www.samajalive.in
Sunday, December 7, 2025
14.1 C
Bhubaneswar

୪୮ଜଣ କଟକଣା ଅମାନିଆଙ୍କୁ ୯୬୦୦ଟଙ୍କା ଜୋରିମାନା

ଆଠଗଡ : ବର୍ଦ୍ଧିତ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ସମସ୍ତଙ୍କ ପାଇଁ ମାସ୍କ ପରିଧାନ ବାଧ୍ୟତା ମୂଳକ କରିଥିବାବେଳେ ଅନେକ କ୍ଷେତ୍ରରେ ଲୋକ ଏହା ମାନୁନଥିବା ଦେଖାଯାଇଛି। ବାହାରକୁ ଗଲାବେଳେ ସଠିକ୍‍ ଭାବେ ମାସ୍କ ପରିଧାନ ବିଶେଷଜ୍ଞମାନେ ମତପ୍ରକାଶ କରୁଛନ୍ତି। କିନ୍ତୁ ଅଧିକାଂଶ ଲୋକ ବିଶେଷ କରି ଯୁବପୀଢି ମାସ୍କ ପରିଧାନ କରୁନାହାଁନ୍ତି ବା ସଠିକ ଭାବେ ମୁଁହ ଓ ନାକ ଘୋଡାଇ ପିନ୍ଧୁ ନାହାଁନ୍ତି। ଏହି କୋଭିଡ କଟକଣାକୁ ଉଲ୍ଲଙ୍ଘନ କରୁଥିବା ଅମାନିଆଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ରାଜ୍ୟସରକାର ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ଆଠଗଡ ପୁଲିସ ପକ୍ଷରୁ ଗତ ୧୦ଦିନ ହେବ ନିୟମିତ ଆଠଗଡ ସହର ତଥା କେତେକ ଗ୍ରାମାଞ୍ଚଳରେ ମାସ୍କ ପରିଧାନ ଯାଞ୍ଚ କରିବା ସହ ଅମାନିଆଙ୍କୁ ଜୋରିମନା କରାଯାଉଥିବା ଦେଖାଯାଉଛି। ଫଳତଃ ଲୋକମାନଙ୍କ ମଧ୍ୟରେ ପୁଲିସ ଯାଞ୍ଚ ଭୟ ବା ଜୋରିମନା ଭୟ ହେଉ ଏହାର ପ୍ରଭାବ ପଡିଥିବା ଦେଖାଯାଇଛି। ଶୁକ୍ରବାର ଓ ଶନିବାର ୨ଦିନ ଆଇଆଇସି ଜ୍ଞାନରଞ୍ଜନ ମିଶ୍ରଙ୍କ ନେତୃତ୍ୱରେ ବିଭିନ୍ନ ସ୍ଥାନରେ ଯାଞ୍ଚ ବେଳେ କଟକଣା ଉଲ୍ଲଙ୍ଘନ କରିଥିବା ୪୮ଜଣଙ୍କୁ ଧରି ସେମାନଙ୍କ ଠାରୁ ୯୬୦୦ଟଙ୍କା ଜୋରିମନା ଆଦାୟ କରାଯାଇଥିବା ଜଣାପଡିଛି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories