www.samajalive.in
Friday, November 14, 2025
25.1 C
Bhubaneswar

ଆଜି ଭୁବନେଶ୍ବରରେ ଆଉ ୮୭ କରୋନା ଆକ୍ରାନ୍ତ ଚିହ୍ନଟ, ସୁସ୍ଥ ୨୩୭

ଭୁବନେଶ୍ବର: ଆଜି ଭୁବନେଶ୍ବରରେ ଆଉ ୮୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ ଲୋକାଲ୍‌ କଣ୍ଟାକ୍ଟ ୬୮ ହୋଇଥିବାବେଳେ କ୍ବାରେଣ୍ଟାଇନ୍‌ ସେଣ୍ଟରରୁ ୧୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଅପରପକ୍ଷରେ ଆଜି ଭୁବନେଶ୍ବରରେ ୨୩୭ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରି ଯାଇଛନ୍ତି ବୋଲି ଭୁବନେଶ୍ବର ମହାନଗର ନିଗମ(ବିଏମ୍‌ସି) ପକ୍ଷରୁ ଟ୍ବିଟ୍‌ ଯୋଗେ ସୂଚନା ଦିଆଯାଇଛି।

କ୍ବାରେଣ୍ଟାଇନ ସେଣ୍ଟରରୁ ଚିହ୍ନଟ କରୋନା ଆକ୍ରାନ୍ତ ଚିହ୍ନଟ ମଧ୍ୟରୁ ବରମୁଣ୍ଡାରୁ ୩ଜଣ, ଭିମଟାଙ୍ଗୀରୁ ଜଣେ, ଆଇଆରସି ଭି‌ଲେଜରୁ ଜଣେ, ଖଣ୍ଡଗିରିରୁ ୪ଜଣ, ନୟାପଲ୍ଲୀରୁ ୩ଜଣ, ପଟିଆରୁ ୨ଜଣ, ପାତ୍ରପଡ଼ାରୁ ଜଣେ, ଶୈଳଶ୍ରୀ ବିହାର ଅଞ୍ଚଳରୁ ଜଣେ, ସତ୍ୟ ବିହାର ଅଞ୍ଚଳରୁ ଜଣେ ଓ ୟୁନିଟ-୬ ଅଞ୍ଚଳରୁ ଦୁଇଜଣ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
ରାଜଧାନୀ ଭୁବନେଶ୍ବରୁ ବର୍ତ୍ତମାନ ପର୍ଯ୍ୟନ୍ତ ୨,୯,୦୭୨ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ସେଥିମଧ୍ୟରୁ ୨,୭,୩୧୭ଜଣ ସୁସ୍ଥ ହୋଇଘରକୁ ଫେରି ଯାଇଛନ୍ତି। ସେହିପରି ଏବେ ୧୫୭୦ଟି କରୋନା ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି। ଭୁବନେଶ୍ବରରେ ଆଜି ସୁଦ୍ଧାଇ ୧୬୪ଜଣଙ୍କ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି।

- Advertisement -

Hot this week

୬ ରାଜ୍ୟର ୮ଟି ବିଧାନସଭା ଆସନରେ ଉପନିର୍ବାଚନ ପାଇଁ ଭୋଟ ଗଣତି

ସମାଜ ଡିଜିଟାଲ ଡେସ୍କ: ବିହାର ବିଧାନସଭା ନିର୍ବାଚନ ଫଳାଫଳ ସହିତ ଆଜି...

ରାଘୋପୁରରେ ତେଜସ୍ୱୀ ଯାଦବ ପଛରେ, ଏନଡିଏ ୧୯୨ ଆସନରେ ଆଗୁଆ

ଡେସ୍କ: ଶୁକ୍ରବାର ସକାଳ ୮ଟାରେ ଗୁରୁତ୍ୱପୂର୍ଣ୍ଣ ବିହାର ବିଧାନସଭା ନିର୍ବାଚନ ପାଇଁ...

ବିହାର ଜନାଦେଶ: ୧୯୦ ସିଟରେ ଆଗୁଆ ଏନଡିଏ

ସମାଜ ଡିଜିଟାଲ ଡେସ୍କ: ବିହାର ବିଧାନସଭା ନିର୍ବାଚନ ପାଇଁ ଭୋଟ ଗଣତି...

୭ମ ରାଉଣ୍ଡ ସୁଦ୍ଧା ଜୟ ଢୋଲକିଆଙ୍କୁ ୩୬, ୦୮୮ ଭୋଟ୍

ନୂଆପଡ଼ା: ନୂଆପଡ଼ାରେ ବଡ଼ ବିଜୟ ପଥେ ବିଜେପି ପ୍ରାର୍ଥୀ ଜୟ ଢୋଲକିଆ।...

Related Articles

Popular Categories