www.samajalive.in
Monday, December 15, 2025
14.1 C
Bhubaneswar

ଆମେରିକା ସ୍ଥିତି ଅସମ୍ଭାଳ : ଲକ୍ଷାଧିକ ଛୁଇଁପାରେ ମୃତ୍ୟୁସଂଖ୍ୟା!

ନୂଆଦିଲ୍ଲୀ : କରୋନା ସମ୍ମୁଖରେ ଆମେରିକା ଏକ ପ୍ରକାର ଆତ୍ମସମର୍ପଣ କରିଦେଇଥିବା ଜଣାପଡ଼ୁଛି। ଏଠରେ ଦୈନିକ କରୋନା ସଂକ୍ରମିତଙ୍କ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଗତ ୨୪ ଘଣ୍ଟାରେ ୧୨୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଛି। କରୋନାକୁ ଭୂତାଣୁକୁ ବାଏଁ ବାଏଁ ଉଡ଼ାଇଦେବ ବୋଲି ବାହୁସ୍ଫୋଟ ମାରୁଥିବା ମହାଶକ୍ତିଶାଳୀ ଆମେରିକାର ସ୍ଥିତି ଏବେ ଗୁରୁତର ହୋଇ ପଡ଼ିଛି। ଅଦ୍ୟାବଧି ଭୂତାଣୁ ସଂକ୍ରମଣରେ ଦେଶରେ ପ୍ରୟ ୧୧,୫୦୦ ବ୍ୟକ୍ତିଙ୍କ ଜୀବନ ଗଲାଣି। ଆକ୍ରାନ୍ତଙ୍କ ସଂଖ୍ୟା ୩ଲକ୍ଷ୭୦ହଜାରରୁ ଅଧିକ ରହି ବିଶ୍ବରେ ଏକ ରେକର୍ଡ ସୃଷ୍ଟି କରିଛି। ପରିସ୍ଥିତି ଯାହା ହୋଇଛି ଏଠାରେ ମୃତ୍ୟୁ ସଂଖ୍ୟା ଲକ୍ଷାଧିକ ଛୁଇଁବା ଏକାଧିକ ବିଶେଷଜ୍ଞ ପୂର୍ବାନୁମାନ ଲଗାଇଛନ୍ତି। ସବୁଠୁ ବିତ୍ତଶାଳୀ ସହର ନ୍ୟୁୟର୍କ ପାଲଟିଛି କରୋନା ମାହାମାରୀର ପେଣ୍ଠସ୍ଥଳ। ସେଠାରେ ଏକ ଚିଡ଼ିଆଖାନାର ବାଘୁଣୀ ମଧ୍ୟ କରୋନା ସଂକ୍ରମିତ ହୋଇଛି। ସଂକ୍ରମଣ ତୀବ୍ରତାକୁ ଏହା ପ୍ରମାଣିତ କରୁଛି। ଦେଶର ଅନ୍ୟ ସହର ମଧ୍ୟରେ ୱାଶିଂଟନ ଡିସି, ନ୍ୟୁଜର୍ସି ଓ ଟେକ୍ସାସରେ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। କେବଳ ନ୍ୟୁୟର୍କ ସହରରେ ଆକ୍ରାନ୍ତଙ୍କ ସଂଖ୍ୟା ୧ଲକ୍ଷ ୨୩ ହଜାରୁ ଊର୍ଦ୍ଧ୍ବରେ ପହଞ୍ଚିଲାଣି। ଏଠାରେ କରୋନା ଭୂତାଣୁ ସଂକ୍ରମଣରେ ୪ ହଜାର ଲୋକଙ୍କ ମୃତ୍ୟୁ ଘଟିଛି। ନ୍ୟୁୟର୍କକୁ ବିଶ୍ୱର ୨ୟ ଉହାନ (ଚୀନ) ସହର ବୋଲି କୁହାଯାଉଛି।

