www.samajalive.in
Tuesday, December 9, 2025
15.1 C
Bhubaneswar

ଜାତିସଙ୍ଘର ୮୬ ଅଧିକାରୀ ଆକ୍ରାନ୍ତ

ନ୍ୟୁୟର୍କ : ଜାତିସଙ୍ଘର ୮୬ ଅଧିକାରୀ ବିଶ୍ବର ବିଭିନ୍ନ ସ୍ଥାନରେ କ​ରୋନା ଆକ୍ରାନ୍ତ ​ହୋଇଛନ୍ତି। ​ଏହି ଅଧିକାରୀଙ୍କ ମଧ୍ୟରୁ ଅଧିକାଂଶ ୟୁରୋପ ଓ ଆଫ୍ରିକାର ବୋଲି ଜାତିସଙ୍ଘ ମୁଖପାତ୍ର ଷ୍ଟିଫାନେ ଦୁଜାରିକ କହିଛନ୍ତି। ଏସିଆ, ମଧ୍ୟପ୍ରାଚ୍ୟ ଓ ଆମେରିକା​ରେ ମଧ୍ୟ କେତେଜଣ ଅଧିକାରୀ ଚିକିତ୍ସାଧୀନ ଥିବା ସେ କହିଛନ୍ତି। ସଂକ୍ରମଣରୁ ଦୂରେଇ ରହିବା ପାଇଁ ବହୁ କର୍ମଚାରୀ ଘରୁ କାମ କରୁଥିବା ସେ କହିଛନ୍ତି। ନ୍ୟୁ ୟର୍କସ୍ଥିତ ଜାତିସଙ୍ଘ ମୁଖ୍ୟାଳୟରେ ଦୈନିକ ୧୧ହଜାର କର୍ମଚାରୀଙ୍କ ଆତଯାତ ହେଉଥିବାବେଳେ ଏବେ ଏହି ସଂଖ୍ୟା ମାତ୍ର ୧୪୦କୁ ହ୍ରାସ ପାଇଛି। ସେହିଭଳି ଜେନିଭାରେ କର୍ମଚାରୀଙ୍କ ଉପସ୍ଥାନ ସଂଖ୍ୟା ୪ହଜାରରୁ ମାତ୍ର ୭୦କୁ ହ୍ରାସ ପାଇଛି। ଭିଏନାରେ ୯୭ପ୍ରତିଶତ କର୍ମଚାରୀ ଘରୁ କାମ କରୁଥିବାବେଳେ ଆଫ୍ରିକୀୟ ରାଷ୍ଟ୍ରରେ ଏହି ସଂଖ୍ୟା ୯୯ପ୍ରତିଶତ ବୋଲି ଦୁଜାରିକ ସୂଚନା ଦେଇଛନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories