www.samajalive.in
Saturday, December 6, 2025
16.1 C
Bhubaneswar

କରୋନା ଅପଡେଟ: ଇରାନରେ ୯୨ ମୃତ, ୨ ହଜାର ୯୨୨ ସଂକ୍ରମିତ

ସମାଜ ପୋର୍ଟାଲ ଡେସ୍କ: ଇରାନ କହିଛି, ଇସଲାମିକ୍ ରିପବ୍ଲିକରେ ଚିହ୍ନଟ ହୋଇଥିବା ୨ ହଜାର ୯୨୨ଟି କରୋନା ସଂକ୍ରମଣ ମଧ୍ୟରୁ ୯୨ ଜଣଙ୍କ ମୃତ୍ୟୁ ଘଟିଛି। ବୁଧବାର ତେହେରାନରେ ଏକ ସାମ୍ବାଦିକ ସମ୍ମିଳନୀରେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ମୁଖପାତ୍ର କିଆନୋଶ ଜାହାନପୋର ଏହି ସୂଚନା ଦେଇଛନ୍ତି। ବର୍ତ୍ତମାନ ମଧ୍ୟପୂର୍ବ ଇରାନରେ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇଁ ୩ ହଜାର ୧୪୦ରେ ପହଂଚିଛି। ସେହି ଅଞ୍ଚଳରେ ଇରାନ ବାହାରେ ଥିବା ଲୋକମାନଙ୍କ ମଧ୍ୟରୁ ଅଧିକାଂଶ ଇସଲାମିକ୍ ରିପବ୍ଲିକ୍ ଅଂଚଳର ବୋଲି ଜଣାପଡିଛି।

କରୋନା ଭୂତାଣୁ ସଂକ୍ରମଣରେ ଇରାନ ସରକାରଙ୍କ ଅନେକ ତୁଙ୍ଗ ନେତା ଅସୁସ୍ଥ ହୋଇଥିବା ସୂଚନା ମିଳିଛି। ଚୀନ ପରେ ଏବେ ଏହି ଭୂତାଣୁ ଇରାନରେ ଅଧିକ ପ୍ରଭାବ ବିସ୍ତାର କରିବାରେ ଲାଗିଛି। ବିଶ୍ୱବ୍ୟାପୀ ଏହି ଭୁତାଣୁ ୯୦ ହଜାରରୁ ଅଧିକ ଲୋକଙ୍କୁ ସଂକ୍ରମିତ କରିଥିବା ବେଳେ ଏ ଯାଏଁ ୩ ହଜାରରୁ ଅଧିକ ଲୋକଙ୍କର ମୃତ୍ୟୁ ଘଟିଛି। ତେବେ ବିଶେଷଜ୍ଞମାନେ ଚିନ୍ତା କରୁଛନ୍ତି ଯେ ଇରାନ ପ୍ରକୃତ ମୃତ୍ୟୁ ସଂଖ୍ୟା ପ୍ରକାଶ କରୁ ନାହିଁ।

Hot this week

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

ଚୀନ୍‌ ଗଣମାଧ୍ୟମର ଉଚ୍ଚ ପ୍ରଶଂସା

ବେଜିଂ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଦୁଇ ଦିନିଆ ଭାରତ...

Related Articles

Popular Categories