www.samajalive.in
Sunday, December 7, 2025
26.1 C
Bhubaneswar

ସେପ୍ଟେମ୍ବରରୁ ଖସିବ !

ଭୁବନେଶ୍ୱର : ଦିନକୁ ଦିନ ଓଡ଼ିଶାରେ କରୋନାକୁ ନେଇ ଉଦ୍‍ବେଗଜନକ ତଥ୍ୟ ମିଳୁଥିବା ବେଳେ କିଛିଟା ଆଶ୍ୱସ୍ତି ଆଣିବା ଭଳି ସୂଚନା ମିଳିଛି। ଆସନ୍ତା ସେପ୍ଟେମ୍ବର ମାସ ସୁଦ୍ଧା ଓଡ଼ିଶାକୁ କରୋନା କବଳରୁ ମୁକ୍ତି ମିଳିବ। ବର୍ତ୍ତମାନର ସ୍ଥିତି ଅନୁଶୀଳନ ପରେ ଆସନ୍ତା ଦୁଇ ତିନି ମାସ ଭିତରେ କରୋନା ସଂକ୍ରମଣ ନିୟନ୍ତ୍ରଣ ମଧ୍ୟକୁ ଆସିିବ ବୋଲି ଜୀବ ବିଜ୍ଞାନ ପ୍ରତିଷ୍ଠାନ (ଆଇଏଲ୍‍ଏସ୍‍) ନିର୍ଦେଶକ ଡ଼ ଅଜୟ ପରିଡ଼ା କହିଛନ୍ତି। ଅଗଷ୍ଟ ମାସରେ ସଂକ୍ରମଣ ହାର କିଛିଟା ଅଧିକ ରହିବ। ତେବେ ସେପ୍ଟେମ୍ବର ଶେଷ ବେଳକୁ ସଂକ୍ରମଣ ହାର ତଳକୁ ଖସିଆସିବ। ଡ଼ ପରିଡ଼ା ଗଣମାଧ୍ୟମକୁ କହିଛନ୍ତି ଯେ ସଂକ୍ରମଣ ନିୟନ୍ତ୍ରଣ କରିବା ପାଇଁ ସରକାରୀ ସ୍ତରରେ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଉଛି। ତେବେ ସରକାର କେବଳ ନିୟମ ଲାଗୁ କରିବା ସହ କଟକଣା ଜାରି କରିପାରିବେ। ଜନସାଧାରଣ ସହଯୋଗ କଲେ ସଂକ୍ରମଣ ହାର କମିବ ଆଉ କରୋନାକୁ ଖୁବ୍‍ ଶୀଘ୍ର ପରାସ୍ତ କରିହେବ। ଓଡ଼ିଶାରେ ସ୍ଥିତି ନିୟନ୍ତ୍ରଣାଧୀନ ରହିଛି। ବିପଦ ରହିଛି, କିନ୍ତୁ ଏହାକୁ ନେଇ ଲୋକେ ଆତଙ୍କିତ ହେବାର କାରଣ ନାହିଁ। କିଛି ଜିଲାରେ ଏବେ ସଂକ୍ରମଣ ବଢ଼ୁଥିବା ବେଳେ ଅନେକ ସ୍ଥାନରେ ସ୍ଥିରତା ଦେଖା ଦେଇଛି। ଚଳିତ ମାସ ସୁଦ୍ଧା ଏଥିରେ ସ୍ଥିରତା ଦେଖା ଦେବ। ତେଣୁ ସେପ୍ଟେମ୍ବର କିମ୍ବା ଅକ୍ଟୋବର ସୁଦ୍ଧା କରୋନା ସଂକ୍ରମଣ ନିିୟନ୍ତ୍ରଣକୁ ଆସିଯାଇ ଥିବ ବୋଲି ସେ କହିଛନ୍ତି।

Hot this week

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

Related Articles

Popular Categories