www.samajalive.in
Sunday, December 14, 2025
17.1 C
Bhubaneswar

କଡ଼ାକଡ଼ି ହେଉ ସଙ୍ଗରୋଧ ବ୍ୟବସ୍ଥା

ଭୁବନେଶ୍ୱର: ରାଜଧାନୀରେ ଏବେ ପ୍ରବାସୀଙ୍କ କରୋନା ସଂକ୍ରମଣ ହ୍ରାସ ପାଉଥିବା ବେଳେ ସ୍ଥାନୀୟ ସଂକ୍ରମିତଙ୍କ ସଂଖ୍ୟା ହୁ ହୁ ବଢ଼ୁଛି। ଆନ୍ତଃଜିଲା ଚଳପ୍ରଚଳରେ ବିଏମ୍‌ସି କୌଣସିି ଆଖିଦୃଶିଆ ପଦକ୍ଷେପ ନେଉ ନ ଥିବାରୁ ସଂକ୍ରମଣ ବଢ଼ି ଚାଲିଛି। ବିଶେଷକରି ହଟ୍‍ସ୍ପଟ୍‍ ଜିଲା ଫେରନ୍ତାଙ୍କୁ ସଙ୍ଗରୋଧ କରିବା ପାଇଁ କିଛି ପଦକ୍ଷେପ ନିଆଯାଇ ନାହିଁ। କେବଳ ୫ ହଟ୍‍ସ୍ପଟ୍‍ ଜିଲା ଫେରନ୍ତାଙ୍କୁ ବସ୍ତି ମନା ବୋଲି ଏକ ନିର୍ଦେଶନାମା ଜାରି କରିଥିଲେ ମଧ୍ୟ ଏହାର ସଫଳ ରୂପାୟନ ହେଉ ନ ଥିବାରୁ ଏମାନଙ୍କ ଚଳପ୍ରଚଳରେ ବିଏମ୍‍ସି ଲଗାମ ଲଗାଇ ପାରୁନାହିଁ। ଫଳରେ ଜିଲା ଫେରନ୍ତାଙ୍କ ଦ୍ୱାରା ବସ୍ତି ଅଞ୍ଚଳରେ କରୋନା ସଂକ୍ରମଣ ସାଂଘାତିକ ପରିସ୍ଥିତି ସୃଷ୍ଟି କରିଥିବା ବାସିନ୍ଦା ଅଭିଯୋଗ କରିଛନ୍ତି। ବିଏମ୍‍ସି ଅଞ୍ଚଳ ପାଇଁ କୋଭିଡ୍‍ ପର୍ୟ୍ୟବେକ୍ଷକ ତଥା ବରିଷ୍ଠ ପ୍ରଶାସିକା ଅନୁ ଗର୍ଗ କହିଛନ୍ତି, ହଟ୍‍ସ୍ପଟ୍‍ ଜିଲା ଫେରନ୍ତାଙ୍କ ପାଇଁ ରାଜଧାନୀରେ ସଂକ୍ରମଣ ବୃଦ୍ଧି ପାଉଛି।

ସୂଚନା ଅନୁସାରେ ଜୁନ୍‍ ମାସରେ ଦେଶ ଏବଂ ବିଦେଶ ଫେରନ୍ତାଙ୍କ ଦୈନିକ ଆକ୍ରାନ୍ତ ସଂଖ୍ୟା ୧୦ ଲେଖାଏଁ ରହୁଥିବାବେଳେ ଜୁଲାଇ ମାସରେ ଏହା ୫କୁ ହ୍ରାସ ପାଇଛି। ସେହିପରି ସଙ୍ଗରୋଧରୁ ଆକ୍ରାନ୍ତ ଚିହ୍ନଟ ସଂଖ୍ୟା କମିଥିବାବେଳେ ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ ଏଯାଏଁ ପାଖାପାଖି ୩୦୦ ସ୍ଥାନୀୟ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଜୁଲାଇ ମାସରେ ଚିହ୍ନଟ କରୋନା ଆକ୍ରାନ୍ତ ମଧ୍ୟରେ ଅଧିକାଂଶ ପୂର୍ବ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି ସଂକ୍ରମିତ ହେଉଥିବାରୁ ରାଜଧାନୀରେ କରୋନା ଗୋଷ୍ଠୀ ସଂକ୍ରମଣ ପର୍ୟ୍ୟାୟକୁ ଡେଇଁଥିବା ସମ୍ଭାବନାକୁ ଏଡ଼ାଇ ଦିଆଯାଇ ନପାରେ ବୋଲି ସାଧାରଣରେ ଆଲୋଚନା ହେଉଛି। ଏଥିପ୍ରତି ବିଏମ୍‍ସି ପ୍ରଶାସନ ଦୃଷ୍ଟି ଦେଇ ସୀମା ସିଲ୍‌ ଏବଂ ସଙ୍ଗରୋଧ ବ୍ୟବସ୍ଥା କଡ଼ାକଡ଼ି କରିବାକୁ ଅନେକ ଦାବି କରିଛନ୍ତି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories