ବିଡ଼ିଓ ଏବଂ ତହସିଲଦାରଙ୍କ ଉପସ୍ଥିତିରେ ହେଲା କରୋନା ମୃତକଙ୍କ ଅନ୍ତିମ ସଂସ୍କାର

ପାଟଣା : ପାଟଣା ବ୍ଲକ ଯମୁନାପଶି ଶାଖା ଡାକଘରର ସହକାରୀ ଶାଖା ଡାକପାଳ ଗୁରୁ ଚରଣ ମହାପାତ୍ରଙ୍କ(୫୫)ର ଗତକାଲି ରାତି ନିଜ ଘରେ ଅକାଳ ବିୟୋଗ ଘଟିଛି। ଗତ ୧୭ ତାରିଖରେ ସେ କରୋନା ଚିହ୍ନଟ ହେବା ପରେ ଘରେ ପୃଥକ ବାସରେ ରହି ଚିକିତ୍ସାଧୀନ ଥିଲେ। ଆଜି ପାଟଣା ବିଡ଼ିଓ ଈଶ୍ୱର ଚନ୍ଦ୍ର ନାଏକ, ତହସିଲଦାର ତାପସ ରଂଜନ ଦେହୁରୀ, ରାଜସ୍ବ ନିରୀକ୍ଷକ ବନମାଳୀ ନାଏକ, କଣ୍ଟିଆପଡା ରାଜସ୍ବ ନିରୀକ୍ଷକ ଓ ତୁରୁମୁଙ୍ଗା ଆରକ୍ଷୀଙ୍କ ଉପସ୍ଥିତିରେ ଯମୁନାପଶି ଗ୍ରାମରେ କରୋନା ନିୟମ ଅନୁସାରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଛି। ଅନ୍ତିମ ସଂସ୍କାରରେ ସାମିଲ ସମସ୍ତ ବ୍ୟକ୍ତି ପିପିଇ କିଟ୍ ପରିଧାନ କରି ଶବଦାହ କରିଥିଲେ।

kalyan agarbati

Comments are closed.