www.samajalive.in
Thursday, December 11, 2025
13.1 C
Bhubaneswar

ପିଲାଙ୍କ ଟିକାକରଣ ପରେ ଦେଖାଦେବ ସାଇଡ୍‍ ଇଫେକ୍ଟ

ନୂଆଦିଲ୍ଲୀ: ଦେଶରେ ୧୫ରୁ ୧୮ ବର୍ଷର ପିଲାଙ୍କୁ ଦିଆଯାଉଛି ଟିକା । ଚଳିତ ମାସ ୩ତାରିଖରୁ ପିଲାଙ୍କ ଟିକାକରଣ କରାଯାଉଛି । ପିଲାଙ୍କ ଟିକାକରଣ ପରେ ଦେଖାଦେଇପାରେ ପାଶ୍ୱର୍ ପ୍ରତିକ୍ରିୟା । ତେବେ ଏହି ପାଶ୍ୱର୍ ପ୍ରତିକ୍ରିୟା କ’ଣ ? ପାଶ୍ୱର୍ ପ୍ରତିକ୍ରିୟା ବିଷୟରେ ଅଭିଭାବକ ମାନେ ଜାଣିରଖିବା ନିହାତି ଜରୁରୀ । ତେବେ ଆସନ୍ତୁ ଜାଣିରଖିବା ।

ଟିକାକରଣର ପ୍ରଥମ ଦିନରେ ଅର୍ଥାତ ୩ ଜାନୁଆରୀରେ ୩୦ ଲକ୍ଷ ପିଲାଙ୍କ ଟିକାକରଣ କରାଯାଇଛି । ଆଉ ବର୍ତ୍ତମାନ ସୁଦ୍ଧା ପ୍ରାୟ ଏକ କୋଟି ପିଲାଙ୍କ ଟିକାକରଣ ହୋଇଛି । ରେଡିକ୍ସ ହସ୍ପିଟାଲର ଡାକ୍ତର ରବି ମଲ୍ଲିକ ଜାତୀୟ ଗଣମାଧ୍ୟମ ସଂସ୍ଥା ଆଜତକକୁ ଏ ନେଇ ପ୍ରତିକ୍ରିୟା ଦେଇଛନ୍ତି । ଡାକ୍ତର ରବି ମଲ୍ଲିକଙ୍କ କହିବା ଅନୁଯାୟୀ, ପିଲାଙ୍କ ଅଭିଭାବକ ମାନେ ଏହିସବୁ କଥା ଉପରେ ଧ୍ୟାନ ରଖିବା ନିହାତି ଜରୁରୀ । ପ୍ରଥମ ଡେଜ୍‍ ଟିକା ନେବା ପରେ ପିଲାମାନେ କରୋନାଠୁ ରକ୍ଷା ପାଇପାରିବେ ନାହିଁ । ପ୍ରଥମ ଡେଜର ୪ ସପ୍ତାହ ପରେ ୨ ଡୋଜ୍‍ ପିଲାମାନେ ନେବେ । ପରେ ପିଲାଙ୍କର ଇମ୍ୟୁନିଟି ବଢ଼ିବ । ଫଳରେ ସେମାନେ କରୋନା ସହ ଲଢ଼ିବାକୁ ସକ୍ଷମ ହେବେ । ସେ ପର୍ଯ୍ୟନ୍ତ ପିଲାଙ୍କ ସୁରକ୍ଷା ପାଇଁ ଆପଣ ଧ୍ୟାନ ଦେବା ଜରୁରୀ ।

- Advertisement -

ବର୍ତ୍ତାମାନ କରୋନା ଟିକା ନେବାକୁ ପିଲାଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳୁଛି । ଏବଂ ସେମାନଙ୍କ ଟିକାକରଣ କରାଯାଉଛି । ୧୮ ବର୍ଷରୁ ଅଧିକ ପିଲାଙ୍କ ଟିକାକରଣ ବେଳେ କିଛି ପାଶ୍ୱର୍ ପ୍ରତିକ୍ରିୟା ଦେଖିବାକୁ ମିଳିଥିଲା । ହୋଇପାରେ ଏହି ପିଲାମାନଙ୍କ ନିକଟରେ ସେଭଳି ଦେଖାଯାଇପାରେ । ହେଲେ ଡରିବାର କୌଣସି କରଣ ନାହିଁ । ଟିକାନେବା ପରେ ଟିକାସ୍ଥାନରେ ଲାଲ ଓ ଦରଜ ହୋଇପାରେ । ଏହାକୁ ଦୂର କରିବା ପାଇଁ ସେହି ସ୍ଥାନରେ ଥଣ୍ଡା କପଡ଼ା ବ୍ୟବହାର କରିପାରିବେ । ଯାହାଦ୍ୱରା ଜରଜ ଓ ଲାଲ ଦାଗ ଭଲ ହେଇପାରିବ । କିଛି ପିଲା ବେହୋସ ମଧ୍ୟ ହୋଇପାରନ୍ତି । ହେଲେ ଡରିବାର କିଛି ନାହିଁ । ଟିକାନେବା ପରେ ୧୫ରୁ ୨୦ ମିନିଟ୍‍ ଗୋଟିଏ ସ୍ଥାନରେ ବସିଯିବା ଦରକାର । ଏବଂ କିଛି ପିଲାଙ୍କ ନିକଟରେ ଅଳ୍ପ ଜ୍ୱର ଓ ଦେହ ବିନ୍ଧା ଦରଜ ମଧ୍ୟ ହେବାର ସମ୍ଭାବନା ରହିଛି । ନିକଟସ୍ଥ ଡାକ୍ତଙ୍କୁ ପରାମର୍ଶ କରି ଔଷଧ ନେଇପାରିବେ । ତାହା ସହ କିଛି ପିଲାଙ୍କ ମୁଣ୍ଡବୁଲାଇବାର ମଧ୍ୟ ସମ୍ଭାବନା ରହିଛି । ଖାଲିପେଟରେ ଭାକ୍ସିନ୍‍ ନେବା ଦ୍ୱାରା ଏପରି ହୋଇଥାଏ । ପିଲାଙ୍କୁ ଭାକ୍ସିନ ଦେବା ପୂର୍ବରୁ ଅଭିଭାବକ ମାନେ ପିଲାଙ୍କ ଖାଇବା ଉପରେ ଧ୍ୟାନ ରଖିବା ଜରୁରୀ ବୋଲି ଡାକ୍ତର ରବି ମଲ୍ଲିକ କହିଛନ୍ତି ।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories