ସମାଜ ପୋର୍ଟାଲ ଡେସ୍କ: କେଶ୍ ହାରିବା ପରେ ଜଜ୍ଙ୍କ ଉପରେ ରାଗି ଗଲେ ଓକିଲ। ଅଭିଶାପ ବି ଦେଲେ। କି ଅଭିଶାପ ଜାଣନ୍ତି। ଓକିଲ କହିଲେ, ଆପଣଙ୍କୁ କରୋନା ହେଇଯାଉ। ମହାମାରୀ କରୋନା ପଶ୍ଚିମବଙ୍ଗରେ ଅଭିଶାପର ରୂପ ନେଇଛି। କେଶ୍ ହାରିବାର ରାଗରେ କୋଲକାତା ହାଇକୋର୍ଟର ଜଣେ ଓକିଲ ଜଜ୍ଙ୍କୁ ଏପରି ଅଦ୍ଭୁତ ଅଭିଶାପ ଦେଇଛନ୍ତି। ବିଚାରପତି ତାଙ୍କ ପକ୍ଷରେ ରାୟ ନ ଦେବାରୁ ଓକିଲ ଜଣକ ଅଭିଶାପ ଦେଇଛନ୍ତି, ଆପଣଙ୍କୁ କରୋନା ହେଇଯାଉ।
ତେବେ ଏପରି ଘଟଣା ପରେ ଜଷ୍ଟିସ୍ ଦିପଙ୍କର ଦତ୍ତ ଓକିଲ ବିଜୟ ଅଧିକାରୀଙ୍କୁ ଭର୍ତ୍ସନା କରିଛନ୍ତି। ଓକିଲ ଜଣକ କୋର୍ଟର ମର୍ଯ୍ୟାଦା ହାନି କରିଥିବା ସହ ଏକ ମର୍ଯ୍ୟାଦାଜନକ ବୃତ୍ତିର ଅପମାନ କରିଥିବା କହିଛନ୍ତି। ଏଥିସହ ୧୫ ଦିନ ଭିତରେ ଏପରି କରିବାର କାରଣ ଦର୍ଶାଇବାକୁ କହିଛନ୍ତି।



