ସିଡନୀ : ଆସନ୍ତାକାଲି ଅଷ୍ଟ୍ରେଲିଆର ସିଡନୀଠାରେ ଚଳିତ ଆଇସିସି ମହିଳା ଟ୍ବେଣ୍ଟି-୨୦ ବିଶ୍ୱକପର ସେମିଫାଇନାଲ୍ ମ୍ୟାଚ୍ ଖେଳାଯିବ। ଗୁରୁବାର ଖେଳାଯିବାକୁ ଥିବା ପ୍ରଥମ ସେମିଫାଇନାଲ ମ୍ୟାଚରେ ଭାରତୀୟ ମହିଳା ଦଳ ଇଂଲଣ୍ଡ ମହିଳା ଦଳକୁ ଭେଟିବ। ଇଂଲଣ୍ଡକୁ ହରାଇ ଭାରତ ପ୍ରଥମ ଥର ଲାଗି ବିଶ୍ୱକପର ଫାଇନାଲରେ ସ୍ଥାନ ହାସଲ କରିବା ଲକ୍ଷ୍ୟରେ ମଇଦାନକୁ ଓହ୍ଲାଇବ। ଭାରତୀୟ ଚଳିତ ଟୁର୍ଣ୍ଣାମେଣ୍ଟରେ ଅପରାଜେୟ ରହିଛି ଏବଂ ସେମିରେ ମଧ୍ୟ ଏହି ଧାରା ବଜାୟ ରଖିବାକୁ ପ୍ରୟାସ କରିବ। ଏହା ପୂର୍ବରୁ ଖେଳାଯାଇଥିବା ବିଶ୍ୱକପର ସାତୋଟି ସଂସ୍କରଣରେ ଭାରତ କେବେବି ଫାଇନାଲରେ ସ୍ଥାନ ହାସଲ କରିପାରି ନାହିଁ। ତେବେ ଏହି ବିଶ୍ବକପକୁ ଜିତି ଭାରତ ରେକର୍ଡ ନିଜ ନାମରେ କରିବାକୁ ଚାହିଁବ।
ଆଇସିସି ମହିଳା ଟ୍ବେଣ୍ଟି -୨୦ ବିଶ୍ୱକପ୍ : ଆସନ୍ତାକାଲି ଭାରତ-ଇଂଲଣ୍ଡ ସେମିଫାଇନାଲ
Popular Categories



