www.samajalive.in
Monday, December 15, 2025
15.1 C
Bhubaneswar

କରୋନା ପିଡୀତଙ୍କ ସେବାରେ ସ୍ନେହ, ଶ୍ରଦ୍ଧା ଓ ସାହସ ଦେଖାଉଛନ୍ତି ଆମ ସ୍ୱାସ୍ଥ୍ୟକର୍ମୀ

ବ୍ରହ୍ମପୁର: ରୋଗୀଙ୍କୁ ଠିକଣା ସମୟରେ ଔଷଧ ଓ ଇଞ୍ଜେକସନ ଦେବା, ନିୟମିତ ଯାଞ୍ଚ କରିବାରେ ସୀମିତ ନରହି ଦାଢି କାଟିବା, ଚୁଟି ବାନ୍ଧିବା, ଖୁଆଇଦେବା ଓ ସଜେଇଦେବା ଭଳି କାର୍ଯ୍ୟ କରିଛନ୍ତି ବ୍ରହ୍ମପୁର ବଡଡାକ୍ତରଖାନାର କର୍ମଚାରୀ। ଯାହା ରାଜ୍ୟର ଅନ୍ୟ କୋଭିଡ ଚିକିତ୍ସାଳୟ ପାଇଁ ଉଦାହରଣ ସୃଷ୍ଟି କରିଛି। ବଡ ଡାକ୍ତରଖାନା କର୍ମଚାରୀଙ୍କ ଏହି ନିଃସ୍ବାର୍ଥପର ରୋଗୀ ସେବାକୁ ନିଜେ ମୁଖ୍ୟ ଶାସନ ସଚିବ ପ୍ରଶଂସା କରିଛନ୍ତି।

- Advertisement -

ସଂକ୍ରମଣ ଦୃଷ୍ଟିରୁ କୋଭିଡ ଚିକିତ୍ସାଳୟ ଭିତରକୁ କିମ୍ବା ରୋଗୀଙ୍କ ଶଯ୍ୟା ନିକଟକୁ ସମ୍ପର୍କୀୟଙ୍କୁ ସମ୍ପୂର୍ଣ୍ଣ ବାରଣ କରାଯାଇଛି। ଏଭଳି ସ୍ଥିତିରେ କରୋନାରେ ଆକ୍ରାନ୍ତ ହୋଇ ​‌ଯେକୌଣସି କୋଭିଡ ଚିକିତ୍ସାଳୟରେ ଭର୍ତ୍ତି ହେଉଥିବା ରୋଗୀଟିଏ ନିଜକୁ ସମ୍ପୂର୍ଣ୍ଣ ଏକୁଟିଆ ମନେ କରନ୍ତି। ସମ୍ପର୍କୀୟଙ୍କୁ ପାଖରେ ନପାଇ ଅସହାୟ ଅନୁଭବ କରନ୍ତି। ଛୋଟ ଛୋଟ ସେବା ନପାଇ ରୋଗୀ ମାନସିକସ୍ତରରେ ଦୁର୍ବଳ ହୋଇପଡନ୍ତି। କରୋନାକୁ ହରାଇବାକୁ ହେଲେ ରୋଗୀ ନିଜ ମନକୁ ଦୃଢ କରିବା କେତେ ଜରୁରୀ ତାହା ବଶେଷଜ୍ଞମାନେ ପୂର୍ବରୁ ଦର୍ଶାଇ ସାରିଛନ୍ତି।

