www.samajalive.in
Sunday, December 7, 2025
26.1 C
Bhubaneswar

ଚିନ୍ତା ବଢ଼ାଇଛି ଗଞ୍ଜାମ ସମେତ ୮ ରାଜ୍ୟର ୧୩ ଜିଲା

ନୂଆଦିଲ୍ଲୀ : କରୋନା ଭୂତାଣୁ ସଂକ୍ରମଣ ରୋକିବା ଲାଗି ବ୍ୟାପକ ପଦକ୍ଷେପ ସତ୍ତ୍ବେ ଓଡ଼ିଶା ସମେତ ୮ଟି ରାଜ୍ୟର ୧୩ଟି ଜିଲା ଏବେ ଚିନ୍ତା ବଢାଇଛି। ଦେଶର ମୋଟ ମୃତ୍ୟୁସଂଖ୍ୟାର ୧୪ ପ୍ରତିଶତ ଏହି ୧୩ଟି ଜିଲାରୁ ରହିଛି। ଏପରିକି ସକ୍ରିୟ ସଂକ୍ରମଣର ୯ ପ୍ରତିଶତ ମଧ୍ୟ ଏହି ୧୩ଟି ହଟ୍‌ସ୍ପଟ୍‌ ଜିଲାରୁ ଥିବା ଜଣାପଡିଛି। ଯଦିଓ କୋଭିଡ୍‌-୧୯ କ୍ଷେତ୍ରରେ ଜାତୀୟ ମୃତ୍ୟୁହାର (ସିଏଫଆର) ପୂର୍ବାପେକ୍ଷା କମିଛି ଏବଂ ସୁସ୍ଥତା ବଢିଛି ତଥାପି ଏହି ୧୩ ଟି ଜିଲାକୁ ନେଇ ସଂପୃକ୍ତ ରାଜ୍ୟ ଓ କେନ୍ଦ୍ର ସରକାର ଅଧିକ ସତର୍କ ଓ ସଚେତନ ରହିଥିବା କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ସୂତ୍ରରୁ କୁହାଯାଇଛି। ଏହି ୧୩ଟି ହଟ୍‌ସ୍ପଟ୍‌ ଜିଲା ମଧ୍ୟରେ ଓଡ଼ିଶାର ଗଞ୍ଜାମ, ଆସାମର କାମରୂପ, ବିହାରର ପାଟନା, ଝାଡ଼ଖଣ୍ଡର ରାଞ୍ଚି, କେରଳର ତିରୁଅନନ୍ତପୁରମ୍‌ ଓ ଆଲାପୁଜା, ପଶ୍ଚିମବଙ୍ଗର ଉତ୍ତର ୨୪ ପ୍ରଗଣା, ହୁଗୁଳି, ହାୱଡା, କୋଲକାତା, ମାଲଦହ, ଉତ୍ତରପ୍ରଦେଶର ଲକ୍ଷ୍ନୌ ଥିବାବେଳେ ଦିଲ୍ଲୀ ମଧ୍ୟ ରହିଛି।
ଏହି ସବୁ ଜିଲାରୁ ସର୍ବାଧିକ କରୋନା ସଂକ୍ରମିତ, ସକ୍ରିୟ ଏବଂ ମୃତକ ଥିବାବେଳେ ଧୀରେ ଧୀରେ ପରିସ୍ଥିତିରେ ସୁଧାର ଆସୁଥିବା କୁହାଯାଇଛି।
କେନ୍ଦ୍ର ସ୍ବାସ୍ଥ୍ୟ ସଚିବ ରାଜେଶ ଭୂଷଣ ପରିସ୍ଥିତିର ମୁକାବିଲା ଲାଗି ଏଇ ୮ଟି ରାଜ୍ୟର ସ୍ବାସ୍ଥ୍ୟ ବିଭାଗର ବରିଷ୍ଠ ଅଧିକାରୀମାନଙ୍କ ସହିତ ଗତକାଲି ଓ ଆଜି ଭର୍ଚୁଆଲ ବୈଠକ କରିଥିଲେ। ଯଦିଓ ଦେଶରେ କୋଭିଡ୍‌-୧୯ ମୃତ୍ୟୁସଂଖ୍ୟା ୨.୦୪କୁ ଖସିଛି ଏବଂ ସୁସ୍ଥତା ୬୮ ପ୍ରତିଶତରୁ ଅଧିକ ରହିଛି, ତଥାପି ଏହି ଜିଲା ଗୁଡିକରେ ମୃତ୍ୟୁସଂଖ୍ୟା ହ୍ରାସଲାଗି ସ୍ବାସ୍ଥ୍ୟ ବ୍ୟବସ୍ଥାକୁ ଅଧିକ ସଶକ୍ତ କରିବା, ଭେନ୍‌ଣ୍ଟିଲେଟର, ଆଇସିୟୁ, ପର୍ଯ୍ୟାପ୍ତ ପରିମାଣର ଅମ୍ଳଜାନ ସିଲିଣ୍ଡର ଉପଲବ୍ଧ କରାଇବା ଲାଗି ରାଜ୍ୟମାନଙ୍କୁ ପରାମର୍ଶ ଦିଆଯାଇଛି। ଏପରିକି ଅଧିକରୁ ଅଧିକ ପରୀକ୍ଷା କରାଇବା ଲାଗି ନିର୍ଦେଶ ମଧ୍ୟ ରହିଛି।
ଅନ୍ୟପକ୍ଷରେ ଗଞ୍ଜାମ ଜିଲାରେ ପୂର୍ବରୁ ସ୍ଥିତି ଗୁରୁତର ଥିବାବେଳେ ଏଥିରେ ଧୀରେ ଧୀରେ ସୁଧାର ଆସୁଛି। ଦୈନିକ ସଂକ୍ରମଣ କମିବା ସହିତ ସୁସ୍ଥତା ହାର ଏହି ଜିଲାରେ ୭୮ ପ୍ରତିଶତ ରହିଛି। ମୃତ୍ୟୁସଂଖ୍ୟା ବି କମୁଛି। ସୂଚନାଯୋଗ୍ୟ, କେବଳ ଗଞ୍ଜାମ ଜିଲାରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୨,୬୩୩ ପହଞ୍ଚିଥିବାବେଳେ ସେଥିରୁ ୧୦,୧୭୧ ଜଣ ସୁସ୍ଥ ହୋଇଛନ୍ତି। ୨୩୨୯ ଜଣ ସକ୍ରିୟ ସଂକ୍ରମିତ ଥିବାବେଳେ କୋଭିଡ୍-୧୯ରେ ଇତିମଧ୍ୟରେ ୧୨୫ ଜଣଙ୍କ ମୃତ୍ୟୁ ଘଟିଛି। ଏପରିକି କରୋନା ପଜିଟିଭ ଥାଇ ଚିକିତ୍ସାଧୀନ ଅବସ୍ଥାରେ ଅନ୍ୟ ରୋଗ କାରଣରୁ ଆଉ ୮ ଜଣଙ୍କ ମୃତ୍ୟୁ ଘଟିଥିବା ଜିଲା ପ୍ରଶାସନ ସୂଚନାରୁ ପ୍ରକାଶ। ତେବେ ସେପ୍ଟେମ୍ବର ଆଡ଼କୁ ସ୍ଥିତିରେ ଅନେକ ସୁଧାର ଆସିବା ନେଇ କେତେକ ବିଶେଷଜ୍ଞ ଡାକ୍ତର ଆଶାବ୍ୟକ୍ତ କରିଛନ୍ତି।

Hot this week

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

Related Articles

Popular Categories