଭାବନା ରହିଛି। ସାମାଜିକ ଦୂରତ୍ବ କଟକଣା ଯୋଗୁଁ ରଥ ନିର୍ମାଣରେ ସମସ୍ୟ​‌ା ସୃଷ୍ଟିହୋଇପାରେ। କେନ୍ଦ୍ରାଞ୍ଚଳ ରାଜସ୍ବ କମିସନରଙ୍କ ଅଧ୍ୟକ୍ଷତାରେ ଦୁଇଟି ସମନ୍ବୟ କମିଟି ସଭା ହେବାନେଇ ଅନିଶ୍ଚିତତା ଦେଖାଦେଇଛି। ଆଗାମୀ ଜୁନ୍‌ ୨୩ତାରିଖରେ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ବିଶ୍ବପ୍ରସିଦ୍ଧ ରଥଯାତ୍ରା ଅନୁଷ୍ଠିତ ହେବ। ଏପ୍ରିଲ ୨୬ ତାରିଖ ଅକ୍ଷୟତୃତୀୟାଠାରୁ ରଥ ନିର୍ମାଣ ଆରମ୍ଭ ହେବା ବିଧି ରହିଛି। ସେହିଦିନଠାରୁ ୨୧ଦିନ ଧରି ଶ୍ରୀଜୀଉଙ୍କ ଚନ୍ଦନଯାତ୍ରା ଅନୁଷ୍ଠିତ ହେବ। ରଥକୋଡରେ ଥିବା ବ୍ୟବସ୍ଥା ଅନୁଯାୟୀ ରଥଯାତ୍ରା ପାଇଁ କେନ୍ଦ୍ରାଞ୍ଚଳ ଆରଡିସିଙ୍କ ଅଧ୍ୟକ୍ଷତାରେ ୨ଟି ଏବଂ ଆଇନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଗୋଟିଏ ବୈଠକ ହେବାକଥା। ରଥଯାତ୍ରା ପୂର୍ବରୁ ମୁଖ୍ୟମନ୍ତ୍ରୀ ପୁରୀ ଗସ୍ତରେ ଆସି ପ୍ରସ୍ତୁତି କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିଥାଆନ୍ତି। ପ୍ରାୟ ୧୫ଲକ୍ଷ ଲୋକଙ୍କ ସମାଗମକୁ ଦୃଷ୍ଟିରେ ରଖି ବିଜୁଳି ଓ ପାନୀୟଜଳ ଯୋଗାଣ, ସ୍ବାସ୍ଥ୍ୟ ଓ ପରିମଳ, ରଥନିର୍ମାଣ, ଅସୁରକ୍ଷିତ କୋଠା ଚିହ୍ନଟ ଏବଂ ସିଲ୍‌, ରାସ୍ତା ମରାମତି, ଅତ୍ୟାବଶ୍ୟକୀୟ ସାମଗ୍ରୀ ଯୋଗାଣ, ଡାକ ଓ ତାର, ପଲ୍ଲୀଶ୍ରୀମେଳା ଆୟୋଜନ, ଅସ୍ଥାୟୀ ବିଶ୍ରାମସ୍ଥଳ ନିର୍ମାଣ, ଟ୍ରାଫିକ ବ୍ୟବସ୍ଥା ଏବଂ ପୁଲିସ ବ୍ୟବସ୍ଥା ସମ୍ପର୍କରେ ବୈଠକରେ ଆଲୋଚନା କରାଯାଏ। ବିଭାଗୀୟ ଅଧିକାରୀଙ୍କ ସମେତ ସେବକ, ବରିଷ୍ଠ ନାଗରିକ ସେଥିରେ ଯୋଗଦେଇ ବିଭିନ୍ନ ସମସ୍ୟା ସମ୍ପର୍କରେ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରନ୍ତି। ଅକ୍ଷୟତୃତୀୟାଠାରୁ ରଥଯାତ୍ରା ପ୍ରସ୍ତୁତି କାର୍ଯ୍ୟ ତ୍ବରାନ୍ବିତ ହୋଇଥାଏ। ଏହାଛଡା ଶ୍ରୀଜୀଉଙ୍କ ରଥଯାତ୍ରା ନୀତିନିର୍ଦ୍ଧାରଣ ନିମନ୍ତେ ଛତିଶା ନିଯୋଗ, ନୀତି ସବ୍‌କମିଟି ଏବଂ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ହେବା ବ୍ୟବସ୍ଥା ରହିଛି। ଅକ୍ଷୟତୃତୀୟାଠାରୁ ଆରମ୍ଭ ହେବାକୁ ଥିବା ଶ୍ରୀଜୀଉଙ୍କ ଚନ୍ଦନଯାତ୍ରାରେ ହଜାର ହଜାର ଭକ୍ତଙ୍କ ସମାଗମ ହୋଇଥାଏ। କରୋନା ଭୂତାଣୁ ସଂକ୍ରମଣ ରୋକିବା ପାଇଁ ସାମାଜିକ ଦୂରତ୍ବ ଉପରେ ରାଜ୍ୟ ସରକାର ସର୍ବାଧିକ ଗୁରୁତ୍ବ ଦେଉଛନ୍ତି। କୌଣସି ସ୍ଥାନରେ ୭ଜଣରୁ ଅଧିକ ଲୋକ ସମବେତ ନ ହେବାକୁ ପରାମର୍ଶ ଦିଆଯାଇଛି। ପୁରୀ ସମେତ ରାଜ୍ୟର ଅଧିକାଂଶ ଅଞ୍ଚଳରେ ଲକ୍‌ଡାଉନ ଘୋଷଣା କରାଯାଇଛି। ଅକ୍ଷୟତୃତୀୟା ପୂର୍ବରୁ କରୋନା ସ୍ଥିତିରେ ସୁଧାର ନ ଆସିଲେ ରଥଯାତ୍ରା ପ୍ରସ୍ତୁତି ସମେତ ରଥନିର୍ମାଣ କାର୍ଯ୍ୟ ବାଧାପ୍ରାପ୍ତ ହେବ। ନିରାଡମ୍ବର ଭାବେ ଶ୍ରୀଜୀଉଙ୍କ ଚନ୍ଦନଯାତ୍ରା ପାଳନ କରାଯିବା ସମ୍ଭାବନା ରହିଛି। କରୋନା ପ୍ରତିଷେଧକ ବ୍ୟବସ୍ଥାରେ ଜିଲା ପ୍ରଶାସନ ବ୍ୟସ୍ତ ଥିବାରୁ ପ୍ରଥମ ସମନ୍ବୟ କମିଟି ସଭା ପାଇଁ ଦିନଧାର୍ଯ୍ୟ କରିବାକୁ କେନ୍ଦ୍ରାଞ୍ଚଳ ରାଜସ୍ବ କମିସନରଙ୍କ ପାଖକୁ ଏପର୍ଯ୍ୟନ୍ତ ଫାଇଲ ପଠାଯାଇ ନାହିଁ। ପ୍ରତ୍ୟେକ ବର୍ଷ ରଥଯାତ୍ରାର ପ୍ରାୟ ୪ମାସ ପୂର୍ବରୁ ପୁରୀ ପୌରସଂସ୍ଥା ନଳାସଫା କାର୍ଯ୍ୟ ଆରମ୍ଭ କରିଥାଏ। ପୁରୀରେ ୩ଶହରୁ ଊର୍ଦ୍ଧ୍ବ ନଳା ରହିଛି। ବର୍ଷ ତମାମ ସେସବୁ ଆବର୍ଜନା ଏବଂ ପଙ୍କରେ ପୋତିହୋଇ ରହିଥାଏ। ବର୍ଷକୁ ଥରେ କେବଳ ରଥଯାତ୍ରା ପୂର୍ବରୁ ନଳାସଫା କରାଯାଏ। ସେହିପରି ସହରର ଅଧିକାଂଶ ରାସ୍ତା ଖାଲଖମାରେ ପରିପୂର୍ଣ୍ଣ ହୋଇଛି। ରଥଯାତ୍ରା ପୂର୍ବରୁ ସେଗୁଡିକ ପୁନଃନିର୍ମାଣ ତଥା ମରାମତି କରା ନ ଗଲେ ଯାତାୟତରେ ଲୋକେ ଅସୁବିଧାର ସମ୍ମୁଖୀନ ହେବେ। କରୋନା ସ୍ଥିତିରେ ଉନ୍ନତି ପରିଲକ୍ଷିତ ନ ହେଲେ ଏହିସବୁ କାର୍ଯ୍ୟ ବାଧାପ୍ରାପ୍ତ ହେବ। ସେହିପରି ଦାରୁବ୍ରହ୍ମଙ୍କ ସ୍ନାନପୂର୍ଣ୍ଣିମା ନୀତିରେ ସେବକ ଓ ଭକ୍ତଙ୍କ ସମାଗମକୁ ନେଇ ଆଶଙ୍କା ପ୍ରକାଶ ପାଇଛି। ସାମାଜିକ ଦୂରତ୍ବ କଟକଣା ଯଦି ଅବ୍ୟାହତ ରୁହେ ସମନ୍ବୟ କମିଟି ସଭା ହେବ କି ନାହିଁ ସେଥିନେଇ ଅନିଶ୍ଚିତତା ଦେଖାଦେଇଛି। ଏ ସମ୍ପର୍କରେ ଶ୍ରୀମନ୍ଦିର ପ୍ରଶାସକ (ନୀତି) ଜିତେନ୍ଦ୍ର କୁମାର ସାହୁଙ୍କୁ ପଚାରିବାରୁ ସେ କହିଲେ ରଥଯାତ୍ରାକୁ ନେଇ ଏବେଠାରୁ କୌଣସି ଆଶଙ୍କା କରିବା ଠିକ୍‌ ହେବନାହିଁ। ରଥକାଠ ପ୍ରସ୍ତୁତି କାର୍ଯ୍ୟ ସୁଚାରୁରୂପେ ଚାଲିଛି। କେବେ ପ୍ରଥମ ସମନ୍ବୟ କମିଟି ସଭା ଡକାଯିବ ସେ ସମ୍ପର୍କରେ କେନ୍ଦ୍ରାଞ୍ଚଳ ରାଜସ୍ବ କମିସନର ନିଷ୍ପତ୍ତି ନେବେ ବୋଲି ସେ କହିଛନ୍ତି।

Hot this week

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

Related Articles

Popular Categories