ହ୍ରାସ ପାଉଛି ଆକ୍ରାନ୍ତଙ୍କ ସଂଖ୍ୟା ; ରାଜ୍ୟରେ ଚିହ୍ନଟ ନୂଆ ଆକ୍ରାନ୍ତ ୧୬୩୩ : ଚିକିତ୍ସାଧୀନ ୧୭,୮୮୬

ଭୁବନେଶ୍ୱର : ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟାରେ ହ୍ରାସ ପାଉଥିବା ଦେଖାଯାଇଛି। କିଛି ଦିନ ମଧ୍ୟରେ ଦୈନିକ ସଂକ୍ରମଣ ୨ ହଜାରରୁ କମ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ରାଜ୍ୟରେ ୨୪ ଘଣ୍ଟାରେ ୧ ହଜାର ୬୩୩ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସଙ୍ଗରୋଧ କେନ୍ଦ୍ରରୁ ୯୫୫ ଓ ସ୍ଥାନୀୟ ଅଞ୍ଚଳରୁ ୬୭୮ ଚିହ୍ନଟ ହୋଇଛନ୍ତି। ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨,୮୧,୨୧୫ରେ ପହଞ୍ଚିଛି। ୨,୬୨,୦୩୧ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୧୭,୮୮୬ ଚିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି।


୩୦ ଜିଲାରୁ ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରେ ଖୋର୍ଦ୍ଧାରୁ ୧୫୮ ଓ କଟକରୁ ୧୩୨। ଅନୁଗୁଳରୁ ୧୦୦, ବାଲେଶ୍ୱରରୁ ୨୬, ବରଗଡ଼ ୫୩, ଭଦ୍ରକ ୨୧, ବଲାଙ୍ଗୀର ୮୦, ବୌଦ୍ଧ ୩୫, ଦେଓଗଡ଼ ୮, ଢେଙ୍କାନାଳ ୩୯, ଗଜପତି ୧୩, ଗଞ୍ଜାମ ୩୩, ଜଗତସିଂହପୁର ୭୯, ଯାଜପୁର ୪୩, ଝାରସୁଗୁଡ଼ା ୫୪, କଳାହାଣ୍ଡି ୩୬, କନ୍ଧମାଳ ୨୪, କେନ୍ଦ୍ରାପଡ଼ା ୧୦୫, କେନ୍ଦୁଝର ୫୧, କୋରାପୁଟ ୩୫, ମାଲକାନଗିରି ୫୩, ମୟୁରଭଞ୍ଜ ୪୨, ନବରଙ୍ଗପୁର ୪୧, ନୟାଗଡ଼ ୨୩, ନୂଆପଡ଼ା ୮୯, ପୁରୀ ୫୮, ରାୟଗଡ଼ା ୧୧, ସମ୍ବଲପୁର ୩୨, ସୋନପୁର ୨୨, ସୁନ୍ଦରଗଡ଼ ୧୦୬, ଷ୍ଟେଟ ପୁଲ୍‍ ୩୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

Comments are closed.