www.samajalive.in
Monday, December 8, 2025
13.1 C
Bhubaneswar

ତମ୍ବା ମୁଦି ଧାରଣ କରିବାର ଲାଭ

ଲୋକମାନେ ନିଜ କୁଣ୍ଡଳୀରେ ଥିବା ଗ୍ରହମାନଙ୍କୁ ଶାନ୍ତ କରିବା ପାଇଁ ଏବଂ ଦୋଷ ଦୂର କରିବା ପାଇଁ ଅନେକ ଧାତୁର ମୁଦି ଧାରଣ କରିଥାନ୍ତି। ସମସ୍ତ ଗ୍ରହଙ୍କ ନିମନ୍ତେ ଅଲଗା ଅଲଗା ପ୍ରକାର ଧାତୁ ରହିଥାଏ। ସବୁ ଗ୍ରହମାନଙ୍କ ମଧ୍ୟରେ ସୂର୍ଯ୍ୟ ରାଜା ଅଟନ୍ତି। ଜ୍ୟୋତିଷଶାସ୍ତ୍ରରେ ତମ୍ବାକୁ ସୂର୍ଯ୍ୟଙ୍କ ପ୍ରିୟ ଧାତୁ କୁହାଯାଇଛି। ସୂର୍ଯ୍ୟଙ୍କ ସମ୍ବନ୍ଧିତ ଯେକୌଣସି ରୋଗରୁ ରକ୍ଷା ପାଇବା ପାଇଁ ତମ୍ବାର ମୁଦି ଆଙ୍ଗୁଠୀରେ ଧାରଣ କରିବା ଉଚିତ। ଆସନ୍ତୁ ଜାଣିବା ତମ୍ବାର ମୁଦି ଧାରଣ କରିବାର ଲାଭ ବିଷୟରେ ..ସର୍ବପ୍ରଥମେ ତମ୍ବାର ମୁଦିକୁ ଅନାମିକା ଆଙ୍ଗଠୀରେ ଧାରଣ କରିବା ଉଚିତ। ଏହାଦ୍ୱାର ଆପଣଙ୍କ ଜନ୍ମ କୁଣ୍ଡଳୀରେ ସୂର୍ଯ୍ୟଙ୍କ ଦୋଷ ଦୂର ହୋଇଥାଏ।
ତମ୍ବାର ମୁଦି ପିନ୍ଧିବା ଦ୍ୱାରା ପେଟଜନିତ ରୋଗରୁ ମୁକ୍ତି ମିଳିଥାଏ।
ତମ୍ବାର ମୁଦି ଧାରଣ କରିବା ଦ୍ୱାରା ତାହା ବାରମ୍ବାର ଆମ ଶରୀର ସଂସ୍ପର୍ଶରେ ଆସିଥାଏ। ଏହାଦ୍ୱାରା ଆମ ଶରୀରକୁ ତମ୍ବାର ଔଷଧିୟ ଗୁଣ ମିଳିଥାଏ। ଏହା ଆମ ଶରୀରରେ ରକ୍ତ ସଫା କରିବାରେ ସାହାର୍ଯ୍ୟ କରିଥାଏ।
ତମ୍ବାର ପାତ୍ରରେ ପାଣି ପିଇବା ଦ୍ୱାରା ଆମ ଶରୀରକୁ ଅନେକ ଲାଭ ମିଳିଥାଏ। ଠିକ ସେହିପରି ତମ୍ବା ମୁଦି ପିନ୍ଧିବା ଦ୍ୱାରା ମଧ୍ୟ ଆମକୁ ଅନେକ ଲାଭ ମିଳିଥାଏ।ତମ୍ବା ମୁଦି ପିନ୍ଧିବା ଦ୍ୱାରା ଆମ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବଢିଥାଏ। ଏହା ଆମ ମୁହଁରେ ଚମକ ମଧ୍ୟ ଆଣିଥାଏ।
ଏହି ମୁଦି ଧାରଣ କରିବା ଦ୍ୱାରା ହୃହରୋଗ ହେବାର ସମ୍ଭାବନ କମ ରହିଥାଏ।
ଏପରି ମୁଦି ପିନ୍ଧିବା ଦ୍ୱାରା ମାନସିକ ଓ ଶାରୀରିକ ଚିନ୍ତା ଦୂର ହୋଇଥାଏ। ଏହାସହ ରାଗ ଉପରେ ମଧ୍ୟ ନିୟନ୍ତ୍ରଣ ରହିଥାଏ।
ତମ୍ବା ମୁଦି କିମ୍ବା କଡା ଧାରଣ କରିବା ଦ୍ୱାରା ମାନ-ସମ୍ମାନ ପ୍ରାପ୍ତି ହୋଇଥାଏ।

Hot this week

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

ଯାତ୍ରୀଙ୍କୁ ଟିକଟ ଅର୍ଥ ଫେରାଇଲା ଇଣ୍ଡିଗୋ

ନୂଆଦିଲ୍ଲୀ : ବିମାନ ଉଡାଣ ବାତିଲ ବାବଦକୁ ଇଣ୍ଡିଗୋ ଏୟାର ଲାଇନ୍ସ...

Related Articles

Popular Categories