କୋଭିଡ ଚିକିତ୍ସାଳୟରେ ଏକୁଟିଆ ଶଯ୍ୟାରେ ଶୋଇଥିବା ରୋଗୀ ନିଜ ମନକୁ କିପରି ବା କରି ପାରିବ ଦୃଢ? ଯେଉଁଠି କେହି ଆହା ପଦେ କହିବାକୁ ପାଖରେ ନାହାନ୍ତି ସେଠି ସେବାର ପ୍ରଶ୍ନ ଉଠୁନି। ହେଲେ ଏହି କଥାକୁ ସମ୍ପୂର୍ଣ୍ଣ ଭୂଲ ପ୍ରମାଣିତ କରି ଦେଇଛନ୍ତି ବ୍ରହ୍ମପୁର ବଡଡାକ୍ତରଖାନାର ଉତ୍ସର୍ଗୀକୃତ କୋଭିଡ ଚିକିତ୍ସାଳୟ-୨ର ନର୍ସିଂ ଅଫିସର ଓ କର୍ମଚାରୀ।
ଏହି କୋଭିଡ ଚିକିତ୍ସାଳୟରେ କିଛି ଦିନ ଧରି ଚିକିତ୍ସିତ ହେଉଥିବା ରୋଗୀଙ୍କ ଦାଡ଼ି କାଟିବା ଠାରୁ ଆରମ୍ଭ କରି ମହିଳା ରୋଗୀଙ୍କ ବାଳ ବାନ୍ଧିବା, ସେମାନେ ନିଜ ଘରେ ଯେପରି ପ୍ରତିଦିନ ସଜେଇ ହୁଅନ୍ତି ସେହିପରି ସଜେଇଦେବା ଭଳି କାର୍ଯ୍ୟ କରୁଛନ୍ତି ଏହି କୋଭିଡ ଚିକିତ୍ସାଳୟର କର୍ମଚାରୀ। କେବଳ ସେତିକି ନୁହଁ ସତେ ଯେମିତି ନିଜ ସମ୍ପର୍କୀୟଙ୍କ ଭଳି କର୍ମଚାରୀମାନେ ନିଜ ୱାର୍ଡରେ ଥିବା କରୋନା ରୋଗୀଙ୍କୁ ଔଷଧ ଓ ଫଳ ଖୁଆଇଦେବା ଭଳି କାର୍ଯ୍ୟ କରୁଛନ୍ତି। ଯାହା କରୋନା ରୋଗୀଙ୍କ ମନରେ ଭିନ୍ନ ପ୍ରକାରର ଅନୁଭବ ଆଣିବା ସହ ମହାମାରୀ ସହ ଲଢିବା ଓ ବଞ୍ଚିବାର ଆଶା ସଞ୍ଚାର କରାଇଛି।

ଦୀର୍ଘଦିନ ଧରି ଶଯ୍ୟାରେ ପଡି ରହି ଏହି ଚିକିତ୍ସାଳୟର ରୋଗୀଙ୍କ ଅବସ୍ଥା ଦେଖି ନିଜ କର୍ତ୍ତବ୍ୟ ବାଦେ ଆଉ ଟିକେ ସେବା କରିବାକୁ କୋଭିଡ ଚିକିତ୍ସାଳର ମେଡିକାଲ ଅଧିକାରୀ ଡା. ନିହାର ରଞ୍ଜନ ସାହୁ ନର୍ସିଂ ଅଧିକାରୀ ଓ କର୍ମଚାରୀଙ୍କୁ ପରାମର୍ଶ ଦେଇଥିଲେ। ସେହିକ୍ରମରେ ନର୍ସିଂ ଅଧିକାରୀ ଶୀବାନୀ ଦାସଙ୍କ ସହ ଅନ୍ୟ କର୍ମଚାରୀମାନେ ବ୍ୟକ୍ତିଗତ ସୁରକ୍ଷା ଉପକରଣ ପିନ୍ଧି ରୋଗୀଙ୍କ ନିକଟକୁ ଯାଇ ସେମାନଙ୍କ ବିଭିନ୍ନ ସେବା କରିଥିଲେ। ପ୍ରାୟ ୮ ରୁ ୧୦ ଜଣ ରୋଗୀଙ୍କୁ ବିଭିନ୍ନ ପ୍ରକାର ସେବା କରିଥିଲେ। ପୂର୍ବରୁ ସ୍ବତନ୍ତ୍ର ଯତ୍ନ କୋଠରୀରେ ରହୁଥିବା ରୋଗୀଙ୍କ ଏଭଳି ସେବା କରାଯାଉଥିବା ବେଳେ ଗତକାଲି ଠାରୁ ୱାର୍ଡରେ ରହୁଥିବା କରୋନା ରୋଗୀଙ୍କ ସେବା ଆରମ୍ଭ ହୋଇଛି ବୋଲି ଡା. ସାହୁ କହିଛନ୍ତି। କୋଭିଡ ଚିକିତ୍ସାଳୟ କର୍ମଚାରୀଙ୍କ ଏଭଳି କାର୍ଯ୍ୟକୁ ଜିଲା ପ୍ରଶାସନ ପକ୍ଷରୁ ମଧ୍ୟ ଉତ୍ସାହିତ କରାଯାଇଥିଲା। ଆଉ ଆଜି ବଡଡାକ୍ତରଖାନା କର୍ମଚାରୀଙ୍କ ଏଭଳି କାର୍ଯ୍ୟକୁ ରାଜ୍ୟ ମୁଖ୍ୟ ଶାସନ ସଚିବ ପ୍ରଶଂସା କରିବା ସହ ମାନବବାଦକୁ ସ୍ପର୍ଶ କରି ଦିଆଯାଇଥିବା ଆନ୍ତରିକ ସେବା ଲୋକଙ୍କ ହୃଦୟରେ ପ୍ରେମ ଜିତିଥାଏ ବୋଲି କହିଛନ୍ତି। ସେହିପରି ଏହା ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛି ବୋଲି କହିଛନ୍ତି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories