www.samajalive.in
Tuesday, December 9, 2025
19.1 C
Bhubaneswar

ମୋବାଇଲରେ ଘୁରିବୁଲୁଛି କରୋନା ରୋଗୀଙ୍କ ପରିଚୟ: ଚାପରେ ରୋଗୀ, ଜିଲାପ୍ରଶାସନର ଦ୍ୱାରସ୍ଥ ପରିବାର ଲୋକ

ବଲାଙ୍ଗିର: ବଲାଙ୍ଗିର ଜିଲାରେ କରୋନା ରୋଗୀଙ୍କ ପରିଚୟ ଭାଇରାଲ ହେବା ଭଳି ଏକ ସମ୍ବେଦନଶୀଳ ଘଟଣା ସାମ୍ନାକୁ ଅସିଛି। ଆକ୍ରାନ୍ତ ରୋଗୀଙ୍କ ପରିଚୟ ଗୋପନୀୟ ରଖିବା ପାଇଁ ଉଭୟ ରାଜ୍ୟ ଓ କେନ୍ଦ୍ରସରକାରଙ୍କୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିବା ବେଳେ ପଞ୍ଚାୟତସ୍ତରରେ କାମ କରୁଥିବା ତଳିଆ କର୍ମଚାରୀଙ୍କ ଅବହେଳା ଯୋଗୁ ଏବେ ବଲାଙ୍ଗିର ସଦର ବ୍ଲକ ଫାସଡ ଗାଁର ବହୁ ରୋଗୀ ମାନସିକ ଚାପରେ ରହିଥିବା ଅଭିଯୋଗ ଆଣିଛନ୍ତି। କରୋନାରେ ପୀଡିତ ହୋଇଥିବା ରୋଗୀଙ୍କ ପରିବାର ଲୋକେ ଏନେଇ ସୋମବାର ଜିଲାପ୍ରଶାସନର ଦ୍ୱାରସ୍ଥ ହୋଇଥିଲେ।

ସୂଚନା ଅନୁସାରେ, ବଲାଙ୍ଗିର ଜିଲା ସଦର ବ୍ଲକ ଅନ୍ତର୍ଗତ ଫାସଡ ଗାଁରେ ଗତ ୧୫ ତାରିଖରେ ୨୩ ଜଣ କରୋନା ପଜିଟିଭ ରୋଗୀ ଚିହ୍ନଟ ହୋଇଥିଲେ। ପୂର୍ବରୁ ଚିହ୍ନଟ ହୋଇଥିବା ଜଣେ ପଜିଟିଭ ସଂସ୍ପର୍ଶରେ ଆସି ଏହି ରୋଗୀମାନେ କରୋନାରେ ସଂକ୍ରମିତ ହୋଇଥିବା ଜଣାପଡିଥିଲା। ଚିହ୍ନଟ ହୋଇଥିବ ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ କରାଯାଇ ସେମାନଙ୍କ ସଂସ୍ପର୍ଶରେ ଆସିଥିବା ଅନ୍ୟ ଲୋକଙ୍କୁ ମଧ୍ୟ ପରୀକ୍ଷା କରାଯାଇଥିଲା। କିନ୍ତୁ ଅନ୍ୟମାନଙ୍କ ରିପୋର୍ଟ ନେଗେଟିଭ ଆସିିଥିଲା। ତେବେ ପଜିଟିଭ ଥିବା ରୋଗୀମାନଙ୍କ ପରିଚୟ ଗୋପନୀୟ ରଖିବା ପାଇଁ ସରକାରୀ ଗାଇଡାଲାଇନ ରହିଛି। ରୋଗୀମାନଙ୍କ ସାମାଜିକ ସୁରକ୍ଷାକୁ ଦୃଷ୍ଟିରେ ରଖି ଏହି ନିୟମ ରହିଥିବା ବେଳେ ସଦର ବ୍ଲକ ଫାସଡ ଗାଁରେ ଏହାର ଖୋଲା ଉଲ୍ଲଂଘନ କରାଯାଇଥିବା ଅଭିଯୋଗ ହୋଇଛି। ଚିହ୍ନଟ ହୋଇଥିବା ୨୩ ଜଣ ରୋଗୀଙ୍କ ନାଁ ପ୍ରଘଟ ହୋଇଥିବା ବେଳେ ଏହା ମୋବାଇଲରୁ ମୋବାଇଲକୁ ଘୁରିବୁଲୁଛି। ଏହି ତାଳିକାରେ ମହିଲା ମାନେ ରହିଥିବା ବେଳେ ସେମାନେ ଏବେ ମାନସିକ ଚାପଗ୍ରସ୍ତ ହୋଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ପରିଚୟ ପ୍ରଦାନ କରିବା ପାଇଁ ଗଣମାଧ୍ୟମକୁ ମଧ୍ୟ ବାରଣ କରାଯାଇଛି। କିନ୍ତୁ କେଉଁ ପରିସ୍ଥିତିରେ ଓ କିଏ ଏହି ନାଁ ପ୍ରଘଟ କରିଛି ତାକୁ ନେଇ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ସୋମବାର ପୀଡିତଙ୍କ ପରିବାର ଲୋକେ ଏନେଇ ବଲାଙ୍ଗିର ଜିଲାପ୍ରଶାସନ ପାଖରେ ଫେରାଦ ହୋଇଥିବା ଜଣାପଡିଛି। ସେମାନଙ୍କ ଅଭିଯୋଗ ଅନୁସାରେ ଅଙ୍ଗନୱାଡି, ଆଶାକର୍ମୀମାନଙ୍କ ପାଖରେ ରୋଗୀଙ୍କ ତାଳିକା ରହୁଥିବା ବେଳେ ସେମାନେ ଏଥିରେ ସଂପୃକ୍ତ ଥିବା ପରିବାର ଲୋକେ ସନ୍ଦେହ କରିଛନ୍ତି। ଅନ୍ୟପକ୍ଷରେ ଗାଁରେ କେବଳ କିଛି ଲୋକଙ୍କ ପରୀକ୍ଷା କରାଯାଇଥିବା ବେଳେ ଅନ୍ୟ ମାନଙ୍କର ମଧ୍ୟ କରୋନା ପରୀକ୍ଷା କରିବା ପାଇଁ ସେ ଦାବି କରିଛନ୍ତି। ପଜିଟିଭ ଚିହ୍ନଟ ହେବା ପରେ ସେମାନଙ୍କୁ ବହୁ ମାନସିକ ନିର୍ୟ୍ୟାତନାର ଶୀକାର ହେବାକୁ ପଡୁଥିବା ଫାସଡର ପୀଡିତ ପରିବାର ଲୋକେ ଅଭିଯୋଗ କରିବା ସହ ସମସ୍ୟାର ସମାଧାନ ପାଇଁ ଦାବି କରିଛନ୍ତି।

Hot this week

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

ପ୍ରଥମେ ବ୍ୟାଟିଂ କରିବ ଭାରତ

କଟକ: ଆଉ ମାତ୍ର କିଛି ସମୟର ଅପେକ୍ଷା। କଟକ ବାରବାଟୀ ଷ୍ଟାଡିୟମରେ...

Related Articles

Popular Categories