www.samajalive.in
Monday, December 15, 2025
15.1 C
Bhubaneswar

ଦେଶରେ ମୋଟ୍‍ କରୋନା ସଂକ୍ରମିତ ୯୦ ହଜାର ୯୨୭କୁ ବୃଦ୍ଧି

– ୨୪ ଘଣ୍ଟାରେ ୯୩ ହଜାର ୩୬୫ଟି ନମୁନା ପରୀକ୍ଷା
– ମୋଟ୍‍ ମୃତକଙ୍କ ସଂଖ୍ୟା ୨ହଜାର ୮୭୨
– ସହରାଞ୍ଚଳରେ କୋଭିଡ୍‍-୧୯ ସଂକ୍ରମଣକୁ ରୋକିବା ନେଇ ବିସ୍ତୃତ ଗାଇଡ୍‍ ଲାଇନ୍‍ ଜାରି

ସମାଜ ପୋର୍ଟାଲ ଡେସ୍କ: କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସୂଚନା ଅନୁଯାୟୀ, ଦେଶରେ ମୋଟ୍‍ ୩୪ ହଜାର ୧୦୯ ଜଣ କରୋନା ଆକ୍ରାନ୍ତ ଏପର୍ଯ୍ୟନ୍ତ ସୁସ୍ଥ ହୋଇଛନ୍ତି। ଏହି ରୋଗର ଆରୋଗ୍ୟ ହାର ୩୭ଦଶମିକ ୫ ପ୍ରତିଶତକୁ ବୃଦ୍ଧି ପାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ୩ ହଜାର ୯୫୬ ଜଣ ଆରୋଗ୍ୟ ଲାଭ କରିଥିବା ବେଳେ ଆଉ ୪ ହଜାର ୯୫୭ ଜଣଙ୍କ ନିକଟରେ ଏହି ଭୂତାଣୁ ଚିହ୍ନଟ ହୋଇଛି। ଏହାକୁ ମିଶାଇ ଦେଶରେ ମୋଟ୍‍ ସଂକ୍ରମିତଙ୍କ ସଂଖ୍ୟା ୯୦ ହଜାର ୯୨୭କୁ ବୃଦ୍ଧି ପାଇଛି। ସେହିଭଳି ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧୨୦ ଜଣଙ୍କର ଏଥିରେ ମୃତ୍ୟୁ ହୋଇଥିବା ଜଣାଯାଇଛି। ଏହାକୁ ମିଶାଇ ମୋଟ୍‍ ମୃତକଙ୍କ ସଂଖ୍ୟା ୨ହଜାର ୮୭୨ ଛୁଇଁଛି ବୋଲି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।

ଭାରତୀୟ ଡାକ୍ତରୀ ଗବେଷଣା ପରିଷଦ-ଆଇସିଏମ୍‍ଆର କହିଛି ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ମୋଟ୍‍ ୯୩ ହଜାର ୩୬୫ଟି କରୋନା ନମୁନା ପରୀକ୍ଷଣ କରାଯାଇଛି। ଏହାକୁ ମିଶାଇ ଦେଶରେ ଏପର୍ଯ୍ୟନ୍ତ ୨୨ଲକ୍ଷ ୨୭ ହଜାର ୬୪୨ଟି ନମୁନା ପରୀକ୍ଷା କରାଯାଇଛି। ଇତିମଧ୍ୟରେ ଆଇସିଏମ୍‍ଆର ପକ୍ଷରୁ କୋଭିଡ୍‍ ନାଇଣ୍ଟିନ୍‍ ନମୁନା ପରୀକ୍ଷଣ ଲାଗି ଦେଶର ବିଭିନ୍ନ ସରକାରୀ ଓ ଘରୋଇ ପରୀକ୍ଷାଗାରଗୁଡ଼ିକୁ ଅନୁମତି ପ୍ରଦାନ କରାଯାଇଛି। ବର୍ତ୍ତମାନ ମୋଟ୍‍ ୩୭୧ଟି ସରକାରୀ ଓ ୧୫୧ଟି ଘରୋଇ ପରୀକ୍ଷାଗାରରେ ଏହି ପରୀକ୍ଷଣ କରାଯାଉଛି।

- Advertisement -

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସହରାଞ୍ଚଳରେ କୋଭିଡ୍‍ ନାଇଣ୍ଟିନ୍‍ ସଂକ୍ରମଣକୁ ରୋକିବା ଦିଗରେ ବ୍ୟାପକ ପ୍ରସ୍ତୁତି ସଂପର୍କିତ ଏକ ବିସ୍ତୃତ ଗାଇଡ୍‍ ଲାଇନ୍‍ ପ୍ରକାଶ ପାଇଛି। ଏହି ଗାଇଡ୍‍ ଲାଇନରେ ସହରାଞ୍ଚଳଗୁଡ଼ିକରେ କୋଭିଡ୍‍ ନାଇଣ୍ଟିନ୍‍ ନିରୀକ୍ଷଣ ଓ କଣ୍ଟାକ୍ଟ ଟ୍ରେସିଂ ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରାଯିବା ଉପରେ ଗୁରୁତ୍ୱ ଦିଆଯାଇଛି। ସେହିଭଳି ବିଭିନ୍ନ କଣ୍ଟେନ୍‍ମେଣ୍ଟ ଜୋନ୍‍ଗୁଡ଼ିକରେ ଲୋକମାନେ ନିଜ ନିଜ ଘରେ ରହିବାର ବ୍ୟବସ୍ଥାକୁ ବାଧ୍ୟତାମୂଳକ କରିବା ଉଦ୍ଦେଶ୍ୟରେ ସେଠାରେ ୧୪୪ ଧାରା ଜାରି କରାଯିବାକୁ କୁହାଯାଇଛି। ସେଠାରେ କାର୍ଯ୍ୟ କରୁଥିବା ବିଭିନ୍ନ ସ୍ୱାସ୍ଥ୍ୟ କର୍ମଚାରୀଙ୍କୁ ଚିହ୍ନଟ କରାଯାଇ ଏ ସଂପର୍କରେ ସେମାନଙ୍କୁ ତାଲିମ ପ୍ରଦାନ କରିବା ଲାଗି କୁହାଯାଇଛି। ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ କିମ୍ବା ସ୍ୱାସ୍ଥ୍ୟ ନିର୍ବାହୀ ଅଧିକାରୀ ବିଭିନ୍ନ ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ସହାୟତାରେ କୋଭିଡ୍‍ ନାଇଣ୍ଟିନ୍‍ ସଂକ୍ରମଣକୁ ପ୍ରତିହତ କରିବା ତଥା ପରିବେଶ ଓ ଜନସାଧାରଣଙ୍କୁ ସୁରକ୍ଷିତ ରଖିବା ଦିଗରେ ସ୍ୱାସ୍ଥ୍ୟକର୍ମୀମାନଙ୍କୁ ତାଲିମ ପ୍ରଦାନ କରିବାକୁ କୁହାଯାଇଛି। ସେହିଭଳି ସ୍ୱାସ୍ଥ୍ୟକେନ୍ଦ୍ର, ରାସନ ସାମଗ୍ରୀ ବଣ୍ଟନ କେନ୍ଦ୍ର, ସାଧାରଣ ଶୌଚାଳୟ, ଗୋଷ୍ଠୀ ଜଳସଂଗ୍ରହ କେନ୍ଦ୍ର ଭଳି ସ୍ଥାନଗୁଡ଼ିକରେ ସାମାଜିକ ଦୂରତ୍ୱ ବଜାୟ ରଖିବା ଉପରେ ଗୁରୁତ୍ୱ ଦିଆଯାଇଛି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories