ଡେସ୍କ: ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟେରସ୍ ଜଳବାୟୁ ସମ୍ମିଳନୀ କପ୍-୨୭ରେ ସତର୍କ କରାଇ କହିଛନ୍ତି ଦେଶଗୁଡ଼ିକ ନିଜ ନିଜ ମଧ୍ୟରେ ସହଯୋଗ ରକ୍ଷା କରନ୍ତୁ, ନଚେତ ପରିଣାମ ପାଇଁ ପ୍ରସ୍ତୁତ ରୁହନ୍ତୁ। ସେ କହିଛନ୍ତି, ଜଳବାୟୁ ଦୃଷ୍ଟିରୁ ଏବେ ବିଶ୍ୱ ନର୍କ ଆଡ଼କୁ ଗତି କରୁଛି। ସେ କହିଛନ୍ତି, ଆମେ ସମସ୍ତେ ଜୀବନ ବଞ୍ଚିବା ପାଇଁ ସଂଗ୍ରାମ କରୁଛେ, କିନ୍ତୁ ପରାସ୍ତ ହେଉଛେ।
ଆମେ ଯେଉଁ ଗ୍ରହରେ ବାସ କରୁଛେ ତାହା ଏବେ ଏଭଳି ପରିସ୍ଥିତି ଆଡ଼କୁ ଗତି କରୁଛି, ଯାହାକୁ ପୁନର୍ବାର ଫେରାଇ ଆଣିହେବ ନାହିଁ। ତେଣୁ ବିକଶିତ ରାଷ୍ଟ୍ରଗୁଡ଼ିକ ନିଜ ମଧ୍ୟରେ ବିଚାର ବିମର୍ଶ କରି ପଦକ୍ଷେପ ନେବାର ସମୟ ଆସିଛି ବୋଲି ସେ କହିଛନ୍ତି।