ମନୁଷ୍ୟପରେ କୌଣସି ପଶୁଠାରେ କରୋନା ସଂକ୍ରମିତ ହେବା ଏହା ପ୍ରଥମ ମାମଲା। ଏକ ଆମେରିକୀୟ ଖବରକାଗଜରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, କରୋନା ଭୂତାଣୁ ସଂକ୍ରମଣ ଆରମ୍ଭ ପରେପରେ ବିମାନଯୋଗେ ୧୩ଶହ ଥର ପ୍ରାୟ ୪ ଲକ୍ଷ ୮୧ ହଜାର ଲୋକ ଚୀନ୍‍ରୁ ଆମେରିକା ପ୍ରତ୍ୟାବର୍ତ୍ତନ କରିଥିଲେ। ଏମାନଙ୍କ ମଧ୍ୟରେ ମାତ୍ର ଏକ-ଚତୁର୍ଥାଂଶ ଆମେରିକୀୟ ଥିବାବେଳେ ଅଧିକାଂଶ ଅନ୍ୟ ଦେଶର ଜନସାଧାରଣ ଥିଲେ। ଚୀନ୍‍ରେ ପ୍ରଥମ ଥର ପାଇଁ ଗତ ବର୍ଷ ୩୧ ଡିସେମ୍ବରରେ କରୋନା ସଂକ୍ରମିତଙ୍କ ବିଷୟରେ ଜଣାପଡ଼ିଥିଲା। ତେବେ ଜାନୁଆରୀ ୧୫ ସୁଦ୍ଧା ଆମେରିକା ସରକାର କୌଣସି ପ୍ରତିକାର ପନ୍ଥା ଗ୍ରହଣ କରି ନଥିଲେ। ଫେବୃଆରୀରେ ଆମେରିକାର ବିଭିନ୍ନ ବିମାନ ବନ୍ଦରଗୁଡ଼ିକରେ ଯାତ୍ରୀଙ୍କ ସ୍କ୍ରିନଂ ଆରମ୍ଭ କରାଯାଇଥିଲା। ଏହି ସମୟ ମଧ୍ୟରେ ପ୍ରାୟ ୪ ହଜାର ଲୋକ ଉହାନରୁ ଆମେରିକାରେ ପହଞ୍ଚିଥିଲେ। ଏହି ଦଶା ଏବେ ଆମେରିକା ଭୋଗୁଛି।

- Advertisement -

ବିଶ୍ୱର ସବୁଠାରୁ ଶକ୍ତିଶାଳି ଦେଶ ଆମେରିକା ଏବେ ଘୋର ସଂକଟର ସମ୍ମୁଖୀନ ହେଉଛି। ଅବସ୍ଥା ଏପରି ହୋଇଛି ଯେ ସେଠାକାର ସର୍ଜନ ଜେନେରାଲ ଜେରୋମ ଏଡମ୍ସ ଏହାକୁ ପର୍ଲ ହାର୍ବର ଉପରେ ହୋଇଥିବା ଆକ୍ରମଣ ସହ ତୁଳନା କରିଛନ୍ତି। ସୂଚନାଯୋଗ୍ୟ ୨ୟ ବିଶ୍ୱଯୁଦ୍ଧ ସମୟରେ ଜାପାନୀ ନୌସେନା ଆମେରିକାର ପର୍ଲ ହାର୍ବର ବନ୍ଦର ଉପରେ ଆକ୍ରମଣ କରିଥିଲା। ଏଥିରେ ୨ହଜାର ଆମେରିକୀୟ ସୈନ୍ୟଙ୍କ ମୃତ୍ୟୁ ଘଟିଥିଲା। ଆଗାମୀ ଦିନ ଆମେରିକା ପାଇଁ କେବଳ ଦୁଃଖ ଆଣିପାରେ ବେଲି ଜେରୋମ ଚେତାଇ ଦେଇଛନ୍ତି। ଏହା ବ୍ୟତୀତ ଆମେରିକା ଉପରେ ୯/୧୧ ଆତଙ୍କବାଦୀ ଆକ୍ରମଣ ସହ ଏହାକୁ ସେ ତୁଳନା କରିଛନ୍ତି। ଆମେରିକା ଯେତେ ଶୀଘ୍ର ଏହାକୁ ବୁଝି ନେବ ସେତେଶୀଘ୍ର ଏହାର ମୁକାବିଲା କରିପାରିବ ବୋଲି ସେ କହିଛନ୍ତି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories